12 ଆରି, ଆନିନ୍ ଅନ୍ନିଙ୍ ଅବୟ୍ ଆ ସାଇ ଆଗ୍ରନେନ୍ ଆଡିଡ୍, ଦସଜଣ ମୋଡ୍ଡୋମରଞ୍ଜି ଆନିନ୍ ସରିନ୍ ଇୟ୍ଲାୟ୍ ମାୟ୍ନେଜି; 13 ଆନିଞ୍ଜି ସଙାୟ୍ଲୋଙ୍ ତନଙ୍ଡାଲେ, "ଏ ଜିସୁ, ଞନଙ୍ତିୟ୍ମର୍, ଇନ୍ଲେଞ୍ଜିଆଡଙ୍ ସାୟୁମ୍ଲେନ୍" ଗାମ୍ଲେ ବାବ୍ବାବ୍ଲେ ବର୍ରଞ୍ଜି ।
14 ଆରି, ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, "ଆମ୍ୱେଞ୍ଜି ଜିର୍ରେ ରାଓଡ଼ାଞ୍ଜି ଆମଙ୍ ରମ୍ମଙ୍ ରମ୍ମଙ୍ଆଡଙ୍ ଇୟ୍ ଅବ୍ତୁୟ୍ନାବା ।"
ଆରି ଆନିଞ୍ଜି ଜିରା ଜିରା ମନଙେଞ୍ଜି । 15 ବନ୍ଡ ଆନିଞ୍ଜିଲୋଙ୍ ସିଲଡ୍ ଅବୟ୍ନେ ଆଗ୍ରିୟ୍ଡମ୍ଲନେନ୍ ଆନିନ୍ ମନଙେନ୍, ସିଲଡ୍ଲ୍ଲନ୍ ଆନିନ୍ ଇସ୍ୱରନ୍ଆଡଙ୍ ସେନ୍ଲେ ସେନ୍ଲେ ଆମଙ୍ବାଞ୍ଜି ୟର୍ରନ୍, 16 ଜିସୁନ୍ ଆଜଙ୍ଲୋଙ୍ ଲୋମ୍ଲେ ଆନିନ୍ଆଡଙ୍ ସେନେନ୍; ଆନିନ୍ ଅବୟ୍ ସମିରୋଣମର୍ । 17 ସିଲତ୍ତେ ଜିସୁନ୍ ବର୍ରନେ, "ଇନି ଦସଜଣଞ୍ଜି ଅଃମ୍ମନଙ୍ଲଜି ପଙ୍ ? 18 ଏତ୍ତେଲ୍ଡେନ୍ ଆରି ନଜଣ ଅଡ଼େଙ୍ଗା ? ଇସ୍ୱରନ୍ଆଡଙ୍ ଗନୁଗୁ ପନେମେଙନ୍ ଆସନ୍ କେନ୍ଆନିନ୍ ତୁମ୍ ପଙ୍ ବଡେସାବାୟ୍ ୟର୍ରନାୟ୍, ଆନ୍ନିଙ୍ ଆରି ଅଃୟର୍ରନାଜି ପଙ୍ ?" 19 ଆରି, ଜିସୁନ୍ ଆନିନ୍ଆଡଙ୍ ବରେନ୍, "ଡୋନା, ଜିରା, ଡର୍ନେନମ୍ ଆମନ୍ଆଡଙ୍ ମବ୍ନଙ୍ଲମ୍ ।"