15 ୪:୧୫ ୧ କରନ୍ତିୟ ୧୫:୫୧,୫୨. ମାମ୍ମେ ଇଞ୍ଜେ ମିକିଂଙ୍କ୍ ବେନ୍ ଶିକ୍ଷା ଇଦୁତମ୍, ଆଦ୍ ପ୍ରବୁନ୍ ଶିକ୍ଷା । ପ୍ରବୁନ୍ ୱାଦାନ୍ ସମୟ୍ତେ ମାମ୍ମେ ବେନଡ଼୍ ଜିୱୁନ୍ ମାନ୍ତମ୍, ମୁନେଙ୍କ୍ କଞ୍ଜ୍ ୱେରେନାରୁଡ଼୍ ପାକ୍ ଆସ୍ମାନ୍ଦାନ୍ ନାରୁଡ଼୍ଆଗାଙ୍କ୍ ମୁନେ ଆସ୍ ଆନ୍ମା । 16 ଆସୁଙ୍କ୍ ପ୍ରବୁ ଗଟ୍ ହିଦ୍ତନ୍ ମୁକ୍ୟଦୂତ୍ତେ ଲେଙ୍ଗ୍ ନୁ ଇଶ୍ୱର୍ତେ ମୟିର୍ ଲେଙ୍ଗ୍ତେ ଆଦ୍ ସ୍ୱର୍ଗଦୂତ ଡିଗିତା, ବେନଡ଼୍ କ୍ରିଷ୍ଟନାଗେ ମାଞ୍ଜ୍ ଡଲିମାନ୍ତଡ଼୍, ଅଡ଼୍ ମୁନେ ତେଦିତଡ଼୍ । 17 ତାନ୍ ପେର୍କେ ବେନଡ଼୍ ଆଦ୍ ସମୟ୍ତେ ଜିୱୁନ୍ ମାନ୍ତମ୍, ମାବ୍ତାଗ୍ ଅଡ଼୍ତଡ଼୍ ଉତ୍ତାପିତ ଆସ୍ ମୟଲ୍ତାଗ୍ ପ୍ରବୁନ୍ତଡ଼୍ ସାକ୍ଷାତ୍ ମାଡ଼ିତମ୍ । ତାନ୍ ପେର୍କେ ମାମ୍ମେ ସାରେଦିନାମ୍ ପ୍ରବୁନ୍ତଡ଼୍ ମାନ୍ତମ୍ । 18 ଇୱୁ ସାରେ ଗଟି କେଞ୍ଜ୍ସ୍ପି ମିଡ଼୍ ଆନ୍ତେ ନିଜେ ନିଜେତିଙ୍ଗ୍ ସାର୍ଦେ ଆୟ୍ମୁଟ୍ ।
Publicidade