ଏର୍ଡର୍ନେ ଗଡ଼ାନ୍
20 ତିଆଡିଡ୍ ଅଙ୍ଗା ଅଙ୍ଗା ଆ ଗଡ଼ାରେଙ୍ ଜିସୁନ୍ ଗୋଗୋୟ୍ ସାନ୍ନି କାବ୍ବାଡ଼ାନ୍ ଲୁମେନ୍, ବନ୍ଡ ଆନିଞ୍ଜି ଅଃନ୍ନାବ୍ୟର୍ବୁଡ୍ଡିଲଞ୍ଜି, ଆନିନ୍ ତି ଆ ଗଡ଼ା ଆ ମନ୍ରାଜିଆଡଙ୍ କଁୟ୍ଲେ ବର୍ରନେ, 21 "ୟୋଙ୍ କୋରାଜିନ୍ ଆମନ୍ ପନବ୍ରଡନ୍ ଞାଙ୍ତେ, ୟୋଙ୍ ବେତ୍ସାଇଦା ଆମନ୍ ପନବ୍ରଡନ୍ ଞାଙ୍ତେ, ଇନିଆସନ୍ଗାମେଣ୍ଡେନ୍ ଅମଙ୍ଲୋଙ୍ବେନ୍ ଅଙ୍ଗା ଅଙ୍ଗା ଆ ସାନ୍ନି କାବ୍ବାଡ଼ାଜି ଲନୁମନ୍ ଡେଏନ୍, ତିଆତେଜି ଅଡ଼୍କୋନ୍ ସୋରନ୍ ଡ ସିଦୋନ ଗଡ଼ାଲୋଙନ୍ ଲୁମ୍ଲନ୍ ନଙ୍, ଏତ୍ତେଲ୍ଡେନ୍ ଆନିଞ୍ଜି ଆଙ୍ଗାନ୍ ପୁର୍ବାନ୍ ସିଲଡ୍ ଅକ୍କାନ୍ ରଲନ୍ କୋମାବ୍ଲୋଙନ୍ ତଙ୍କୁମ୍ଡାଲେ ଆବ୍ୟର୍ବୁଡ୍ଡିତଞ୍ଜି ବନ୍ । 22 ଡେଲୋଜନଙ୍ଡେନ୍, ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ପନ୍ସୁଆତି ଡିନ୍ନାଇଙନ୍ ପନବ୍ରଡ୍ବେନ୍ ସିଲଡ୍ ସୋରନ୍ ଡ ସିଦୋନନ୍ ଆ ପନବ୍ରଡ୍ ରପ୍ତି ସଏତନେ । 23 ଆରି ଏ କପର୍ନାଉମ, ଆମନ୍ ଇନି ରୁଆଙନ୍ ଜାୟ୍ ତେକ୍କେତନ୍ ପଙ୍ ? ରନବୁ ଡରକୋନେନ୍୧୧:୨୩ ପାତାଡ଼ନ୍ ଜାୟ୍ ଆମନ୍ ଅସେଡ୍ତମ୍, ଇନିଆସନ୍ଗାମେଣ୍ଡେନ୍ ଅମଙ୍ଲୋଙ୍ନମ୍ ଅଙ୍ଗା ଅଙ୍ଗା ଆ ସାନ୍ନି କାବ୍ବାଡ଼ାଜି ଲନୁମନ୍ ଡେଏନ୍, ତି ଅଡ଼୍କୋନ୍ ସଦୋମଲୋଙନ୍ ଲନୁମନ୍ ଡେଏନ୍ ନଙ୍, ଏତ୍ତେଲ୍ଡେନ୍ ତିଆତେ ନମିନ୍ତାନ୍ ଡକୋତେ ବନ୍ । 24 ୧୧:୨୪ ମାତିଉ ୧୦:୧୫; ଲୁକ ୧୦:୧୨ଡେଲୋ ଜନଙ୍ଡେନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ପନ୍ସୁଆତି ଡିନ୍ନାଇଙନ୍ ପନବ୍ରଡ୍ନମ୍ ସିଲଡ୍ ସଦୋମନ୍ ଆ ପନବ୍ରଡ୍ ରପ୍ତି ସଏତନେ ।"