କାନ୍ନା ଗଡ଼ାଲୋଙନ୍ ବିବା ବୁଜିନ୍
1 ବାଗୁ ଡିନ୍ନା ଆ ତିକ୍କି ଗାଲିଲି କାନ୍ନା ଗଡ଼ାଲୋଙନ୍ ଅବୟ୍ ବିବାନ୍ ଡେଏନ୍, ଆରି ଜିସୁନ୍ ଆୟୋଙ୍ ତେତ୍ତେ ଡକୋଏନ୍ । 2 ଜିସୁନ୍ ଡ ଆ ଞଙ୍ନେମରଞ୍ଜିଆଡଙ୍ ନିୟ୍ ତି ଆ ବିବା ବୁଜିଜୋମନ୍ ଅନିୟନ୍ ଆସନ୍ ଓଡ୍ଡେଲାଜି । 3 ତିକ୍କି ଦ୍ରାକ୍ୟାଡାନ୍ ଆରଞିଡେନ୍ ଜିସୁନ୍ ଆୟୋଙ୍ ଆନିନ୍ଆଡଙ୍ ବରେନ୍, "ଆ ଦ୍ରାକ୍ୟାଡାଞ୍ଜି ଅଞିଡେନ୍ ।"
4 ସିଲତ୍ତେ ଜିସୁନ୍ ଆନିନ୍ଆଡଙ୍ ବରେନ୍, "ଆମନ୍ ଡ ଞେନ୍ ଇନି ଆ କୁଲମ୍ ? ଡିନ୍ନାଞେନ୍ ନମିନ୍ତାନ୍ ଅଣ୍ଡ୍ରଙ୍ ଅଡ଼ୋଆୟ୍ ।"
5 ଆୟୋଙନ୍ କମ୍ୱାରିମରଞ୍ଜିଆଡଙ୍ ବରେଞ୍ଜି, "ଆନିନ୍ ଆମ୍ୱେଞ୍ଜିଆଡଙ୍ ଅଙ୍ଗାତେ ବର୍ତବେନ୍, ତିଆତେ ଲୁମ୍ବା ।"
6 ଜିଉଦିମରଞ୍ଜି ଆନଗଡ୍ ଅନ୍ତମ୍ ଗିୟ୍ଡାଡୋଙ୍ଲନ୍ ମବ୍ଡ଼ିର୍ନେନ୍ ଆସନ୍ ତେତ୍ତେ ଅରେଙନ୍ ବାତ୍ତେ ଆତୁବ୍ତୁବନ୍ ଡାଆନ୍ ଆଡ୍ରକ୍କୋ ସଙ୍କରାନ୍ ତୁଡ୍ରୁ ଡକୋଏନ୍ । ତଙ୍ବୟ୍ ସଙ୍କରାଲୋଙନ୍ ବସଅ ଆଡ୍ଡା ଡାଆନ୍ ଞମ୍ଲେ ରପ୍ତିତେ । 7 ଜିସୁନ୍ କମ୍ୱାରିମରଞ୍ଜିଆଡଙ୍ ବରେଞ୍ଜି, "ସଙ୍କରାଲୋଙଞ୍ଜି ଡାଆନ୍ ବବ୍ରିୟ୍ବା ।" ଆନିଞ୍ଜି ସଙ୍କରାନ୍ ଆ ସଙ୍କା ଜାୟ୍ ଡାଆନ୍ ବବ୍ରିଜେଞ୍ଜି । 8 ଆରି, ଆନିନ୍ ଆନିଞ୍ଜିଆଡଙ୍ ବରେଞ୍ଜି, "ତେତ୍ତେ ସିଲଡ୍ ଅଜିଡ୍ ଗେନ୍ଲେ ପାଙ୍ଲେ ବୁଜିନ୍ ଆତ୍ରୁବେନ୍ ଆ ମନ୍ରା ଆମଙ୍ ପାଙ୍ବା ।" ସିଲତ୍ତେ ଆନିଞ୍ଜି ତେତ୍ତେ ସିଲଡ୍ ଗେନ୍ଲେ ପାଙେଞ୍ଜି । 9 ବୁଜିନ୍ ଆତ୍ରୁବେନ୍ ଆ ମନ୍ରା ତିଆତେ ମାୟ୍ମାଜେନ୍, ବନ୍ଡ ତିଆତେ ଅଙ୍ଗାଲୋଙ୍ ସିଲଡ୍ ପନାଙନ୍ ଡେଲୋ ତିଆତେ ଆନିନ୍ ଅଣ୍ଡ୍ରଙ୍ ଜନାଏ, କମ୍ୱାରିମରଞ୍ଜି ତିଆତେ ଆଜନାଜି, ତିଆସନ୍ ଆନିନ୍ ବରନ୍ଆଡଙ୍ ଓଡ୍ଡେଡାଲେ ବରେନ୍, 10 "ଅଡ଼୍କୋ ମନ୍ରାନ୍ ଆମ୍ମୁଙ୍ ଜବୁଙ୍ ଦ୍ରାକ୍ୟାଡାନ୍ ତିୟ୍ତଜି, ଆରି ମନ୍ରାଞ୍ଜି ତିଆତେ ଗାଲୋଙ୍ ଗାଲେ ବନ୍ନୁଲେଞ୍ଜି ସିଲଡ୍ଲ୍ଲନ୍ ଆଜବେଡନ୍ ଆ ଦ୍ରାକ୍ୟାଡା ତିୟ୍ତଜି । ବନ୍ଡ ଆମ୍ୱେଞ୍ଜି ନମିନ୍ତାନ୍ ମନଙ୍ ଦ୍ରାକ୍ୟାଡାନ୍ ଏଡକ୍କୋଏନ୍ ।"
11 ଜିସୁନ୍ କେନ୍ ଏନ୍ନେଲେ ପର୍ତମ୍ମୁ ସାନ୍ନି କାବ୍ବାଡ଼ାନ୍ ଗାଲିଲି କାନ୍ନା ଗଡ଼ାଲୋଙନ୍ ଲୁମ୍ଲେ ଆ ଗନୁଗୁ ପନେମେଙନ୍ ଅବ୍ତୁଜେନ୍, ଆରି ଞଙ୍ନେମରଞ୍ଜି ଆମଙନ୍ ଡର୍ରଞ୍ଜି ।