ସନେଙ୍ସେଙ୍ଲୋଙନ୍ ତନୁଙନ୍ ଆସନ୍ ଅନିରନ୍
12 ଞେନ୍ ନମି ତି ଅଡ଼୍କୋନ୍ ଞାଙ୍ଲାୟ୍ ଅଡ଼େ ସତଙ୍ଲିଁୟ୍ ଗାମ୍ଲେ ଅଃବ୍ବର୍ନାୟ୍, ବନ୍ଡ କ୍ରିସ୍ଟ ଜିସୁନ୍ ଞେନ୍ଆଡଙ୍ ଆଞ୍ରମ୍ଲିଞନ୍ ଆସନ୍, ଞେନ୍ ତିଆତେ ଞନାଙନ୍ ଆସନ୍ ଇର୍ତେ । 13 ଏ ବୋଞାଙ୍ ତନାନ୍ଜି, ଞେନ୍ ନମିନ୍ତାନ୍ ତିଆତେ ଆଞମ୍ଞମ୍ ଗାମ୍ଲେ ଅଃନ୍ନବ୍ଡିସୟାୟ୍, ବନ୍ଡ କାବ୍ବାଡ଼ାନ୍ ଞେନ୍ ଲୁମ୍ତାୟ୍, 14 ଅମ୍ରେଙ୍ଲେ ଆଜିର୍ରାଞନ୍ ଆ କାବ୍ବାଡ଼ାଜି ଅଡ଼୍କୋନ୍ ମନ୍ନଲୋଙ୍ଞେନ୍ ସିଲଡ୍ ସବ୍ଙାୟ୍ଲେ, କ୍ରିସ୍ଟ ଜିସୁନ୍ ଅମ୍ମେଲେ ରୁଆଙ୍ଲୋଙନ୍ ଡକୋନେନ୍ ଆସନ୍ ଇସ୍ୱରନ୍ ଞେନ୍ଆଡଙ୍ ଆରୋଡ୍ଡେଲିଞନ୍ ଆ ପୁରସ୍କାର ଆଞନାଙ୍ ଆସନ୍, ତିଆତେ ଗିୟ୍ଗିୟ୍ଲେ ସନେଙ୍ସେଙ୍ଲୋଙନ୍ ଇର୍ତେ ।
15 ତିଆସନ୍, ଜିରାୟ୍ବା, ଇନ୍ଲେଞ୍ଜି ଡିଅଙ୍ଗା ମନ୍ରା ସତଙ୍, ଏନ୍ନେଲେ ଏଇଃୟମ୍ବା, ଆରି ଇନ୍ନିଙ୍ ଆ କଡାଡ଼ି ଅନିଃୟମ୍ବେନ୍ ଆନ୍ନା ଅନ୍ତମ୍ ଡକୋଏନ୍ ଡେନ୍, ଏତ୍ତେଲ୍ଡେନ୍ କେନ୍ଆତେ ନିୟ୍ ଇସ୍ୱରନ୍ ଅମଙ୍ବେନ୍ ଅବ୍ଗିୟ୍ତାତେ;