1 ବନ୍ଡ ଇନ୍ଲେଞ୍ଜି କିନ୍ତାଲନ୍ ଏତୁବ୍ତାୟ୍ ଗାମ୍ଲେ ସନ୍ବଲ୍ଲଟନ୍ ଅମ୍ଡଙ୍ଲେ ବରାବେନ୍ ଆରି ଗୋଗୋୟ୍ ବିଜାରଡେନ୍ କି ଜିଉଦିଞ୍ଜିଆଡଙ୍ ତିକ୍କଲାୟେନ୍ । 2 ଆରି, ଆ ବୋଞାଙଞ୍ଜି ଡ ସମରିୟା ସିପ୍ପାଇଡଡ଼ନ୍ ଆତେମଡ୍ଲୋଙ୍ କେନ୍ ଆବର୍ନେ ବର୍ନେ, "କେନ୍ ବୋର୍ସାତଡଞ୍ଜି ଆ ଜିଉଦିଜି ଇନି ଏଙ୍ଗାତଞ୍ଜି ? ଆନିଞ୍ଜି ଇନି ଗଡ଼ାନ୍ ଆକିନ୍ତାଲ୍ ତୁବ୍ଲେ ଡକୋତଞ୍ଜି ? ଆନିଞ୍ଜି ଇନି ଅନମଙ୍ନ ତିୟ୍ତଜି ? ଆନିଞ୍ଜି ଇନି ଆବଡିନ୍ନାନ୍ ଅବ୍ଞିଡ୍ତଜି ? ଆନିଞ୍ଜି ଇନି ଆରୁଡ଼ାଙ୍ କିନ୍ତାଲନ୍ ଆକୁଡ଼ାୟ୍ ଅରେଙନ୍ ସିଲଡ୍ ଆଜୋମ୍ତୋଡନ୍ ଆରେଙ୍ ତବ୍ଲେ ଅବ୍ମେଙ୍ତଜି ପଙ୍ ?"
3 କେନ୍ ଆଡିଡ୍ ଆମ୍ମୋନିୟ ଟୋବିଅନ୍ ଆମଙନ୍ ଡକୋଏନ୍, ଆରି ଆନିନ୍ ବର୍ନେ, "ଆନିଞ୍ଜି ଇନିଜି ତୁବ୍ତଜି, ବୋଡ଼ାନ୍ ଡାଜେନ୍ଡେନ୍ ଆରେଙଞ୍ଜି ଆପାଡ଼ି ରୁବ୍ଡ଼ାଙ୍ତେ ।"
4 ଏ ଇସ୍ୱରଲେନ୍, ଅମ୍ଡଙା; ଇନିଆସନ୍ଗାମେଣ୍ତେନ୍ ଇନ୍ଲେଞ୍ଜି ବନାସ୍ସେଡାତଲେନ୍; ଆସନୟ୍ସୟ୍ମୁଞ୍ଜି ଆବବ୍ଲୋଙଞ୍ଜି ମା ଗବ୍ତରା ଆରି ଆନିଞ୍ଜିଆଡଙ୍ ବଡେସାଲୋଙ୍ ଅବଣ୍ତିଲେ ଜୁରୁଲେ ସୁରୁପାୟାଜି; 5 ଆରି ଆଡୋସାଞ୍ଜି ଏବ୍ସସଡଙ୍ ଆରି ମୁକ୍କାଲୋଙ୍ନମ୍ ଆ ଇର୍ସେଞ୍ଜି କେମାନ୍ ଞାଙ୍ଡଙେଜିତଡ୍; ଇନିଆସନ୍ଗାମେଣ୍ତେନ୍ ତନ୍ରୁବ୍ମରଞ୍ଜି ଆଗନିୟ୍ଗିୟ୍ଲୋଙ୍ ଆନିଞ୍ଜି ଆମନ୍ଆଡଙ୍ ଗବ୍ରୟ୍ଲିଞ୍ଜି। 6 କେନ୍ଅନ୍ତମ୍ ଇନ୍ଲେଞ୍ଜି କିନ୍ତାଲନ୍ ଏତୁବ୍ଲାୟ୍ ଆରି ବରନେୟ୍ ଆଡନେଙ୍ଗାନ୍ ଜାୟ୍ ସମ୍ପରାନ୍ ଆକିନ୍ତାଲ୍ ଏବ୍ମାୟ୍ମାୟ୍ଲାୟ୍; ଇନିଆସନ୍ଗାମେଣ୍ତେନ୍ କାବ୍ବାଡ଼ାନ୍ ଆଲନୁମ୍ ଆସନ୍ ମନ୍ରାଞ୍ଜି ଆ ମନ୍ନ ଡକୋଏନ୍ ।
7 ବନ୍ଡ ଜିରୁସାଲମନ୍ ଆ କିନ୍ତାଲ୍ ବାର୍ମବ୍ନଙନ୍ ଆକାବ୍ବାଡ଼ା ଆସନ୍ ଅପୁଡ୍ ଲୁମ୍ତଜି ଆରି ଆରୁଡ଼ାଙ୍ଗନ୍ ଆକିନ୍ତାଲ୍ ଅଡ଼୍କୋନ୍ ଡଙ୍ଡଙ୍ତଜି, କେନ୍ଆତେ ଅମ୍ଡଙ୍ଲେ ସନ୍ବଲ୍ଲଟ୍ ଡ ଟୋବିଅନ୍, ଆରି ଆରବବାୟ୍ଜି ଡ ଅମ୍ମୋନିୟଞ୍ଜି ଡ ଅସୋଦିଅଞ୍ଜି ଗୋଗୋୟ୍ ବରାବେଞ୍ଜି । 8 ଆରି ତିଅଡ଼୍କୋଞ୍ଜି ଜିରୁସାଲମନ୍ ଜିର୍ରେ ଆବିରୁଦଲୋଙନ୍ ଜୁଜେନେନ୍ ଆସନ୍ ଡ ତେତ୍ତେ ଗୋଡ଼େନ୍ ଆନମ୍ଡୁଙ୍ ଆସନ୍ ମାୟ୍ଲନ୍ କଡାଡ଼ିଲଞ୍ଜି । 9 ବନ୍ଡ ଇନ୍ଲେଞ୍ଜି ଆନିଞ୍ଜି ଆସନ୍ ଇସ୍ୱରଲେନ୍ ଆମଙ୍ବା ଏପାର୍ତନାଲନାୟ୍ ଆରି ତମ୍ୱାତଗଲ୍ ଆ ବିରୁଦଲୋଙଞ୍ଜି ଜନଗ୍ଗେମରନ୍ ଏଡକୋଲାୟ୍ ।
10 ତିଆଡିଡ୍ ଜିଉଦାନ୍ ବର୍ନେ, "ବନ୍ରୋୟ୍ମରଞ୍ଜି ଆବୋର୍ସା ଅସୋୟ୍ତେ, ଆରି ଗୋଗୋୟ୍ ଆରୁଡ଼ାଙ୍ କିନ୍ତାଲନ୍ ଡକୋ; ତିଆସନ୍ ଇନ୍ଲେଞ୍ଜି କିନ୍ତାଲନ୍ ତୁବ୍ଲେ ଏଃରପ୍ତିଆୟ୍ ।" 11 ଆରି ବିରୁଦମର୍ଲେନ୍ ଗାମେଞ୍ଜି, "ଇନ୍ଲେଞ୍ଜି ଆମଙ୍ବାଞ୍ଜି ଅଡ଼ୋଏନ୍ ଆନିଞ୍ଜିଆଡଙ୍ ରନବୁନ୍ ଡ କାବ୍ବାଡ଼ାଞ୍ଜି ଅଣ୍ଡ୍ରଙ୍ ଅମ୍ରେଙେନ୍ ଜାୟ୍ ଆନିଞ୍ଜି ଅଃଜନାଏଜି ଆରି ଅଃଗିଜେଜି ।" 12 ଆରି ଆମଙ୍ବାଞ୍ଜି ଆଡ୍ରକୋତନ୍ ଆ ଜିଉଦିଜି ଅଡ଼୍କୋନ୍ ଆଡ୍ରକୋନେ ସିଲଡ୍ ଜିର୍ରେ ଇନ୍ଲେଞ୍ଜିଆଡଙ୍ ଦସ ତର ବର୍ରଞ୍ଜି, "ଆମ୍ୱେଞ୍ଜି ଅମଙ୍ବାଲେନ୍ ୟର୍ରନ୍ ଜିରାୟ୍ବା ।" 13 ତିଆସନ୍ ଞେନ୍ କିନ୍ତାଲନ୍ ଆକୁନ୍ଡୋଙ୍ତାଲ୍ଗଡ୍ ତନଙ୍ଲେ ଆଡ୍ରକୋନେଲୋଙ୍ ମନ୍ରାଞ୍ଜିଆଡଙ୍ ଆକୁତମାଞ୍ଜି ଅନ୍ତମ୍ ଆକଡ଼ିବଞ୍ଜି ଡ ଆ ସେଲାଞ୍ଜି ଡ ଆ ଞଙାଞ୍ଜି ସରିନ୍ ତବ୍ନଙ୍ଲାୟ୍ । 14 ସିଲତ୍ତେ ଡୋଲନ ଞେନ୍ ଗିୟ୍ଲାୟ୍ କି ମନାନ୍ନେମରଞ୍ଜି ଡ ସୋଡ଼ାନ୍ ଆମନ୍ରାଜି ଡ ଅନ୍ନା ଆନ୍ନା ଆମନ୍ରାଞ୍ଜି ବର୍ରନାୟ୍, ଆମ୍ୱେନ୍ ଆବର୍ରନେଞ୍ଜି ବତଙ୍ଡଙ୍ବେନ୍ତଡ୍; ପ୍ରବୁନ୍ ମନ୍ନେବା, ଆନିନ୍ ସୋଡ଼ା ଡ ବରନ୍ତଙ୍ଡାନ୍ ଡକୋ, "ଆରି ଆମ୍ୱେନ୍ ରମ୍ମଙ୍ ରମ୍ମଙ୍ ଆବୋଞାଙ୍ଜି, ଡାଙ୍ଗଡ଼ାଅନନ୍ ଡ ଡାଙ୍ଗଡ଼ିଅନଞ୍ଜି, ରମ୍ମଙ୍ ରମ୍ମଙ୍ ଡୁକ୍ରିବେଞ୍ଜି ଡ ଅସିଂବେଞ୍ଜି ଆସନ୍ ଅଲ୍ଜ୍ଜୁଜେବା ।"
15 ତିକ୍କି ବନେରାମରେଞ୍ଜି ଆତନ୍ତ୍ର ଇନ୍ଲେଞ୍ଜିଆଡଙ୍ ଜନାଲାୟ୍ ଆରି ଇସ୍ୱରନ୍ ତିଆତେ ଅନବ୍ଗଡେଲ୍ଲୋ, କେନ୍ ଆବର୍ନେ ଆନିଞ୍ଜି ଅମ୍ଡଙ୍ଡାଲେ, ଇନ୍ଲେଞ୍ଜି ତର୍ଡମ୍ ଆକିନ୍ତାଲ୍ଲୋଙ୍ ରମ୍ମଙ୍ ରମ୍ମଙ୍ ଆକାବ୍ବାଡ଼ା ଞନାର୍ ଏୟର୍ରରନାୟ୍ ।
16 ଆରି ତି ଆଡିନ୍ନା ସିଲଡ୍ ମନ୍ରାଞେଞ୍ଜି ଲାଙ୍ଲେନ୍ନେ କାବ୍ବାଡ଼ାଲଞ୍ଜି ଆରି ଲାଙ୍ଲେନ୍ନେ ସେଲାନ୍, ଡରଙ୍ନେନ୍, ଞଙାନ୍, ଡ ଜୁଜନେନ୍ ଆସିନ୍ରି ଞମ୍ଲେ ଡକୋଲଞ୍ଜି; ଆରି ସୋଡ଼ାମରଞ୍ଜି ସମ୍ପରା ଜିଉଦାନ୍ ଆକେଜ୍ଜା ଆକନ୍ଡୋଙ୍ବା ଡକୋଲଞ୍ଜି । 17 ଆନାଜି କିନ୍ତାଲନ୍ ତୁବେଞ୍ଜି ଆରି ଆନାଜି ବୁଡ଼ାରନ୍ ବୋୟେଞ୍ଜି, ଆନିଞ୍ଜିଡମ୍ ବୁଡ଼ାର୍ ବୋୟେଞ୍ଜି, ତର୍ଡମ୍ ମନ୍ରା ବଆସିଲୋଙ୍ କାବ୍ବାଡ଼ାଲଞ୍ଜି ଆରି ବଆସିଲୋଙ୍ ଅତିଆରନ୍ ଞମେଞ୍ଜି; 18 ଆରି, ତନ୍ରୁବ୍ମରଞ୍ଜି ରମ୍ମଙ୍ ରମ୍ମଙ୍ ଆକୁନ୍ଡୁବ୍ଲୋଙ କଡ଼ିବନ୍ ଜିଲେ ଡିଲେ ମନ୍ରାନ୍ କାବ୍ବାଡ଼ାଲଞ୍ଜି । ଆରି ପନେଡନ୍ ଆପ୍ରେତେନ୍ ମନ୍ରା ଆମଙ୍ଲେନ୍ ଡକୋଲନ୍ । 19 ତିସିଲଡ୍ ଞେନ୍ ମନାନ୍ନେମରଞ୍ଜି ଡ ସୋଡ଼ାମରଞ୍ଜିଆଡଙ୍ ଡ ଲାଙ୍ଲେଡ୍ ଆମନ୍ରାଜିଆଡଙ୍ ଏବର୍ରାୟ୍, ଲଗିନ୍ କାବ୍ବାଡ଼ାନ୍ ଆରି ଜବ୍ର ଲାଆଙ୍, ଆରି ଇନ୍ଲେଞ୍ଜି କିନ୍ତାଲନ୍ ଆତୋଣ୍ତୋ ଆଙ୍ସାଲନ୍ ଅବୟ୍ନେ ଆରି ଅବୟ୍ନେ ଆମଙ୍ ସିଲଡ୍ ସଙାୟ୍ ଏଡକୋଲନାୟ୍; 20 ତିଆସନ୍ ଅଙ୍ଗାଲୋଙ୍ ଜାକିଁୟ୍ ପନେଡନ୍ ଆସନଡ୍ଡା ଅମ୍ଡଙ୍ତେ, ତି ଆଡ୍ରକୋନେ ସିଲଡ୍ ଅମଙ୍ବାଲେନ୍ ଜିରାୟ୍ବା; ଇସ୍ୱରଲେନ୍ ଇନ୍ଲେଞ୍ଜି ଡନେଲେ ଜୁଜେତନେ । 21 କେନ୍ଅନ୍ତମ୍ ଇନ୍ଲେଞ୍ଜି ତି ଆ କାବ୍ବାଡ଼ାଏଲୁମ୍ଲାୟ୍, ଆରି ଡୋତାନ୍ ସିଲଡ୍ ତୁତୁଜନ୍ ଆଗନିୟ୍ତା ଜାୟ୍ ଲାଙ୍ଲେନ୍ନେ ସେଲାନ୍ ଞମେଞ୍ଜି । 22 ତି ଆଡିଡ୍ ଞେନ୍ ମନ୍ରାଞ୍ଜିଆଡଙ୍ ଆରି ଏବର୍ରରାୟ୍, "ଡିଲେ ମନ୍ରାନ୍ ତଗଲନ୍ ଆଡିଡ୍ ରମ୍ମଙ୍ ରମ୍ମଙ୍ ଆ କମ୍ୱାରି ସରିନ୍ ଜିରୁସାଲମଲୋଙ୍ ଡକୋନେତଜି, ସିଲତ୍ତେ ଆନିଞ୍ଜି ତଗଲନ୍ ଇନ୍ଲେଞ୍ଜିଆଡଙ୍ ଜଗେଲେ ଡକୋଲନ୍ ରପ୍ତିତଜି ଆରି ତମ୍ୱାନ୍ କାବ୍ବାଡ଼ାଲନ୍ ରପ୍ତିତଜି ।" 23 କେନ୍ଅନ୍ତମ୍ ଞେନ୍ ଡ ବୋଞାଙ୍ଲେଞ୍ଜି, କମ୍ୱାରିଲେଞ୍ଜି ଅଡ଼େ ସନନ୍ଡୋଙ୍ ଜନଗେମର୍ଲେଞ୍ଜି ଆନ୍ନିଙ୍ ଡଅଙ୍ଲୋଙ୍ଲେନ୍ ଆସିନ୍ରି ଏଃନୁୟ୍ଲନାୟ୍, ଡିଲେ ମନ୍ରାନ୍ ରମ୍ମଙ୍ ରମ୍ମଙ୍ ଆ ଅତିଆର ସରିନ୍ ଡାଆବାନ୍ ଏଇଏନ୍ ।