14 ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା।
15 ସେ ତାକୁ କହିଲା, "ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।" 16 ରୂତ କହିଲା, "ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। 17 ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।"