ଜିସୁ ୱେଡ଼ିଆଃକେ ବନ୍ଦ୍ ଆଃଡିଂକେ
23 ମେଃସୁଆ ଜିସୁ ସିସ୍ଇଂ ଆଃତେ ତରାନ୍ନିଆ ୱେଡିଙ୍ଗେ । 24 ଉଲୁସ୍ତେ କେଣ୍ଡିଆନ୍ନିଆ ମୁଇଙ୍ଗ୍ ମ୍ନାନେ ଲଉଡ଼ି ତଡ଼୍ୟାକେ ବାରି ଡଙ୍ଗାଲେଃ ଣ୍ଡିଆନ୍ନିଆ ଲଗ୍ଡିଆ ରକମ୍ ଡିଙ୍ଗ୍କେ । ଡାଗ୍ଲା ଆତେନ୍ ବେଲା ଜିସୁ ଡୁଲେଗ୍ ଲେଃଗେ । 25 ସିସ୍ଇଂ ଜିସୁକେ ଆତଡ଼୍ୟାଚେ ବାସଙ୍ଗ୍କେ "ମାପ୍ରୁ ଆନେକେ ରକ୍ୟା ଡିଙ୍ଗ୍ । ଣ୍ଡୁଲା ନେ ଲଗ୍ଡ୍ୟା ନେଗୁଏଃଏ ।"
26 ଜିସୁ ଉତର୍ ବିକେ, "ମେଃନ୍ସା ଅଃକେନ୍ ବୁଟ ଇରିଆଃ ଡିଙ୍ଗ୍ ପେଡିଙ୍ଗ୍କେ ? ପେନେ ବିସ୍ବାସ୍ ମେଃନେ ଅଃକେନ୍ ଇକୁଡ଼ା ?" ଏନ୍ ଇଡ଼ିଙ୍ଗ୍ ମେଁ ତଡ଼୍ୟାଚେ ୱେଡ଼ିଆ ଆରି ଲଉଡ଼ିକେ ଦାକା ବିକେ । ଦାପେ ଦାପେ ଚିମ୍ଚିମ୍ରା ଡିଙ୍ଗ୍ ୱେକେ ।
27 ଆକ୍ବାନ୍ ସାପାରେ ଇରିଆତୁଗ୍ ଡିଙ୍ଗ୍ୱେଆର୍ଗେ । ମେଇଂ ନିଜେ ନିଜେ ବାଲିର୍ବାତା ଡିଙ୍ଗ୍ଆର୍କେ "କ୍ମେ ଡିରକମ୍ ରେମୁଆଁ ? ୱେଡ଼ିଆ ଆରି ଲଉଡ଼ି ଡିଗ୍ ମେଁନେ ସାମୁଆଁ ମାନେଆର୍କେ ।"