ଅନାବୃଷ୍ଟିର ଅବସାନ
41 ଏଥିଉତ୍ତାରେ ଏଲୀୟ ଆହାବଙ୍କୁ କହିଲେ, "ତୁମ୍ଭେ ଉଠିଯାଇ ଭୋଜନପାନ କର; କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି।" 42 ତହୁଁ ଆହାବ ଭୋଜନପାନ କରିବାକୁ ଉଠିଗଲେ। ପୁଣି, ଏଲୀୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଇଁପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ। 43 ପୁଣି, ସେ ଆପଣା ଦାସକୁ କହିଲେ, "ଉଠିଯାଇ ସମୁଦ୍ର ଆଡ଼େ ଅନାଅ।" ତହୁଁ ସେ ଉଠିଯାଇ ଅନାଇ କହିଲା, "କିଛି ନାହିଁ।" ଏଥିରେ ଏଲୀୟ କହିଲେ, "ପୁନର୍ବାର ସାତ ଥର ଯାଅ।" 44 ତହୁଁ ସେ ସପ୍ତମ ଥର କହିଲା, "ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି।" ଏଥିରେ ଏଲୀୟ କହିଲେ, "ଉଠିଯାଇ ଆହାବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ।" 45 ତହୁଁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା। ପୁଣି, ଆହାବ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ।