23 ସିପ୍ପାୟଞ୍ଜି ଜିସୁନ୍ଆଡଙ୍ ଆଅକ୍କାଡଙ୍ଲୋଙନ୍ ଆରମ୍ଡାଜେଞ୍ଜି ସିଲଡ୍ଲ୍ଲନ୍, ଉଞ୍ଜି ସିପ୍ପାୟଞ୍ଜି ଆ ସିନ୍ରିନ୍ ପାଙ୍ଲେ ଉଞ୍ଜି ବନ୍ତା ଏମ୍ମେଏଞ୍ଜି, ଡିଲେ ସିପ୍ପାୟଞ୍ଜି ଆସନ୍ ବ ବନ୍ତା ଲେକାଁୟ୍ ବନ୍ତାଲଞ୍ଜି, ଆରି ଆନିଞ୍ଜି ଆ ଅଙ୍ଗିନ୍ ନିୟ୍ ପାଙେଞ୍ଜି । ତି ଆ ଅଙ୍ଗି ଆବୟ୍ବୟ୍ ତଡ୍, ତୋଣ୍ଡୋନ୍ ସିଲଡ୍ ଜାୟ୍ତାନ୍ ସମ୍ପରାନ୍ ଆପଡ୍ପଡ୍ ଡକୋଏନ୍ । 24 ତିଆସନ୍ ସିପ୍ପାୟଞ୍ଜି ତର୍ଡମ୍ କଡାଡ଼ିଲଞ୍ଜି, "ଇଜ୍ଜା, କେନ୍ଆତେ ଅଃପ୍ପେବୋ, ବନ୍ଡ କେନ୍ଆତେ ଆନାଆତେ ଡେତେ, ତିଆସନ୍ ଏବ୍କଡ଼ିବା," ଏଙ୍ଗାଲ୍ଡେନ୍ ସାସ୍ତ୍ରଲୋଙନ୍ ଆ କେନ୍ ବର୍ନେ ଡେଡମେ;
"ଆନିଞ୍ଜି ସିନ୍ରିଞେନ୍ ବନ୍ତାଲଞ୍ଜି,
ଆରି ଅଙ୍ଗିଞେନ୍ ଆସନ୍ ଆନିଞ୍ଜି ଅବ୍କଡ଼ିଏଞ୍ଜି ।"
ତିଆସନ୍ ସିପ୍ପାୟଞ୍ଜି କେନ୍ଆତେ ଲୁମେଞ୍ଜି ।
25 ଜିସୁନ୍ ଆଅକ୍କାଡଙ୍ ଆ ତୁୟାୟ୍ ଆୟୋଙନ୍ ମରିଅମନ୍, ଆୟୋଙନ୍ ଆ ବୋଲ୍ମାୟ୍, କ୍ଲେପାନ୍ ଆ ଡୁକ୍ରି ମରିଅମନ୍ ଡ ମଗ୍ଦଲିନି ମରିଅମନ୍ ଆତନଙ୍ ଡକୋଲଞ୍ଜି । 26 ଜିସୁନ୍, ଆୟୋଙନ୍ ଡ ଅଙ୍ଗା ଞଙ୍ନେମର୍ଆଡଙ୍ ଆନିନ୍ ଡୁଙ୍ୟମେନ୍, ଆନିଞ୍ଜି ତେତ୍ତେ ଆତନଙଞ୍ଜି ଗିୟ୍ଲେ, ଆୟୋଙନ୍ଆଡଙ୍ ବରେନ୍, "ଗିଜା, ଡାଙ୍ଗଡ଼ାଅନ୍ନମ୍ ।"
27 ସିଲଡ୍ଲ୍ଲନ୍ ଆନିନ୍ ତି ଆ ଞଙ୍ନେମର୍ଆଡଙ୍ ବରେନ୍, "ଗିଜା, ଅୟୋଙ୍ନମ୍ !" ତି ଆ ଞଙ୍ନେମର୍ ଅବ୍ତାଡ଼ନ୍ ଆନିନ୍ଆଡଙ୍ ଆସିଙନ୍ ଓରୋଙେନ୍ ।