ଗେସମନି କୋତ୍ତାଲୋଙନ୍ ଜିସୁନ୍ ଆ ପାର୍ତନା
36 ସିଲଡ୍ଲ୍ଲନ୍ ଜିସୁନ୍ ଡ ଆ ଞଙ୍ନେମରଞ୍ଜି ଗେସମନି ଗାମ୍ଲେ ଅବୟ୍ କୋତ୍ତାନ୍ ଜିରେଞ୍ଜି, ତେତ୍ତେ ଆନିନ୍ ଞଙ୍ନେମରଞ୍ଜିଆଡଙ୍ ଇୟ୍ଲେ ବରେଜି, "ଞେନ୍ ତେତ୍ତେ ଜିର୍ରେ ଇୟ୍ତେ ପାର୍ତନାନାୟ୍, ଞେନ୍ ପାର୍ତନାନେନ୍ ଅଣ୍ଡ୍ରଙ୍ ସାଡାଞନ୍ ଜାୟ୍ ଆମ୍ୱେଞ୍ଜି ତେନ୍ନେ ତଙ୍କୁମ୍ଲେ ଡକୋନାୟ୍ବା ।" 37 ଆରି, ଆନିନ୍ ପିତ୍ରନ୍ ଡ ଜେବଦିନ୍ ଆ ଡାଙ୍ଗଡ଼ାଅନ୍ଜି ବାଗୁଞ୍ଜିଆଡଙ୍ ସରିନ୍ ଓରୋଙେଞ୍ଜି, ଆରି ଆନିନ୍ ତେତ୍ତେ ଅନିଃୟମନ୍ ବାଉଲ୍ଲି ଇୟ୍ଲେ ଡେଏ । 38 ତିଆଡିଡ୍ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, "ଉଗର୍ଞେନ୍ ଆର୍ରବୁତେନ୍ ଅନ୍ତମ୍ ମାଡ୍ଡ ଡୁକ୍କତନେ, ଆମ୍ୱେଞ୍ଜି କେନ୍ତେନ୍ନେ ଡକୋଡାଲନ୍ ଞେନ୍ ସରିନ୍ ମବ୍ଡ଼େଲନ୍ ଡକୋନାବା ।"
39 ଆରି ଆନିନ୍ ଅଡି ଡାସଙାୟ୍ ଜିର୍ରେ ଜାୟ୍ତାନ୍ ବରୁମ୍ଡାଲେ ଇୟ୍ଲେ ପାର୍ତନାନେ, "ଏ ଆପେୟ୍ଞେନ୍, ଗଡେଲେନ୍ ଡେନ୍, କେନ୍ ଗିନାନ୍ ଅମଙ୍ଞେନ୍ ସିଲଡ୍ ସଙାଜେତୋ, ଜନଙ୍ଡେନ୍ ଇସ୍ସୁମ୍ଞେନ୍ ତଡ୍, ଇସ୍ସୁମ୍ନମ୍ ଅନ୍ତମ୍ ଡେଏତୋ ।"
40 ଆରି, ଆନିନ୍ ଞଙ୍ନେମରଞ୍ଜି ଆମଙ୍ ଜିର୍ରେ ଇୟ୍ଲାୟ୍ ଗିଜେନ୍, ଆନିଞ୍ଜି ଆଡିମଡାୟ୍ଜି, ତିଆସନ୍ ଆନିନ୍ ପିତ୍ରନ୍ଆଡଙ୍ ବରେନ୍, "ଆମ୍ୱେଞ୍ଜି ବଗଣ୍ଟା ନିୟ୍ ଞେନ୍ ସରିନ୍ ମବ୍ଡ଼େଲନ୍ ଡକୋଲନ୍ ଏଃର୍ରପ୍ତିଏ ପଙ୍ ? 41 ମନାଲ୍ମାଲ୍ବାନ୍ ଏଙ୍ଗାଲ୍ଡେନ୍ ଗଲୋଡଙ୍ବେନ୍ ତଡ୍, ତିଆସନ୍ ମବ୍ଡ଼େଲନ୍ ଡକୋଡାଲନ୍ ପାର୍ତନାନାବା; ଇନିଆସନ୍ଗାମେଣ୍ଡେନ୍ ପୁରାଡ଼ାନ୍ ଲଡୟ୍, ବନ୍ଡ ଡଅଙନ୍ ବପ୍ପୁ ତଡ୍ ।"
42 ଆନିନ୍ ଆରି ବାଗୁତର ଇଙନ୍ ଜିର୍ରେ ଇୟ୍ଲେ ପାର୍ତନାନେ, "ଏ ଆପେୟ୍ଞେନ୍, କେନ୍ ଗିନାଲୋଙନ୍ ଞେନ୍ ଅଃଗାଲାୟ୍ଡେନ୍, କେନ୍ ଗିନାନ୍ ଅମଙ୍ଞେନ୍ ସିଲଡ୍ ରପ୍ତି ଅଃସଙାଜେ, ଏତ୍ତେଲ୍ଡେନ୍ ଇସ୍ସୁମ୍ନମ୍ ଅନ୍ତମ୍ ଡେଏତୋ ।" 43 ଆନିନ୍ ଆରି ୟର୍ରନ୍ ଇୟ୍ଲାୟ୍ ଗିଜେନ୍, ଞଙ୍ନେମରଞ୍ଜି ଆଡିମଡାୟ୍ଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ସାବ୍କୁଡ୍ମଡ୍ଲନ୍ ଡକୋଲନ୍ ଅଃର୍ରପ୍ତିଲଜି ।
44 ସିଲତ୍ତେ ଜିସୁନ୍ ଆନିଞ୍ଜିଆଡଙ୍ ଅମ୍ରେଙ୍ଲେ ଜିରେଞ୍ଜି କି ଆରି ଏତ୍ତେଲେମା ବର୍ରନ୍ ୟାଗି ତର ଇଙନ୍ ଇୟ୍ଲେ ପାର୍ତନାନେ । 45 ତିକ୍କି ଆନିନ୍ ଞଙ୍ନେମରଞ୍ଜି ଆମଙ୍ ଜିର୍ରେ ଆନିଞ୍ଜିଆଡଙ୍ ଇୟ୍ଲାୟ୍ ବରେଜି, "ଆମ୍ୱେଞ୍ଜି ନମିନ୍ତାନ୍ ଲୁଡ୍ଲେ ଏଲୋଲୋତନ୍ ପଙ୍ ? ଗିୟ୍ବା ! ତି ଆ ବେଡ଼ା ଅଡ଼ୋଲାୟ୍ନି, ଆରି ମନ୍ରା ଡାଙ୍ଗଡ଼ାଅନନ୍ ଇର୍ସେମରଞ୍ଜି ଆସିଲୋଙ୍ ସୋରୋପ୍ପାୟ୍ତନେ । 46 ଡୋନାବା, ଏଜିର୍ବା, ଗିୟ୍ବା ! ଅଙ୍ଗା ମନ୍ରା ଞେନ୍ଆଡଙ୍ ବନେରାଞ୍ଜି ଆସିଲୋଙ୍ ସୋରୋପ୍ପାୟ୍ତିଁୟ୍, ଆନିନ୍ ତୁୟାଲାୟ୍ ।"