ମୁଇଂ ଇୟାଂନେ କୁସାମୁତି
20 ଆତେନ୍ ବେଲା ଜେବଦୀ କୁନେଡ଼େନେ ମ୍ୱାୟା ଉଙ୍ଗ୍ଡେ ଏତେ ମେଁନେ ଡାଗ୍ରା ପାଙ୍ଗ୍ଚେ ଆମେକେ ସାର୍ଲଚେ ମେଁନେ ଦୟା ବିକ୍ୟା ସାଲ୍ୟାକେ ।
21 ଜିସୁ ଆମେକେ ସାଲ୍ୟାକୁକେ, "ମେଁନେ ଇକ୍ଚା ଡିଙ୍ଗ୍ପେଡିଙ୍ଗ୍କେ ?" ମେଁ ବାସଙ୍ଗ୍କେ "ନାଁ ଅଃନା ବେଲା ଇଃସାଙ୍ଗ୍ ନାଡିଙ୍ଗ୍ଏ ଆତେନ୍ ବେଲା ଆକେନ୍ ନେଙ୍ଗ୍ନେ ମ୍ୱାକ୍ଲିଗ୍ ନେଉଂକେ ମୁଇଙ୍ଗ୍ଜା ନାଁନେ ଞ୍ଚଙ୍ଗ୍ତି ପାକା ଆରି ମୁଇଂଜା ବେସ୍ୟା ନ୍ତି ପାକା ନାରାକଏ ଡାଗ୍ଚେ ସାମୁଆଁ ବିଲା ।"
22 ଜିସୁ ଜେବଦିନେ ମ୍ୱାୟା ଉଙ୍ଗ୍ଡେଇଂକେ ଉତର୍ ବିଚେ ବାସଙ୍ଗ୍କେ, "ନାଁ ମେଃନେ ସାଲ୍ୟାନାଡିଙ୍ଗ୍କେ ନେଙ୍ଗ୍ ବୁଜେ ନାଡିଙ୍ଗ୍କେ ଣ୍ଡୁ । ନେଙ୍ଗ୍ ଆଣ୍ଡିନେ ଦୁକ୍ ବଗେନେ ଙ୍କୁଇବାନ୍ ଉଗ୍ନେ ୱେଣ୍ଡିଙ୍ଗ୍କେ ପେ ମେଁନେ ଆତ୍ବାନ୍ ଉଗ୍ ପେୟାଏ ? ମେଇଂ ଉତର୍ ବିଃଆର୍କେ, ଆଁ, ନେୟାଏ ।"
23 ଜିସୁ ଆମେଇଂକେ ବାସଙ୍ଗ୍କେ "ସତେଆ ପେ ନେଙ୍ଗ୍ନେ ଆତେନ୍ ଉଗ୍ନେ ଙ୍କୁଇବାନ୍ ପେଉଗ୍ଏ । ମାତର୍ ନେଙ୍ଗ୍ନେ ଞ୍ଚଙ୍ଗ୍ତି ଆରି ବେସ୍ୟାତି କୁକ ନ୍ସା ଆଜାକେ ଡିଗ୍ ସ୍ରିନେ ନେଙ୍ଗ୍ନେ ଅଦିକାର୍ ଣ୍ଡୁ । ଜା ଆତ୍ଲା ନେଙ୍ଗ୍ନେ ଆବା ଆତେନ୍ ଜାଗା ଆରେବକେ ଆତେନ୍ ମାତର୍ ମେଇଂନେଆ ।"