ତର୍ଡମ୍ ଅଲ୍ସାଜବା
1 ଏ ବୋଞାଙ୍ଜି, ତନାନ୍ଜି, ଆନ୍ନିଙ୍ ଡୋସାନ୍ ଲୁମ୍ଲେ ଞନମ୍ଡାଏନ୍ ଡେନ୍, ଅମଙ୍ଲୋଙ୍ବେନ୍ ଆନାଜି ମଡ଼ିର୍ ପୁରାଡ଼ାନ୍ ବାତ୍ତେ ଏଞଣ୍ଡ୍ରମ୍ତନ୍, ଆମ୍ୱେଞ୍ଜି ଲବଡ୍ଡିଲନ୍ ତି ଆ ମନ୍ରାଆଡଙ୍ ଞନଙନ୍ ତିୟ୍ଲେ କେମାବା; ଅସମୟ୍ ଆମ୍ୱେଞ୍ଜି ନିୟ୍ ତନୋର୍ତୋର୍ଲୋଙ୍ ଗଲୋତବେନ୍, ତିଆସନ୍ ଆମ୍ୱେନ୍ ନିୟ୍ ଗିୟ୍ଡମ୍ନାବା । 2 ତର୍ଡମ୍ ଆ ବିଡ଼ାର୍ ବୋୟ୍ବୋୟନ୍ ଆସନ୍ ଅଲ୍ସାଜବା, କେନ୍ ଏନ୍ନେଲେ ଆମ୍ୱେଞ୍ଜି କ୍ରିସ୍ଟନ୍ ଆ ବନାଁୟ୍ବର୍ ମାନ୍ନେଲେ ଏରପ୍ତିତେ ।