ଜେଏ କୁର୍ତାଲୋଙନ୍ ଆତଙ୍କୁମନ୍ ଆ ମନ୍ରା
11 ସିଲଡ୍ଲ୍ଲନ୍ ଞେନ୍ ରୁଆଙନ୍ ଆରୋରୋ ଗିୟ୍ଲାୟ୍, ଆରି ଗିୟ୍ବା, ତେତ୍ତେ ଅବୟ୍ ଜେଏ କୁର୍ତାନ୍ ଡକୋଲନ୍; ତି କୁର୍ତାଲୋଙନ୍ ଆତ୍ରଙ୍କୁମ୍ତେନ୍ ଆ ମନ୍ରା ଆଞୁମ୍ ଅରାସାନେଡମ୍ ଆରି ଆଜାଡ଼ିଡମ୍; ଆନିନ୍ ଡରମ୍ମଡମନ୍ ବାତ୍ତେ ବିସାରତେ ଆରି ଅଲ୍ଜୁଜ୍ଜେତେ । 12 ଆମଡନ୍ ଆଡୁଡୁତୋଡନ୍ ଅନ୍ତମ୍, ଆବବ୍ଲୋଙନ୍ ଗୋଗୋୟ୍ଡମ୍ ରନୁବ୍ବବନ୍ ଡକୋଏନ୍, ରନୁବ୍ବବ୍ଲୋଙନ୍ ଅବୟ୍ ଅଞୁମନ୍ ଆଇଡିଡ୍ ଡକୋ, ତିଆତେ ଇନି ଆନିନ୍ ତୁମ୍ ଜନାତେ, ଆରି ଆନ୍ନିଙ୍ ତିଆତେ ଜନାଲେ ଅଃର୍ରପ୍ତିଏଜି । 13 ଆନିନ୍ ମିଞାମ୍ଲୋଙନ୍ ଆଜୋବ୍ଡାନ୍ ଆ ସିନ୍ରି ଆଜିଜିନେ । ଆରି ଆଞୁମନ୍ "ଇସ୍ୱରନ୍ ଆ ବର୍ନେ" ଗାମ୍ଲେ ଓଡ୍ଡେଏଞ୍ଜି । 14 ରୁଆଙନ୍ ଆ ସିପ୍ପାୟ୍ଜି ଜେଏ ଆରି ମନଙ୍ଡମ୍ ଲମନ୍କାବନ୍ ଜିଜିଲନ୍, ଜେଏ କୁର୍ତାଞ୍ଜି ଆ ଡଅଙ୍ଲୋଙ୍ ତଙ୍କୁମ୍ଲେ ଆନିନ୍ଆଡଙ୍ ସଣ୍ତୋଙେଞ୍ଜି । 15 ୧୯:୧୫ ଅନବ୍ଜନାବର୍ ୧୪:୨୦ଆରି ଆ ତଅଡ୍ଲୋଙନ୍ ସିଲଡ୍ ଅବୟ୍ ଅସୁବ୍ଡମନ୍ ଆ କଡ଼ିବ୍ ଡୁଙ୍ଲନାୟ୍, ତିଆତେ ବୟନ୍ ଆନିନ୍ ପୁର୍ତିଲୋଙନ୍ ଅଡ଼୍କୋ ଜାତିନ୍ ଆ ମନ୍ରାଜିଆଡଙ୍ ଅଡ୍ତଜି; ଆରି ଆନିନ୍ ଆନିଞ୍ଜିଆଡଙ୍ ଲୋଆଙ୍ଡାଙନ୍ ବାତ୍ତେ ସାସନତଜି, ଆରି ଅଡ଼୍କୋନ୍ ସିଲଡ୍ ବୋର୍ସା ଇସ୍ୱରନ୍ ଆ ବରା ବନ୍ଡ୍ରାବ୍ ଦ୍ରାକ୍ୟା କୁଣ୍ଡନ୍ ଞାଡାତେ । 16 ଆ ସିନ୍ରିଲୋଙନ୍ ଡ ଆ ବୁଲୁଲୋଙନ୍ କେନ୍ ଆଞୁମ୍ ଆଇଡିଡ୍ ଡକୋଲନ୍, "ରାଜାଞ୍ଜି ଆ ରାଜା, ଆରି ପ୍ରବୁଞ୍ଜି ଆ ପ୍ରବୁ ।"
17 ଆରି ଞେନ୍ ଗିୟ୍ଲାୟ୍, ଅବୟ୍ ପାଙ୍ଲଙ୍ବର୍ମରନ୍ ଓୟୋଙ୍ଲୋଙନ୍ ଆତନଙ୍ ଡକୋଲନ୍, ମଡ୍ଡି ରୁଆଙ୍ଲୋଙନ୍ ଆରେଙ୍ତେଞ୍ଜି ଅଡ଼୍କୋନ୍ ଆ ଅନ୍ତିଡ୍ଜିଆଡଙ୍ ଆନିନ୍ ବାବ୍ବାବ୍ଲେ ବରେଞ୍ଜି, "ୟବା, ଇସ୍ୱରନ୍ ଆ ସୋଡ଼ା ବୁଜିଲୋଙ୍ ଆୟ୍ ରୁକ୍କୁନାବା । 18 ରାଜାଞ୍ଜି ଆ ଜେଲୁ, ସିପ୍ପାୟଞ୍ଜି ଆ ଜେଲୁ, ବୋର୍ସାମରଞ୍ଜି ଆ ଜେଲୁ, କୁର୍ତାଞ୍ଜି ଆ ଜେଲୁ, କୁର୍ତାଲୋଙନ୍ ଆତ୍ରଙ୍କୁମ୍ତେଞ୍ଜି ଆ ମନ୍ରାଜି ଆ ଜେଲୁ, ତିନ୍ସୟ୍ଲୁମ୍ମରନ୍ ଆ ଜେଲୁ, କମ୍ୱାରିମରନ୍ ଆ ଜେଲୁ, ସୋଡ଼ା, ସନ୍ନା, ଅଡ଼୍କୋ ମନ୍ରାନ୍ ଆ ଜେଲୁ ଆୟ୍ ଜୋମ୍ବା ।"
19 ଆରି ଞେନ୍ ଗିୟ୍ଲାୟ୍, ତି କୁର୍ତାଲୋଙନ୍ ଆତଙ୍କୁମନ୍ ଆ ମନ୍ରା ଡ ଆ ସିପ୍ପାୟଞ୍ଜି ବୟନ୍ ଅଲ୍ଜୁଜ୍ଜେନ୍ ଆସନ୍ ତି ଜନ୍ତୁନ୍ ଡ ପୁର୍ତିନ୍ ଆ ରାଜାଜି ଅଡ଼୍କୋଞ୍ଜି ଆରି ଆ ସିପ୍ପାୟଞ୍ଜି ରୁକ୍କୁଲଞ୍ଜି । 20 ୧୯:୨୦ ଅନବ୍ଜନାବର୍ ୧୩:୧-୧୮ସିଲତ୍ତେ ଅଲ୍ଜୁଜ୍ଜେଲୋଙନ୍ ଜନ୍ତୁନ୍ ଞନମ୍ଡାଏନ୍, ଆରି ଅଙ୍ଗା କଣ୍ଡାୟ୍ ପୁର୍ବାଃତେ ବର୍ନେମର୍ ଜନ୍ତୁନ୍ ଆତେମଡ୍ ସାନ୍ନି କାବ୍ବାଡ଼ାନ୍ ଲୁମ୍ଲେ, ତିଆତେ ବୟନ୍ ଜନ୍ତୁନ୍ ଆ ସିନ୍ନ ଆଜ୍ରାଏଞ୍ଜି ଆ ମନ୍ରାଜି ଡ ଆ କୋଙ୍ଡାଜନ୍ ଆପୁର୍ରେଞ୍ଜି ଆ ମନ୍ରାଜିଆଡଙ୍ କଣ୍ଡାୟେଞ୍ଜି, ଆନିନ୍ ନିୟ୍ ଜନ୍ତୁନ୍ ବୟନ୍ ଞନମ୍ଡାଏନ୍; ତି ବାଗୁଞ୍ଜିଆଡଙ୍ ଆମେଙ୍ ଆମେଙନ୍ ଗନ୍ଦକନ୍ ଆଡ୍ରୁଡୁତେନ୍ ଆ କୁଣ୍ଡଲୋଙ୍ ପିଡେଞ୍ଜି । 21 ଆରି ତି ଜନ୍ତୁନ୍ ଆ ସିପ୍ପାୟ୍ଜି କୁର୍ତାଲୋଙନ୍ ଆତଙ୍କୁମନ୍ ଆ ମନ୍ରା ଆ ତଅଡ୍ଗଡ୍ ଆଡ୍ରୁଙ୍ଲନାଞନ୍ ଆ କଡ଼ିବ୍ ବାତ୍ତେ ରବୁଏଞ୍ଜି, ସିଲତ୍ତେ ଅଡ଼୍କୋ ଅନ୍ତିଡଞ୍ଜି ଆ ଜେଲୁଞ୍ଜି ଜୋମେଞ୍ଜି ।