10 ପାଓଲନ୍ କେନ୍ ଆ ତନାଲ୍ମଡ୍ ଆଗ୍ରିଜେନ୍ ସିଲଡ୍ ଅବ୍ତାଡ଼ନ୍ ଇନ୍ଲେନ୍ ମାକିଦନିଆନ୍ ଜିର୍ଜିରନ୍ ଆସନ୍ ଏବ୍ଜାଡାଲନାୟ୍, ଇନିଆସନ୍ଗାମେଣ୍ଡେନ୍ ଆମଙଞ୍ଜି ମନଙ୍ବରନ୍ ଅନପ୍ପୁଙ୍ବରନ୍ ଆସନ୍ ଇସ୍ୱରନ୍ ଇନ୍ଲେନ୍ଆଡଙ୍ ଓଡ୍ଡେଲଲେନ୍ ଗାମ୍ଲେ ଏଜନାଲାୟ୍ ।
ଲୁଦିଆନ୍ ଆବ୍ୟର୍ବୁଡ୍ଡିଲନ୍
11 ତିଆସନ୍ ଇନ୍ଲେନ୍ ତ୍ରୋୟାନ୍ ସିଲଡ୍ ଡାଆ ଜାଜଲୋଙନ୍ ଡାୟ୍ଲେ ସାମତ୍ରାକିନ୍ ଏଜିରେନ୍ ଆରି ତି ଆବାର୍ତାନ୍ ନିଆପଲିନ୍ ଏଜିରେନ୍ । 12 ଆରି, ତେତ୍ତେ ସିଲଡ୍ ପିଲିପି ଗଡ଼ାନ୍ ଏଜିରେନ୍, ତିଆତେ ମାକିଦନିଆନ୍ ଆ ସୋଡ଼ା ଗଡ଼ା ଡକୋଏନ୍, ଆରି ତିଆତେ ଅବୟ୍ ରୋମିଅମରଞ୍ଜି ଆ କୋଲୋନି ଡକୋଏନ୍; ତି ଆ ଗଡ଼ାଲୋଙ୍ ଇନ୍ଲେନ୍ ଜବ୍ର ଡିନ୍ନା ଏଡକୋଲନାୟ୍ । 13 ଲୋଲୋନେ ଡିନ୍ନାଇଙନ୍ ଇନ୍ଲେନ୍ ଗଡ଼ାନ୍ ଆ ସନଙ୍ ସିଲଡ୍ ଡୁଙ୍ଲନ୍ ଅନେଙ୍ ଅଲନ୍ ଏଜିରେନ୍, ତେତ୍ତେ ପରାର୍ତନାନେନ୍ ଡକୋ ଗାମ୍ଲେ ଇନ୍ଲେନ୍ ଏବ୍ଡିସୟ୍ଲାୟ୍, ଆରି ଇନ୍ଲେନ୍ ତେତ୍ତେ ଏତଙ୍କୁମ୍ଲାୟ୍ କି ତେତ୍ତେ ରୁକ୍କୁଲନ୍ ଆଡ୍ରକୋଲଞ୍ଜି ଆଇମର୍ଜି ସରିନ୍ ଏକଡାଡ଼ିଲନାୟ୍ । 14 ଆରି, ତୁୟାତିରା ଗଡ଼ାଲୋଙନ୍ ଲୁଦିଆ ଗାମ୍ଲେ ଅବୟ୍ ଆଇବଜନ୍ ଡକୋଏନ୍, ଆନିନ୍ କରୁଲୁୟ୍ଗନ୍ ଆ ସିନ୍ରି ତମେନ୍, ଆରି ଆନିନ୍ ଇସ୍ୱରନ୍ଆଡଙ୍ ସେଙ୍କେଲେ ଡକୋଲନ୍, ଆନିନ୍ ନିୟ୍ ଞନଙ୍ଲେନ୍ ଅମ୍ଡଙେନ୍ । ଆନିନ୍ ପାଓଲନ୍ ଆ ଞନଙ୍ ମନଙ୍ ଡାଲୁଡ୍ଲେ ଅମ୍ଡଙେତୋ ଗାମ୍ଲେ ପ୍ରବୁନ୍ ଆ ଉଗରନ୍ ରୋଏନ୍ । 15 ଆରି, ଆନିନ୍ ଡ ଆସିଂମରଞ୍ଜି ତବ୍ବୁବ୍ଡାନ୍ ଆଞ୍ରାଙେଞ୍ଜି ସିଲଡ୍ ଅମଙ୍ଲେନ୍ କାକୁର୍ତିଲନ୍ ବର୍ରନେ, "ଆମ୍ୱେଞ୍ଜି ଆଜାଡ଼ିଡମ୍ ପ୍ରବୁନ୍ ଆମଙ୍ ଡର୍ନେଞେନ୍ ଡକୋ ଗାମ୍ଲେ ଏଇଃୟମେନ୍ ଡେନ୍, ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ଜିରାୟ୍ବା ଅସିଂଞେନ୍ ଆୟ୍ ଡକୋନାବା ।" ଆରି ଆନିନ୍ ଇନ୍ଲେନ୍ଆଡଙ୍ ବଡଗାଁୟ୍ ଆସିଙନ୍ ଆଜନିର୍ ଆସନ୍ ବର୍ରଲେନ୍ ।
ପିଲିପି ଗଡ଼ାନ୍ ଆ ବଣ୍ତିସିଂଲୋଙ୍ ପାଓଲନ୍ ଡ ସିଲାନ୍
16 ବଡିନ୍ନା ଇନ୍ଲେନ୍ ପାର୍ତନାନ୍ ଏଜିର୍ରେନ୍ ଆଡିଡ୍, ବୁତନ୍ ଆସୁମ୍ସୁମନ୍ ଅବୟ୍ ଡାଙ୍ଗଡ଼ି କମ୍ୱାରିବଜନ୍ ଏରବାଙ୍ଲାୟ୍, ଆମଙନ୍ ଆଡ୍ରକୋଏନ୍ ଆ ବୁତ ଆ ବୋର୍ସା ବାତ୍ତେ ଆନିନ୍ ପୁର୍ବାଃତେବରନ୍ ବର୍ରନ୍ ରପ୍ତିଏନ୍, ଆରି ଆନିନ୍ ମନ୍ରାଞ୍ଜି ଆ କରମ୍ମା ଗିୟ୍ଲେ ରପ୍ତିଏନ୍, ତିଆସନ୍ ଆ ସାଉକାରଞ୍ଜି ଗୋଗୋୟ୍ ତଙ୍କାନ୍ ଅର୍ଜେଏଞ୍ଜି । 17 ଆନିନ୍ ପାଓଲନ୍ ଡ ଇନ୍ଲେନ୍ ସଣ୍ଡୋଙ୍ଲେ ପାଙ୍ଲଲେନ୍ କି ବାବ୍ବାବ୍ଲେ ବର୍ରନେ, "କେନ୍ ଆ ମନ୍ରାଜି ଅଡ଼୍କୋନ୍ ସିଲଡ୍ ସୋଡ଼ା ଇସ୍ୱରନ୍ ଆ କମ୍ୱାରିମର୍ଜି, ଆମ୍ୱେଞ୍ଜି ଏଙ୍ଗାଲ୍ଡେନ୍ ଇର୍ସେନ୍ ସିଲଡ୍ ଅନୁରନ୍ ଞାଙ୍ଲେ ଏରପ୍ତିତେ, ତି ଆ ବର୍ନେ କେନ୍ଆନିଞ୍ଜି ବର୍ତଞ୍ଜି ।"