11 ଇନିଆସନ୍ଗାମେଣ୍ଡେନ୍ ଅଡ଼୍କୋ ମନ୍ରାନ୍ ଅନୁରନ୍ ଆସନ୍ ଇସ୍ୱରନ୍ ଆ ସନାୟୁମନ୍ ଅବ୍ତୁୟ୍ଲଙ୍ଲନ୍ । 12 ଆରି, ତି ଆ ସନାୟୁମ୍ ଅମ୍ମେଲେ ଇନ୍ଲେଞ୍ଜି ପରାନ୍ସାତ୍ତିନ୍ ଆ କାବ୍ବାଡ଼ାଜି ଡ ପୁର୍ତିନ୍ ଆ ଗନିୟ୍ମଡ୍ଜି ଅମ୍ରେଙ୍ଡାଲେ, କେନ୍ ନମି ଆ ଜୋଗାଲୋଙ୍ ମନଙ୍ ବୁଡ୍ଡିନ୍ ଡ ଆବ୍ବୟ୍ଡମ୍ଲନ୍ ଏଡକୋନେବା ।
13 ଅଡ଼୍କୋନ୍ ସିଲଡ୍ ସୋଡ଼ା ଇସ୍ୱରନ୍ ଡ ଅନୁର୍ମର୍ ଜିସୁ କ୍ରିସ୍ଟନ୍ ଆ ଗନୁଗୁ ପନେମେଙ୍ ଗିୟ୍ତାରୟ୍ତେ, ତିଆତେ ଆସାଡାଲନ୍ ଇନ୍ଲେଞ୍ଜି ଜଗେଲେ ଡକୋତନ୍ବୋ ।