1 ଆମ୍ମୁଙ୍, ଇସ୍ୱରନ୍ ଆନ୍ନା ଆନ୍ନା ଆ ବନେଡ଼ାଇଂ ଆରି ତରଙ୍ଆନ୍ନାଡାଗୋ ଅମ୍ମେଲେ ପୁର୍ବାଃତେ ବର୍ନେମରଞ୍ଜି ଆ ତଅଡ୍ଗଡ୍ ପୁର୍ବା ଜୋଜୋଲେଞ୍ଜି ବୟନ୍ କଡାଡ଼ିଲନ୍ । 2 ବନ୍ଡ କେନ୍ ଆନଞିଡ୍ ଡିନ୍ନା ଇଙନ୍ ଆନିନ୍ ଆ ଡାଙ୍ଗଡ଼ାଅନନ୍ ଅମ୍ମେଲେ ଇନ୍ଲେନ୍ ବୟନ୍ କଡାଡ଼ିଲନ୍; ଇସ୍ୱରନ୍ ଆନିନ୍ଆଡଙ୍ ସନୋଡ଼ାଗଡନ୍ ତିୟେନ୍ ଆରି ଆନିନ୍ ବାତ୍ତେ ଅଡ଼୍କୋ ପୁର୍ତିନ୍ ଗବ୍ଡେଲେନ୍ । 3 ଡାଙ୍ଗଡ଼ାଅନନ୍ ଆମଙ୍ ଇସ୍ୱରନ୍ ଆ ଗନୁଗୁ ପନେମେଙ୍ ଆ ସନାଆର୍ ଆରି ଇସ୍ୱରନ୍ ଆ ଞନଣ୍ଡ୍ରମ୍ ଆ ଗୁନ ଅନ୍ତମ୍, ଆନିନ୍ ଆ ବୋର୍ସା ବର୍ନେନ୍ ବାତ୍ତେ ଅଡ଼୍କୋନ୍ ପୁର୍ତିନ୍ ଞମେନ୍ । ଆରି ଇର୍ସେନ୍ କେମାଡାଲେ ତୋଣ୍ଡୋ ରୁଆଙନ୍ ଇସ୍ୱରନ୍ ଆର୍ଜଡ଼ୋମ୍ଗଡ୍ ତଙ୍କୁମେନ୍ ।
4 ଆନିନ୍ ଏଙ୍ଗାଲେ ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ସିଲଡ୍ ସୋଡ଼ା, ଆଞୁମନ୍ ନିୟ୍ ଏତ୍ତେଲେମା ଆଞୁମଞ୍ଜି ସିଲଡ୍ ସୋଡ଼ା । 5 ଇନିଆସନ୍ଗାମେଣ୍ଡେନ୍ ଆଙ୍ଗିୟ୍ଜା ଇସ୍ୱରନ୍ ଅନ୍ନିଙ୍ ଆ ପାଙ୍ଲଙ୍ବର୍ମରନ୍ଆଡଙ୍ ଏନ୍ନେଲେ ଅଃବ୍ବର୍ରଜି;
"ଆମନ୍ ଡାଙ୍ଗଡ଼ାଅନ୍ଞେନ୍;
ଲଙେ ସିଲଡ୍ ଞେନ୍ ଆପେୟ୍ନମ୍ ଡେଲିଁୟ୍ ।"
ଅଡ଼େ ଇସ୍ୱରନ୍ ଅନ୍ନିଙ୍ ଆ ପାଙ୍ଲଙ୍ବର୍ମର୍ ଆ ବର୍ନେ ଏନ୍ନେଲେ ଅଃବ୍ବର୍ରନେ,
"ଞେନ୍ ଆପେୟନ୍,
ଆରି ଆନିନ୍ ଡାଙ୍ଗଡ଼ାଅନ୍ଞେନ୍ ।"
6 ବନ୍ଡ ଇସ୍ୱରନ୍ ଆମ୍ମୁଙ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ କେନ୍ ପୁର୍ତିନ୍ ଆରାପ୍ପାୟ୍ଲାଞନ୍ ଆଡିଡ୍ କେନ୍ ଆ ବର୍ନେ ବର୍ରନେ,
"ଇସ୍ୱରନ୍ ଆ ପାଙ୍ଲଙ୍ବର୍ମରଞ୍ଜି ଆନିନ୍ଆଡଙ୍ ସେଙ୍କେତଜି ।"
7 ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆ ବର୍ନେ ଇସ୍ୱରନ୍ କେନ୍ ଆ ବର୍ନେ ବର୍ରନେ;
"ଇସ୍ୱରନ୍ ଆ ପାଙ୍ଲଙ୍ବର୍ମର୍ଜି ରିଙ୍ଗେନ୍ ଅନ୍ତମ୍
ଆରି ଇସ୍ୱରନ୍ ଆ କାବ୍ବାଡ଼ାମରଞ୍ଜିଆଡଙ୍ ଆଉଲ୍ଲାଙ୍ତୋଡନ୍ ଅନ୍ତମ୍ ଏମ୍ମେଏଞ୍ଜି ।"
8 ଆ ଡାଙ୍ଗଡ଼ାଅନନ୍ ଆ ବର୍ନେ ଆନିନ୍ ବର୍ରନେ,
"ଏ ଇସ୍ୱର, ରାଜ୍ୟନମ୍ ଆଏଡ଼ର୍ ଡକୋତନ୍,
ଆମନ୍ ଆଜାଡ଼ି ପନ୍ସୁଆତିନ୍ ବାତ୍ତେ ମନ୍ରାଞ୍ଜିଆଡଙ୍ ସାସନତଜି ।
9 ଆମନ୍ ଡରମ୍ମମରନ୍ଆଡଙ୍ ଡୁଙ୍ୟମ୍ତେ ଆରି ଏର୍ଡରମ୍ମମରନ୍ଆଡଙ୍ ଏଡ଼ୁର୍ମଡ୍ତେ ।
ତିଆସନ୍ ଇସ୍ୱରନମ୍ ଆମନ୍ଆଡଙ୍ ସେଡାଲମ୍,
ଆରି ଗଡ଼ିନମ୍ଜି ସିଲଡ୍
ଆମନ୍ଆଡଙ୍ ଗୋଗୋୟ୍ ମାନ୍ନେଲେ ଅବ୍ସର୍ଡାଲମ୍ ।"
10 ଆନିନ୍ ନିୟ୍ ଆରି ବର୍ରନେ
"ଏ ପ୍ରବୁ, ଆମ୍ମୁଙ୍ ଆମନ୍ ପୁର୍ତିନ୍ ଗବ୍ଡେଲେନ୍,
ଆରି ଆମନ୍ ଅସିନମ୍ ବାତ୍ତେ ରୁଆଙନ୍ ଗବ୍ଡେଲେନ୍ ।
11 ତି ଅଡ଼୍କୋନ୍ ବଡିନ୍ନା ସତନେ, ବନ୍ଡ ଆମନ୍ ଆଏଡ଼ର୍ ଡକୋତନ୍;
ଆନିଞ୍ଜି ପାପୁର୍କାବନ୍ ଅନ୍ତମ୍ ଗୁରୁଡ୍ଡେତଜି ।
12 ସିନ୍ରିନ୍ ଆର୍ରବ୍ରବ୍ତେନ୍ ଅନ୍ତମ୍ ଆମନ୍ ତି ଅଡ଼୍କୋନ୍ ରବ୍ରବ୍ଲେ ଡକ୍କୋତେ ଆରି ସିନ୍ରିନ୍ ଆବ୍ରାର୍ତବନ୍ ଅନ୍ତମ୍ ବାର୍ତନେ । ବନ୍ଡ ଆମନ୍ ଆମ୍ମୁଙ୍ମା ସିଲଡ୍ ଆଏଡେତ୍ତେନ୍ ଡକୋ ଆରି ଅଃନ୍ନଞିଡମ୍ ।"
13 ଇସ୍ୱରନ୍ ଆ ପାଙ୍ଲଙ୍ବର୍ମରଞ୍ଜିଆଡଙ୍ ଆଙ୍ଗିୟ୍ ଏନ୍ନେଲେ ଅଃବ୍ବର୍ରଜି;
"ବନେରାମର୍ବେଞ୍ଜିଆଡଙ୍ ଞେନ୍
ତାଲ୍ଜଙ୍ବାବେନ୍ ଅଣ୍ଡ୍ରଙ୍ ଡକ୍କୋଆଞନ୍ ଜାୟ୍
ଅର୍ଜଡ଼ୋମ୍ଗଡ୍ଞେନ୍ ତଙ୍କୁମ୍ଲେ ଡକୋନାବା ।"
14 ଏତ୍ତେଲ୍ଡେନ୍, ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆନା ? ଆନିଞ୍ଜି ଇସ୍ୱରନ୍ ଆ କାବ୍ବାଡ଼ାମର୍ଜି ଆରି ଅନୁରନ୍ ଆଞ୍ରାଙେଞ୍ଜି ଆ ମନ୍ରାଜି ଆ ସନାକ୍କେ ଆସନ୍ ଇସ୍ୱରନ୍ ଆରାପ୍ପାୟ୍ଲାଞଞ୍ଜି ଆ ପୁରାଡ଼ାଜି ତଡ୍ ପଙ୍ ?