ଡନଣ୍ଡାୟନ୍
3 ଜିସୁନ୍ ତୋଣ୍ଡୋ ଜିତବୁରନ୍ ଆତଙ୍କୁମନ୍ ଆଡିଡ୍ ଞଙ୍ନେମରଞ୍ଜି ଆମଙନ୍ ଜିର୍ରେ ଅଜନା ଇୟ୍ଲାୟ୍ ବରେଜି । "କେନ୍ ଅଡ଼୍କୋନ୍ ଆଙ୍ଗା ଗଡେଲ୍ତେ, ଇନ୍ଲେଞ୍ଜିଆଡଙ୍ ବର୍ରେନ୍ । ଇନିଜି ଡେଏନ୍ ଡେନ୍ ବାର୍ଜନିର୍ନମ୍ ତୁୟାଲାୟ୍ ଆରି କେନ୍ ଆ ଜୁଗ ଅଞିଡ୍ରୟ୍ତେ ଗାମ୍ଲେ ଇନ୍ଲେଞ୍ଜି ଏଜନାଆୟ୍ ।"
4 ସିଲତ୍ତେ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, "ଏଙ୍ଗାଲ୍ଡେନ୍ ଆନ୍ନିଙ୍ ଆମ୍ବେଞ୍ଜିଆଡଙ୍ କଣ୍ଡାୟ୍ଡଙ୍ବେନ୍ ତଡ୍ ତିଆସନ୍ ଗିୟ୍ଡମ୍ନାବା । 5 ଇନିଆସନ୍ଗାମେଣ୍ଡେନ୍ ଜବ୍ର ମନ୍ରାଜି, ଅଞୁମ୍ଲୋଙ୍ଞେନ୍ ଇୟ୍ଲେ, ‘ଞେନ୍ କ୍ରିସ୍ଟନ୍’ ଗାମ୍ଲେ ଜବ୍ର ମନ୍ରାଞ୍ଜିଆଡଙ୍ ଇୟ୍ତାୟ୍ କଣ୍ଡାୟେଜି । 6 ଆରି ଆମ୍ୱେଞ୍ଜି ଅଲ୍ତିଡ୍ବରନ୍ ଏଅମ୍ଡଙ୍ତେ ଆରି ଅଲ୍ତିଡନ୍ ଆ କବର ଏଅମ୍ଡଙ୍ତେ; ବତଙ୍ଡଙ୍ବେନ୍, ଇନିଆସନ୍ଗାମେଣ୍ଡେନ୍ କେନ୍ଆତେଜି ଅଡ଼୍କୋନ୍ ଡେତେ ମା ବନ୍ଡ ତି ଆ ଡିନ୍ନା ଜୁଗନ୍ ଅଃନ୍ନଞିଡେ ।