4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର। 5 ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ। 6 କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।