ଡରୁଙ୍ୟୋଙ୍ ଡେସାନ୍ ସିଲଡ୍ ପଣ୍ଡିତଞ୍ଜି ଜିସୁନ୍ଆଡଙ୍ ଗିୟ୍ଗିୟ୍ବାନ୍ ଇୟ୍ଲାଜି
1 ଏରୋଦ ରାଜାନ୍ ଆଡିଡ୍ ଜିଉଦା ଡେସାନ୍ ବେତଲିମ ଗଡ଼ାଲୋଙନ୍ ଜିସୁନ୍ କରୋକ୍କୋଡନ୍ ଆଡ୍ରେଏନ୍ ସିଲଡ୍ଲ୍ଲନ୍, ଗିୟ୍ବା, ଡରୁଙ୍ୟୋଙ୍ ଡେସାନ୍ ସିଲଡ୍ ପଣ୍ଡିତଞ୍ଜି ଜିରୁସାଲମନ୍ ଇୟ୍ଲାଜି, 2 ଆନିଞ୍ଜି ଇୟ୍ଲାୟ୍ ଗାମେଜି, "ଜିଉଦିଞ୍ଜି ଆ ରାଜାନେନ୍ ଆସନ୍ କରୋକ୍କୋଡନ୍ ଆଡ୍ରେଏନ୍ ଆ ପସିୟ୍ ଅଡ଼େଙ୍ଗା ? ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ଡରୁଙ୍ୟୋଙ୍ ଡେସାଲୋଙନ୍ ଆ ତୁତୁଜନ୍ ଗିୟ୍ଲେ, ଆନିନ୍ଆଡଙ୍ ପୁର୍ପୁରନ୍ ଆସନ୍ ଏଇୟ୍ଲାୟ୍ ।"
3 କେନ୍ଆତେ ଅମ୍ଡଙ୍ଡାଲେ ଏରୋଦ ରାଜାନ୍ ଡ ଆନିନ୍ ସରିନ୍ ସମ୍ପରା ଜିରୁସାଲମବାଜି ବାଉଲ୍ଲି ଡେଏଞ୍ଜି; 4 ଆରି, ଆନିନ୍ ମନ୍ରାଞ୍ଜି ଆ ସୋଡ଼ା ରାଓଡ଼ାଜି ଅଡ଼୍କୋଞ୍ଜି ଡ ସାସ୍ତ୍ରିଞ୍ଜିଆଡଙ୍ ଅବ୍ରୁକ୍କୁଡାଲେ ବରେଞ୍ଜି, "କ୍ରିସ୍ଟନ୍ ଅଙ୍ଗାଲୋଙ୍ କରୋକ୍କୋଡନ୍ ଡେତେ ?"
5 ଆନିଞ୍ଜି ଏରୋଦନ୍ଆଡଙ୍ ଜାଲଙେଞ୍ଜି, "ଜିଉଦା ଡେସାନ୍ ବେତଲିମ ଗଡ଼ାଲୋଙନ୍, ଇନିଆସନ୍ଗାମେଣ୍ଡେନ୍ ପୁର୍ବାଃତେ ବର୍ନେମରନ୍ ଏନ୍ନେଲେ ଇଡେନ୍;
6 ‘ଆରି, ଏ ଜିଉଦା ଡେସାଲୋଙନ୍ ବେତଲିମ ଗଡ଼ାନ୍,
ଆମନ୍ ଜିଉଦାଲୋଙନ୍ ସୋଡ଼ାରା ଗଡ଼ାଞ୍ଜି ଆମଙ୍ଲୋଙ୍ ଏଙ୍ଗାଲେ ଜନଙ୍ ସନ୍ନା ତଡ୍;
ଇନିଆସନ୍ଗାମେଣ୍ଡେନ୍ ଇସ୍ରାଏଲ୍ ମନ୍ରାଲେଞ୍ଜିଆଡଙ୍ ତୁର୍ତୁରନ୍ ଆସନ୍,
ଅମଙ୍ନମ୍ ସିଲଡ୍ ଅବୟ୍ ରାଜାନ୍ ଡୁଙ୍ତନାୟ୍ ।’"
7 ସିଲଡ୍ଲ୍ଲନ୍ ଏରୋଦନ୍, ତି ତୁତୁଜନ୍ ଅଙ୍ଗା ବେଡ଼ା ଗିୟ୍ତାଏନ୍, ତିଆତେ ଜନନାନ୍ ଆସନ୍ ପଣ୍ଡିତଞ୍ଜିଆଡଙ୍ ଅଜନା ଓଡ୍ଡେଡାଲେ ବରେଞ୍ଜି । 8 ଆରି, ଏରୋଦନ୍ ପଣ୍ଡିତଞ୍ଜିଆଡଙ୍ ବେତଲିମନ୍ ଆପ୍ପାୟ୍ଡାଲେ ବରେଞ୍ଜି, "ଆମ୍ୱେଞ୍ଜି ଜିର୍ରେ ତି ପସିଜନ୍ ଆ ବର୍ନେ ମନଙ୍ ଇୟ୍ ସେକ୍କୁବା, ଆରି ଇୟ୍ଲେ ଏରବାଙେ ସିଲଡ୍ଲ୍ଲନ୍ ଡେନ୍ ଅବ୍ତାଡ଼ନ୍ ଞେନ୍ଆଡଙ୍ ଆୟ୍ ବରିଁୟ୍ବା, ଏତ୍ତେଲ୍ଡେନ୍ ଞେନ୍ ନିୟ୍ ଜିର୍ରେ ଆନିନ୍ଆଡଙ୍ ଇୟ୍ତେ ପୁର୍ନାୟ୍ ।"
9 ସିଲତ୍ତେ ଆନିଞ୍ଜି ରାଜାନ୍ ଆ ବର୍ନେ ଅମ୍ଡଙ୍ଡାଲେ ଜିରେଞ୍ଜି; ଆରି ଗିୟ୍ବା, ଆନିଞ୍ଜି ଡରୁଙ୍ୟୋଙ୍ଗଡ୍ ଆଗ୍ରିଜେଞ୍ଜି ଆ ତୁତୁୟ୍, ଆ ମୁକ୍କାଗଡଞ୍ଜି ଆମ୍ମୁଙ୍ଡାଲନ୍ ଜିର୍ରେ ପାଙେନ୍, ଆରି ତି ପସିଜନ୍ ଅଙ୍ଗାଲୋଙ୍ ଡକୋଏନ୍, ତି ଆ ତୋଣ୍ଡୋ ଇୟ୍ଲେ ତନଙେ । 10 ଆନିଞ୍ଜି ତୁତୁଜନ୍ ଗିୟ୍ଲେ ମାଡ୍ଡ ସର୍ଡାଲଞ୍ଜି । 11 ଆରି ଅମ୍ମସିଙନ୍ ଜିର୍ରେ ତି ପସିଜନ୍ଆଡଙ୍ ଆୟୋଙନ୍ ମରିଅମନ୍ ସରିନ୍ ଇୟ୍ଲେ ଗିଜେଜି, ସିଲଡ୍ଲ୍ଲନ୍ ତୁଡ଼ୁମ୍ଡାଲେ ଆନିନ୍ଆଡଙ୍ ଲୋମେଞ୍ଜି, ଆରି ରମ୍ମଙ୍ ରମ୍ମଙ୍ ଆ ପିଡ଼ି ରୋଲେ ସୁନାନ୍, କୁନ୍ଦୁରୁନ୍ ଡ ଲଙିଡ୍ମେନ୍ ଆନିନ୍ଆଡଙ୍ ତନିୟ୍ତିୟନ୍ ତିୟେଞ୍ଜି ।
12 ଆରି ଏରୋଦନ୍ ଆମଙ୍ ଏର୍ଜନିରନ୍ ଆସନ୍ ଗନୁମ୍ତେଲୋଙନ୍ ବର୍ନେନ୍ ଆରମ୍ଡଙେଞ୍ଜି ସିଲଡ୍ଲ୍ଲନ୍ ଆନିଞ୍ଜି ଆନ୍ନା ତଙର୍ ଗଡ୍ ଆ ଡେସାଡମଞ୍ଜି ୟର୍ରଞ୍ଜି ।