1 ତିସିଲଡ୍ ଞେନ୍ କିନ୍ତାଲନ୍ ବଡ୍ଲାୟ୍ ଆରୁଡ଼ାଙନ୍ ତେତ୍ତେ ଆରି ଅବୟ୍ତଡ୍, କେନ୍ ଆବର୍ନେ ସନ୍ବଲ୍ଲଟ୍, ଟୋବିଅନ୍, ଆରବିୟନ୍ ଗେସମ୍ ଡ ଲାଙ୍ଲେଡ୍ ବନେରାମର୍ଲେଞ୍ଜି ଜନାଏଞ୍ଜି; କେନ୍ ଆଡିଡ୍ ଞେନ୍ ଗଡ଼ାନ୍ ଆ ଡାରନ୍ନିଲୋଙ୍ ଅଡ଼୍କୋନ୍ ସନଙନ୍ ଅଃୟୁଡ୍ଲାୟ୍ । 2 ତିଆଡିଡ୍ ସନ୍ବଲ୍ଲଟ୍ ଡ ଗେସମ୍ ଅମଙ୍ଞେନ୍ ମନ୍ରାନ୍ ଆପ୍ପାୟ୍ଲେ ବର୍ରଞ୍ଜି, "ୟବା, ଇନ୍ଲେଞ୍ଜି ଓନୋ ଅନ୍ନିଙ୍ ଆପଡ଼ିଆଲୋଙ୍ ଏରୁକୁନେବା ।" ବନ୍ଡ ଆନିଞ୍ଜି ଜାୟ୍ତାନ୍ ଅନବ୍ସେଡ୍ ଆସନ୍ ଇଃୟମେଞ୍ଜି । 3 ତିସିଲଡ୍ ଞେନ୍ ଆମଙ୍ବାଞ୍ଜି ପାଙ୍ଲଙ୍ବର୍ମରଞ୍ଜି ଆପ୍ପାୟ୍ଲେ ବର୍ରାଜି, "ଞେନ୍ ଅବୟ୍ ସୋଡ଼ା କାବ୍ବାଡ଼ାନ୍ ଲୁମ୍ତାୟ୍, ତିଆସନ୍ ପଡ୍ଲନ୍ ଜିର୍ରେ ଅଃରପ୍ତିଆୟ୍; ଅମଙ୍ବାବେନ୍ ପଡ୍ଲନ୍ ଜିର୍ରେ ଇନିବା କାବ୍ବାଡ଼ାନ୍ ବନ୍ଦ ଅମେଆୟ୍ ?" 4 କେନ୍ ଅନ୍ତମ୍ ଆନିଞ୍ଜି ଉଞ୍ଜି ତର ଅମଙ୍ଞେନ୍ ମନ୍ରାନ୍ ଆପ୍ପାୟ୍ଲାଜି; ବନ୍ଡ ଞେନ୍ ଆନିଞ୍ଜିଆଡଙ୍ ତିଅନ୍ତମ୍ ଜାଲଙ୍ଲାଜି । 5 ତିସିଲଡ୍ ସନ୍ବଲ୍ଲଟ୍ ଆକମ୍ୱାରିନ୍ ଆସିଲୋଙ୍ ସିଟିନ୍ ଇଡ୍ଲେ ମନ୍ଲୟ୍ ତର ତିଅନ୍ତମ୍ ଅମଙ୍ଞେନ୍ ଆପ୍ପାୟ୍ଲାୟ୍ । 6 ତେତ୍ତେ ଏନ୍ନେଲେ ଆଇଡିଡ୍ ଡକୋଏନ୍, "ଜାତିଞ୍ଜି ଆମଙ୍ଲୋଙ୍ କେନ୍ ଅନବ୍ଜନାବରନ୍ ଡକୋ ଡ ଗେସମ୍ କେନ୍ଆତେ ବର୍ତନେ, ଆମ୍ୱେନ୍ ଡ ଜିଉଦିଞ୍ଜି ଡେସାନ୍ ଆବିରୁଦ ଆଲନୁମ୍ ଏଇଃୟମ୍ତେ; ତିଆସନ୍ ଆମ୍ୱେନ୍ କିନ୍ତାଲନ୍ ଏତୁବ୍ତେ; କେନ୍ ଆନବ୍ଜନାବର୍ ଅନ୍ତମ୍ ଆମନ୍ ଆରାଜାଞ୍ଜି ଆଡନେ ଆସନ୍ ଇସ୍ସୁମ୍ତେ । 7 ଆରି ଜିଉଦାଲୋଙ୍ ଅବୟ୍ ରାଜାନ୍ ଡକୋ ଗାମ୍ଲେ ବର୍ନେନମ୍ ଜିରୁସାଲମଲୋଙ୍ ଆନପୁଙ୍ ଆସନ୍ ଆମନ୍ ପୁର୍ବାଃତେବର୍ନେମରଞ୍ଜିଆଡଙ୍ ତବ୍ନଙେନ୍; କେନ୍ ଆନବ୍ଜନାବର୍ ରାଜାନ୍ ଆମଙ୍ବା ତୁଙ୍ତେ । ତିଆସନ୍ ନମିଞେନ୍ ଜିରାୟ୍, ମାୟ୍ଲନ୍ ଇନ୍ଲେଞ୍ଜି ଏକଡାଡ଼ିନେବା ।" 8 ସିଲତ୍ତେ ଞେନ୍ ଆମଙନ୍ ବର୍ରେ ଆପ୍ପାୟ୍ଲାୟ୍, "ଆମନ୍ ଇନିଜି ବର୍ତନେ, ତିଅନ୍ତମ୍ ଇନ୍ନିଙ୍ ଆକାବ୍ବାଡ଼ା ଲନୁମନ୍ ଅଃଡ୍ଡେଏ; ଆମନ୍ ମନ୍ନଲୋଙ୍ନମ୍ ତି ଅଡ଼୍କୋନ୍ ଇୟମ୍ଲେ ବର୍ତନେ ।" 9 କେନ୍ ଆ କାବ୍ବାଡ଼ାଲୋଙ୍ ଆନିଞ୍ଜି ପୁଡ଼ାସିଏଞ୍ଜି କି ତିଆତେ ଆରି ଅଃନବ୍ସୁଜ୍ଜେଲଜି ଗାମ୍ଲେ ଅଡ଼୍କୋଞ୍ଜି ଇନ୍ଲେଞ୍ଜିଆଡଙ୍ ବନବ୍ତଙନ୍ ଆସନ୍ ଏରେଞ୍ଜି ଗୋଜେଞ୍ଜି; ତିଆସନ୍ ଏ ଇସ୍ୱର ଅସିଞେନ୍ ଅବ୍ବୋର୍ସାଇଁୟ୍ । 10 ତିସିଲଡ୍ ମଏଟବେଲନ୍ ଆଉଲେଙ୍ ଦଲୟିୟନ୍ ଆଡାଙ୍ଗାଡ଼ାଅନ୍ ଅଙ୍ଗା ସମୟିୟନ୍ ଆଡୁଆରା ଆଇଙଡ୍ ଡକୋଲନ୍, ଞେନ୍ ଆସିଙନ୍ ଇୟେନ୍, ସିଲତ୍ତେ ଆନିନ୍ ବର୍ରନେ, "ଇନ୍ଲେଞ୍ଜି ଇସ୍ୱରନ୍ ଆସିଙ୍ଲୋଙ୍, ସରେବାସିଂଲୋଙନ୍ ଏରୁକୁନେବା ଆରି ସରେବାସିଙନ୍ ଆସନଙ୍ ଅଡ଼୍କୋନ୍ ଏଇଙଡ୍ବା; ଇନିଆସନ୍ଗାମେଣ୍ତେନ୍ ଆନିଞ୍ଜି ଆମ୍ବେଞ୍ଜିଆଡଙ୍ ରନବ୍ବୁନ୍ ଆସନ୍ ଇୟ୍ତାଜି ।" 11 ସିଲତ୍ତେ ଞେନ୍ ବର୍ରନାୟ୍, "ଞେନ୍ ଅନ୍ତମ୍ ଆମନ୍ରା ଇନି ଜିରେ ? ଞେନ୍ ଅନ୍ତମ୍ ଆନା ପ୍ରାନାନ୍ ଆନମେଙ୍ ଆସନ୍ ସରେବାସିଙନ୍ ଆଅମ ଜିରେ, କେନ୍ଅନ୍ତମ୍ ଆନା ଡକୋ ? ଞେନ୍ ଆମନ୍ ଅଜିର୍ରେ ।" 12 ବନ୍ଡ ଞେନ୍ ଅମ୍ମଡ୍ଲାୟ୍, ଆରି ଗିଜା, ଇସ୍ୱରନ୍ ଆନିନ୍ଆଡଙ୍ ଅନାପ୍ପାୟ୍ଲାୟ୍; ଡେଲୋଜନଙ୍ଡେନ୍ ଆନିନ୍ ବିରୁଦଲୋଙ୍ଞେନ୍ କେନ୍ ଆ ପୁର୍ବାଃତେବରନ୍ ଅପ୍ପୁଙ୍ବରେନ୍; ଆରି, ଟୋବିଅନ୍ ଡ ସନ୍ବଲ୍ଲଟ୍ ଆନିନ୍ଆଡଙ୍ ବଡିନ୍ ତିୟେନ୍ । 13 ଞେନ୍ ଏଙ୍ଗାଲେ ବତଙ୍ତିଁୟ୍ ଆରି ତି ଆକାବ୍ବାଡ଼ା ବାତ୍ତେ ଇର୍ସେନ୍ ଲୁମ୍ତାୟ୍, ଆରି ଆନିଞ୍ଜି ଏଙ୍ଗାଲେ ଡଅଙ୍ଞେନ୍ ଗବ୍ରୟ୍ତିଞ୍ଜି, ଆନିନ୍ଆଡଙ୍ ବଡିନ୍ ତିୟେଞ୍ଜି ।
14 ଏ ଇସ୍ୱରଞେନ୍, ଟୋବିଅନ୍ ଡ ସନ୍ବଲ୍ଲଟନ୍ କେନ୍ ଅଡ଼୍କୋନ୍ ଆଲନୁମ୍ ଅନ୍ତମ୍ ଆନିଞ୍ଜିଆଡଙ୍, ଆରି ଞେନ୍ଆଡଙ୍ ଆ ବନବ୍ତଙନ୍ ଆସନ୍ ଇସ୍ସୁମେଞ୍ଜି ଡ ନୋଅଦିଅନ୍ ଆ ପୁର୍ବାଃତେବର୍ନେବୟ୍ ଡ ଲାଙ୍ଲେଡ୍ ଆ ପୁର୍ବାଃତେବର୍ନେମର୍, ଆନିଞ୍ଜିଆଡଙ୍ ମନ୍ନେବାଜି ।
15 ସିଲତ୍ତେ ବାବନ ଡିନ୍ନାଲୋଙ୍ ଇଲୁଲ ଆଙ୍ଗାୟ୍ ପସିସି ଡିନ୍ନାଲୋଙ୍ କିନ୍ତାଲନ୍ ଆତନୁବ୍ ଅଞିଡେନ୍ । 16 ଆରି ବନେରାମର୍ଲେଞ୍ଜି କେନ୍ ଅଡ଼୍କୋନ୍ ଆବର୍ନେ ଆରମ୍ଡଙେଞ୍ଜି, କେନ୍ ଏଃନେଗୋ ଡେନ୍ ଡ, ଏର୍ରେ ବଡେସାବାୟ୍ ଅଡ଼୍କୋଞ୍ଜି ଇନ୍ଲେଞ୍ଜିଆଡଙ୍ ବତଙେଞ୍ଜି ଆରି ଆଗନିୟ୍ଗିୟ୍ଲୋଙ୍ଡମଞ୍ଜି ଗରୟ୍ମଡେଞ୍ଜି, ଇନିଆସନ୍ଗାମେଣ୍ତେନ୍ କେନ୍ ଆକାବ୍ବାଡ଼ା ଇସ୍ୱରଲେନ୍ ଆମଙ୍ସିଲଡ୍ ଡେଏନ୍, କେନ୍ଆତେ ଆନିଞ୍ଜି ଜନାଏଞ୍ଜି ।
17 ଆରି, ତି ଆଡିଡ୍ ଜିଉଦାନ୍ ମନାନ୍ନେମରଞ୍ଜି ଟୋବିଅନ୍ ଆମଙ୍ ସିଟିନ୍ ଆପ୍ପାୟେଞ୍ଜି ଆରି ଟୋବିଅନ୍ ଆ ସିଟି କାଜାଞ୍ଜି ଆମଙଞ୍ଜି ଅଡ଼ୋଲାୟ୍ । 18 ଇନିଆସନ୍ଗାମେଣ୍ତେନ୍, ଟୁବିଅନ୍, ଆରଅରନ୍ ଆଡାଙ୍ଗାଡ଼ାଅନ୍ ସକନିଅନ୍ ଆ ରେୟାମ୍ ଆଡ୍ରେଏନ୍ ଆସନ୍, ଆରି ଟୁବିଅନ୍ ଆଡାଙ୍ଗାଡ଼ାଅନ୍ ଜିଓଆନନ୍ ବେରିକିଅନ୍ ଆଡାଙ୍ଗାଡ଼ାଅନ୍ ମସୁଲ୍ଲମନ୍ ଆଡାଙ୍ଗଡ଼ିଅନ୍ ବୟନ୍ ଆବ୍ରିବାଲନ୍ ଆସନ୍ ଜିଉଦା ଡେସାଲୋଙନ୍ ଜବ୍ର ମନ୍ରା ଟୁବିଅନ୍ ଆ ଡନେଲୋଙ୍ ପର୍ମାଡ଼ାଲଞ୍ଜି । 19 ଟୋବିଅନ୍ ଆର୍ଲୁମେନ୍ ଆ ମନଙ୍ କାବ୍ବାଡ଼ାଜି ଆ ବର୍ନେ ଆନିଞ୍ଜି ଞେନ୍ଆଡଙ୍ ଇୟ୍ଲାୟ୍ ବରିଁୟ୍ଜି, ଆରି ବର୍ନେଞେଞ୍ଜି ଅଡ଼୍କୋନ୍ ଆନିନ୍ଆଡଙ୍ ଇୟ୍ଲେ ବରେଜି; ସିଲଡ୍ଲ୍ଲନ୍ ଞେନ୍ଆଡଙ୍ ବବ୍ତଙ୍ଡାଲେ ଟୋବିଅନ୍ ଗୋଗୋୟ୍ଡମ୍ ସିଟିନ୍ ଆପ୍ପାୟ୍ଲାୟ୍ ।