1 ଅକଲିଅନ୍ ଆଡାଙ୍ଗାଡ଼ାଅନ୍ ନିଇମିଆନ୍ ଆବର୍ନେ । ବକୁଡ଼ି ବର୍ସେଙ୍ କିସ୍ଲେବ୍ ଆଙ୍ଗାୟ୍ଲୋଙ୍ ଞେନ୍ ସୁସନ୍ ରାଜଦାନିଲୋଙ୍ ଡକୋଲିଁୟ୍ । 2 ସିଲତ୍ତେ ଅନାନିନ୍ ଆଞୁମ୍ ବୋଞାଙ୍ଞେଞ୍ଜି ଆମଙ୍ ସିଲଡ୍ ଅବୟ୍ନେ ଆରି ଜିଉଦାନ୍ ସିଲଡ୍ ଅସୋୟ୍ ମନ୍ରାନ୍ ଜିର୍ରାଜି; ତିସିଲଡ୍ ଞେନ୍ ଆନିଞ୍ଜିଆଡଙ୍ ବନଣ୍ତିଲୋଙନ୍ ସିଲଡ୍ ଡୋବ୍ନେନ୍ ଆଞର୍ରାଞେଞ୍ଜି ଲାଙ୍ଲେଡ୍ ଆ ଜିଉଦିଜି ଆବର୍ନେ ଡ ଜିରୁସାଲମନ୍ ଆବର୍ନେଜି ବର୍ରରାଜି । 3 ତିଆଡିଡ୍ ଆନିଞ୍ଜି ଞେନ୍ଆଡଙ୍ ବର୍ଲିଞ୍ଜି, "ବଣ୍ତିନ୍ ସିଲଡ୍ ଡୋବ୍ନେନ୍ ଆଞରାରେଞ୍ଜି ତି ଆଡେସା ଲାଙ୍ଲେଡ୍ ଆମନ୍ରାଜି ସୋଡ଼ା ଡୁକ୍କନ୍ ଡ ଗନବ୍ରୟ୍ଲୋଙନ୍ ଡକୋଜି; ଇନିଆସନ୍ଗାମେଣ୍ତେନ୍ ଜିରୁସାଲମନ୍ ଆକିନ୍ତାଲ୍ ଆରିଡ଼ାଙ୍ ଆରି ସନଙଞ୍ଜି ଅଡ଼୍କୋନ୍ ଆଜୋମ୍ତୋଡାୟ୍ ।"
4 ସିଲତ୍ତେ ଞେନ୍ କେନ୍ ଆବର୍ନେ ଆରମ୍ଡଙ୍ଲାଞନ୍ ସିଲଡ୍, ତଙ୍କୁମ୍ଲେ ୟେଲାୟ୍ ଆରି ଗୋଗୋୟ୍ ଡିନ୍ନା ଜାୟ୍ ୟେୟେଡାଲନାୟ୍; ଞେନ୍ ରୁଆଙନ୍ ଆ ଇସ୍ୱର ଆମୁକ୍କାଲୋଙ୍ ଆନମ୍ ଡ ପାର୍ତନାଲନ୍ ବର୍ରନାୟ୍, 5 "ଏ ସଦାପ୍ରବୁ, ରୁଆଙନ୍ ଆ ଇସ୍ୱର, ଞେନ୍ କାକୁର୍ତିତନାୟ୍, ଆମନ୍ ସୋଡ଼ା ଡ ବରନ୍ତଙନ୍ ଆ ଇସ୍ୱର, ଆନାଜି ଆମନ୍ଆଡଙ୍ ଡନୁଙ୍ୟମ୍ତମ୍ଞ୍ଜି ଆରି ବନାଁୟ୍ନମ୍ ଅଡ଼୍କୋନ୍ ମାନେତଜି, ଆଲାଗ୍ରେଙଞ୍ଜି ଆମନ୍ ଅନଗଡନ୍ ଡ କାନକାରମନ୍ ମାନେତେ; 6 ବିରୁଦଲୋଙ୍ନମ୍ ଞେନ୍ ଏର୍ଲୁଲାଞନ୍ ଇସ୍ରାଏଲନ୍ ଆଅଞ୍ଜି ଆ ଇର୍ସେ ବର୍ଲନ୍ କମ୍ୱାରିନମ୍ ଇସ୍ରାଏଲନ୍ ଆଅଞ୍ଜି ଆଲାଗ୍ରେଙ୍ଲୋଙ୍ ତମ୍ୱାତଗଲ୍ କେନ୍ ଆଡିଡ୍ ମ୍ମୁକାବାନମ୍ ଅଙ୍ଗା ଆ ପାର୍ତନା ପାର୍ତନାତନାୟ୍, କମ୍ୱାରିନମ୍ ତି ଆ ପାର୍ତନା ଆନମ୍ଡଙ୍ ଆସନ୍ ନମିଞେନ୍ ଡାଲୁଡା ଡ ଗିଜିଞ୍ଜି; ଞେନ୍ ଡ ଆପେୟ୍କେଜ୍ଜା ଞେନ୍ ଇର୍ସେନ୍ ଏଲୁମ୍ଲାୟ୍ । 7 ଇନ୍ଲେଞ୍ଜି ବିରୁଦଲୋଙ୍ନମ୍ ଗୋଗୋୟ୍ ପରାନ୍ସାତିନ୍ ଆଲନୁମ୍ ଏଲୁମ୍ଲାୟ୍ ଆରି ଆମନ୍ କମ୍ୱାରିନମ୍ ମସାନ ଆଡଙ୍ ଅଙ୍ଗା ଆବନାଁୟ୍ ଡ ବନାଁୟ୍ବରନ୍ ଡ ସାସନ୍ ବାୟେଁନ୍, ତିଅଡ଼୍କୋନ୍ ଇନ୍ଲେଞ୍ଜି ଏଃମାନେଲାୟ୍ । 8 ଆମନ୍ କମ୍ୱାରିନମ୍ ମସାନ ଆଡଙ୍ ବାୟଁଲେ ବରେନ୍, ‘ଆମ୍ୱେଞ୍ଜି ଆଜାଡ଼ିନ୍-ଏଆଲେଏନ୍ଡେନ୍, ଞେନ୍ ଆମ୍ୱେଞ୍ଜିଆଡଙ୍ ଏର୍ଜାଡ଼ିକାନ୍ ଆକେଜ୍ଜାମର୍ଜି ଆମଙ୍ବା ସେଡ୍ସେଡ୍ବୁର୍ବୁର୍ ଏଅବ୍ମେତବେନ୍; 9 ବନ୍ଡ ଆମ୍ୱେନ୍ ଆଙ୍ଗା ମଙ୍ବାଞେନ୍ ଏୟର୍ତନାୟ୍ କି ବନାଁୟ୍ବର୍ରଞେନ୍ ମାନ୍ନେଲେ ତିଅନ୍ତମ୍ ଏକାବ୍ବାଡ଼ାତନ୍, ତିଡେନ୍ ଅନମ୍ରେଙ୍ ମନ୍ରାଜି ରୁଆଙନ୍ ଆନେଙ୍ବା ଆଡ୍ରକୋନେଲୋଙ୍ ଡକୋଲଞ୍ଜି ଜାୟ୍ଡେନ୍ ଞେନ୍ ତେତ୍ତେ ସିଲଡ୍ ଆନିଞ୍ଜିଆଡଙ୍ ଏରୁକୁତାୟ୍ ଆରି ଅଞୁମ୍ଲୋଙ୍ଞେନ୍ ଅଙ୍ଗା ଜାଗ୍ଗା ବାସ୍ସେତଜି , ତି ଆଡ୍ରକୋନେ ଆନିଞ୍ଜିଆଡଙ୍ ଓରୋଙ୍ତାୟ୍ବୋ; ଞେନ୍ କାକୁର୍ତିତନାୟ୍ କେନ୍ ଆବର୍ନେ ମନ୍ନେଆ ।’ 10 କେନ୍ଆନିଞ୍ଜି କମ୍ୱାରିନମ୍ଞ୍ଜି ଡ ମନ୍ରାନମ୍ଞ୍ଜି, ଆମନ୍ କେନ୍ ଆନିଞ୍ଜିଆଡଙ୍ ସୋଡ଼ା ରନପ୍ତିନମ୍ ଡ ଅସିନମ୍ ଆବପ୍ପୁ ବାତ୍ତେ ଉରେନ୍ । 11 ଏ ପ୍ରବୁ, କାକୁର୍ତିତନାୟ୍, ଅଙ୍ଗା ମନ୍ରାଜି ଅଞୁମନମ୍ ଆ ମାନ୍ନେଲେ ସର୍ଡାତଜି, କେନ୍ଅନ୍ତମ୍ ଆ କମ୍ୱାରି ଆ ପାର୍ତନା ଡ କମ୍ୱାରିନମ୍ ଆ ପାର୍ତନା ନମିଞେନ୍ ଡାଲୁଡା; ଆରି, ପାର୍ତନାତନାୟ୍, ଆରି କେନ୍ ଆମନ୍ରା ଆଗନିୟ୍ଗିୟ୍ଲୋଙ୍ ଆନିନ୍ଆଡଙ୍ କାନକାରମ୍ ଅବ୍ମେଆ ।" କେନ୍ ଆଡିଡ୍ ଞେନ୍ ରାଜାନ୍ ଆଜନୁମ୍ଜୁମ୍ ଆଜ୍ନାଲ୍ବୁଡ୍ମର୍ର ଡକୋଲିଁୟ୍ ।