ଜିସୁନ୍ ମନ୍ଲୟ୍ ଅଜାର ମନ୍ରାଞ୍ଜିଆଡଙ୍ ଗାଗାନେନ୍ ତିୟେନ୍
13 ତବ୍ବୁବ୍ଡାମର୍ ଜନନ୍ ଆଗ୍ରବ୍ବାଏଞ୍ଜି ଆ ବର୍ନେ ଜିସୁନ୍ ଆରମ୍ଡଙେନ୍ ଆନିନ୍ ଡୋଙ୍ଗାଲୋଙନ୍ ଡାୟ୍ଲେ ତେତ୍ତେ ସିଲଡ୍ ସବ୍ଙାୟ୍ଲନ୍ ଅବୟ୍ ଆରିଙ୍ରିଙ୍ ଡରକୋନେଲୋଙନ୍ ଜିରେନ୍ । ମନ୍ରାଞ୍ଜି ତିଆତେ ଆରମ୍ଡଙେଞ୍ଜି ଗଡ଼ାରେଙନ୍ ସିଲଡ୍ ଜିର୍ରେ ତଙିୟ୍ଲନ୍ ଜିସୁନ୍ଆଡଙ୍ ସନ୍ଲେ ପାଙେଞ୍ଜି । 14 ଆରି, ଜିସୁନ୍ ଡୋଙ୍ଗାଲୋଙନ୍ ସିଲଡ୍ ଡୁଙ୍ଲନ୍ ଗୋଗୋୟ୍ଡମ୍ ମନ୍ରାଞ୍ଜି ଆଗ୍ରିଜେନ୍ ଇର୍ସୋୟମ୍ଡାଏନ୍, ଆରି ଆନିନ୍ ବମ୍ୱମ୍ନେମରଞ୍ଜିଆଡଙ୍ ମବ୍ନଙେଞ୍ଜି ।
15 ଅରୁବ୍ଲେ ଆପ୍ରାଙେନ୍ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ ଇୟ୍ଲାୟ୍ ବରେଜି, "କେନ୍ତେନ୍ନେ ତ ଆରିଙ୍ରିଙ୍ଡମ୍, ଆରି ସାଲ୍ଲୁମେନ୍ନି, ତିଆସନ୍ ମନ୍ରାଞ୍ଜି ସାଇରେଙନ୍ ଜିର୍ରେ ରମ୍ମଙ୍ ରମ୍ମଙ୍ ଆସନ୍ ଜନୋମନ୍ ଇୟ୍ ଞିଏତଜି, ଆନିଞ୍ଜିଆଡଙ୍ ଆପ୍ପାୟାଜି ।"
16 ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, "ଆନିଞ୍ଜି ଜିର୍ଡଙେଜି ତଡ୍, ଇନ୍ନିଙ୍ଡେନ୍ ଆନିଞ୍ଜିଆଡଙ୍ ଗାଗାନେନ୍ ତିୟ୍ବାଜି ।"
17 ଆନିଞ୍ଜି ଜିସୁନ୍ଆଡଙ୍ ଜାଲଙେଞ୍ଜି, "ଅମଙ୍ଲେନ୍ ମନ୍ଲୟ୍ ରୁଟିନ୍ ଡ ବାଗୁ ଅୟନ୍ ତୁମ୍ ଡକୋ ।"
18 ଜିସୁନ୍ ଗାମେନ୍, "ତିଆତେ କେନ୍ତେନ୍ନେ ଅମଙ୍ଞେନ୍ ପାଙାୟ୍ବା ।" 19 ଆରି, ଆନିନ୍ ମନ୍ରାଞ୍ଜି ତୋଣ୍ଡୋ ଅଗାବ୍ଲୋଙନ୍ ତନଙ୍କୁମନ୍ ଆସନ୍ ବରେଞ୍ଜି, ସିଲଡ୍ଲ୍ଲନ୍ ଆନିନ୍ ତି ମନ୍ଲୟ୍ ରୁଟିନ୍ ଡ ବାଗୁ ଅୟନ୍ ଞମ୍ଲେ ରୁଆଙ୍ଗଡ୍ ତୋଣ୍ଡୋନ୍ ଆଙାଙ୍ଡାଲନ୍ ଆସିର୍ବାଦଏନ୍ କି ରୁଟିଞ୍ଜି ରେବ୍ଲେ ଞଙ୍ନେମରଞ୍ଜିଆଡଙ୍ ତିୟେଞ୍ଜି, ଆରି ଞଙ୍ନେମରଞ୍ଜି ତିଆତେ ମନ୍ରାଞ୍ଜିଆଡଙ୍ ବନ୍ତାଏଞ୍ଜି । 20 ଅଡ଼୍କୋ ମନ୍ରାନ୍ ରୁଟିନ୍ ଜୋମ୍ଲେ ବୋଓଏଞ୍ଜି, ଆରି ଆର୍ଲାଗାଏନ୍ ଆ ରୁଟିଜି ଞଙ୍ନେମରଞ୍ଜି ବାର ଗୁରୁଲ୍ଲି ବବ୍ରିଜେଞ୍ଜି । 21 ରୁଟିନ୍ ଆଜ୍ରୋମେଞ୍ଜି ଆ ମନ୍ରାଜି, ଆଇମରଞ୍ଜି ଡ ପସିଜଞ୍ଜି ଅଃଡ୍ଡିଡିଲନେ, ଓବ୍ବାମରଞ୍ଜି ତୁମ୍ ମନ୍ଲୟ୍ ଅଜାର ଡେତେ ଡକୋଏଞ୍ଜି ।