ଡିମ୍ବିରିବୃକ୍ଷକୁ ଅଭିଶାପ
18 ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ, 19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, "ଆଉ କଦାପି ତୋʼଠାରେ ଫଳ ନ ହେଉ।" ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା। 20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା? 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିବୃକ୍ଷ ପ୍ରତି ଯେପରି ହୋଇଅଛି, କେବଳ ଯେ ସେପରି ହେବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ତାହାହେଲେ ତାହା ହେବ। 22 ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।"