6 ଆଦିଙ୍କ୍ ମିଡ଼୍ ୱେଡ଼୍କାଟ୍, ଯଦି ବା ବସ୍ ବେସତ୍ ଦୁଃକାମ୍ ସେଙ୍ଗେ ମିକିଂଙ୍କ୍ ଇଞ୍ଜେ ସୁଦୁଟ୍ ସମୟ ସେଙ୍ଗେ ଦୁଃକାମ୍ ଆଦାଙ୍କ୍ ଆଦ୍ପାର୍ଦ୍ତେ । 7 ମିୟାଦ୍ ବିଶ୍ୱାସ୍ତେ ପରିସ୍କାର୍ତେ ପରିକ୍ଷା ମାଡ଼ାନଙ୍କ୍ ଇଦ୍ ସାରେତାଦ୍ ଉଦ୍ଦେଶ୍ୟ । ତେରାନ୍ ସୁନାତିଙ୍କ୍ କିସ୍ତାଗ୍ ପରିକ୍ଷା ମାଡ଼ିତନ୍ । ମିୟାଦ୍ ବିଶ୍ୱାସ୍ ସୁନାତାଗାଙ୍କ୍ ଅଦିକ୍ ମୁଲ୍ୟବାନ୍ ଆଇନାଙ୍କ୍ ପରିକ୍ଷାତେ ଆଦିଙ୍କ୍ ସାୟେ ମାଡ଼ାନାଦ୍ ଦର୍କାର୍ । ଆଦ୍ ଆଦ୍ଦେ ପାର୍କେ, ଜିସୁ କ୍ରିଷ୍ଟ ପ୍ରକାଶ୍ ଆଦାନ୍ ୱେଲେ, ମିକିଂଙ୍କ୍ ପ୍ରଶଂସା, ଗୌରବ୍ ନୁ ସମ୍ମାନ୍ ଦର୍କିତେ । 8 ଇଞ୍ଜେ ମିଡ଼୍ ଅଙ୍କ୍ ଉଡ଼କଟ୍ ମାତ୍କେ ମିକା ପ୍ରେମ ମାଡ଼ୁତିଡ଼୍ ନୁ ଅନାଗେ ବିଶ୍ୱାସ୍ ମାଡ଼ୁତିଡ଼୍ ମେଣ୍ଡେ କେତାନଙ୍କ୍ ଆଇୱାଦ୍ ନୁ ଗୌରବ୍ ତଡ଼୍ ମିଡ଼୍ ସାର୍ଦେ ଆସ ମିନ୍ଦେଡ଼ି । 9 ମେଣ୍ଡେ, ଆଦ୍ ବିଶ୍ୱାସ୍ତେ କାୟେ ଲେକାମ୍ ଆତ୍ମାନ୍ ପରିତ୍ରାଣ ଦର୍କ୍ତେ ।
Publicidade