1 ତାନ୍ପେର୍କେ ଯିହୁଦୀୟଡ଼୍ ଦାଦାଲଡ଼୍ ବିରୁଦ୍ଦ୍ତେ ନାରୁଡ଼୍ତେ ନୁ ଅଡ଼୍ ନାଟାକି ଗାଟିଲେଙ୍ଗ୍ ନିନ୍ଦେମାଡ଼ି କେତ୍ତଡ଼୍। 2 ବାତେଙ୍କ୍ଇତ୍କେ ବେନଡ଼୍ ବେନଡ଼୍ କେତିତଡ଼୍, ମାମ୍, ମା ମାର୍ ନୁ ମାୟାସ୍କ୍ ନାର୍ଗେ ନାରୁଡ଼୍; ଆଦିଙ୍କ୍ ମାନାଡ଼୍ ଶସ୍ୟ ଅସ୍ ଆଦ୍ତିଞ୍ଜ୍ ଗେଲ୍ସିକାଡ଼୍। 3 ମେଣ୍ଡେ ବେନଡ଼୍ ବେନଡ଼୍ କେତ୍ତଡ଼୍, "ମାମେ ନିଜର ନିଜର ଶସ୍ୟୱାୟେ ନୁ ଅଙ୍ଗୁର୍ୱାୟେ ନୁ ଲନ୍ ବାନ୍ଧେ ୱାଟିମିନ୍ଦେମ୍, ବେଲାନେ ମରୁଡ଼ି ସମୟତେ ମାକିଙ୍କ୍ କାଦି ଦର୍କି।" 4 ମେଣ୍ଡେ, ବେସ୍କତୁଡ଼୍ କେତ୍ତଡ଼୍, "ମାମ୍ ରାଜାନ୍ ଚିସ୍ତୁ ଇଦାନ୍ ମାଇଦିଙ୍କ୍ ନିଜର ନିଜର ଶସ୍ୟୱାୟେ ନୁ ଅଙ୍ଗୁର୍ୱାୟେ ବାନ୍ଧେ ୱାଟି ଡାବୁକ୍ ଋଣ୍ ମାଡ଼ିମିନ୍ଦେମ୍।" 5 ମାତର୍ ମାଆ ମେନ୍ଦୁଲ୍ ମାଆ ଦାଦାଲଡ଼୍ ମେନ୍ଦୁଲ୍ ସାମାନ୍, ମା ପିଲା ଅଡ଼୍ ପିଲାନ୍ ସାମାନ୍; ଆଗେକ୍ବା ବା ଉଡ଼େ, ମାମ୍ ନିଜର ନିଜର ମାର୍ ନୁ ମାୟାସ୍କିଙ୍କ୍ ଦାସ ଆଦାନ୍ ମାଇଦିଙ୍କ୍ ୱାମି ମିନ୍ଦେମ୍, ମେଣ୍ଡେ ମା ମାୟାସ୍କିନାଗାଙ୍କ୍ ବେନଡ଼୍ ବେନଡ଼୍ ଦାସୀ ଆସ୍ ତେର ମିନ୍ଦେଡ଼୍; ମାୟାଦ୍ ମେଣ୍ଡେ ବାତେ ଦର୍କାର୍ ଇଲେ; ବାତେଙ୍କ୍ଇତ୍କେ ୱେର୍ ନାରୁଡ଼୍ ମା ଶସ୍ୟୱାୟେ ନୁ ଅଙ୍ଗୁର୍ୱାୟେ ଅଦିକାର୍ ମାଡ଼ି ମିନ୍ଦେଡ଼୍।
6 ଆସୱେଲେ ନାନ୍ ଅଡ଼୍ କେୟାନାଦ୍ ନୁ ଇ ଗଟ୍ ସାରେ କେଞ୍ଜି ଅଦିକ୍ କପାମ୍ ଆତ୍ତାନ୍। 7 ମେଣ୍ଡେ, ନାନ୍ ନିଜର ମନ୍ଦାଗ୍ ଆଲ୍ସ୍ତାନ୍, ମେଣ୍ଡେ କୁଲିନଡ଼୍କ୍ ନୁ ବେଡ଼୍ୟଡ଼୍ ତଡ଼୍ କେତା କେତି ମାଡ଼ି ଅଡ଼୍କିଂଙ୍କ୍ କେତ୍ତାନ୍, "ମିଡ଼୍ ସାରେତଡ଼୍ ନିଜର ନିଜର ଦାଦାନାଗାଙ୍କ୍ ଋଣ୍ ଅସ୍ ମିନ୍ଦେଡ଼ି।" ଆସୁଙ୍କ୍ ନାନ୍ ଅଡ଼୍ ବିରୁଦ୍ଧତେ ଗଟ୍ ପେସ୍ପ୍ତାନ୍। 8 ମେଣ୍ଡେ, ନାନ୍ ଅଡ଼୍କିଂଙ୍କ୍ କେତ୍ତାନ୍, "ମା ଯିହୁଦୀୟ ଦାଦାଲଡ଼୍ ୱେର୍ ଦେଶତେନଡ଼୍ ଗାରେ ୱାମି ଆସ୍ ମାତ୍ତଡ଼୍, ମାମ୍ ଅଡ଼କ୍ ନିଜର ବପୁତେ ମୁକ୍ତ ମାଡ଼ି ମିନ୍ଦେମ୍, ଇଞ୍ଜେ ମିଡ଼୍ ବାତେ ନିଜର ଦାଦାଲଡ଼୍କ୍ ୱାମିତିଡ଼୍ ? ନୁ ଅଡ଼୍ ବାତେ ମାଆ ଗାରେ ୱାମିଆଦ୍ତଡ଼୍ ?" ଇଗେ ଅଡ଼୍ କଟ ଆତ୍ତଡ଼୍, ବାତେ ଉତ୍ତର ଇଦେ ପାର୍ୱଡ଼୍ ଆତ୍ତଡ଼୍।
9 ମେଣ୍ଡେ, ନାନ୍ କେତ୍ତାନ୍, "ମିଡ଼୍ ବେନ୍ ପାଡ଼୍ୟି ମାଡ଼ମିନ୍ଦେଡ଼ି, ଆଦ୍ ସାହେ ଆୟ୍, ମା ଶତ୍ରୁ ୱେର୍ ଦେଶୀୟନଡ଼୍କ୍ ତିରସ୍କାର୍ଦିଙ୍କ୍ ନେତାନ୍ ମାଇଦିଙ୍କ୍ ମା ପରମେଶ୍ୱରଦେ ପର ୱେର୍ଦେ କେତାନାଦ୍ ବାତେ ମିଇ ମାୟିଦିଙ୍କ୍ ସାହେ ଆୟ୍ ?" 10 ବା ନାନ୍, ନା' ଦାଦାଲଡ଼୍ ନୁ ନା ଦାସଡ଼୍ ଋଣ୍ଦେ ଅଡ଼୍କିଂଙ୍କ୍ ଡାବୁକ୍ ନୁ ଶସ୍ୟ ଋଣ୍ ଇସମିନ୍ଦେମ୍। ମାତର୍ ମାମ୍ ଇ ଋଣ୍ କଲ୍ନ୍ତତର୍ ଅଦାନାଦ୍ ବନ୍ଦ ମାଡ଼୍କେ ସାୟେ। 11 ମିଡ଼୍ ଅଡ଼୍ ଶସ୍ୟୱାୟେ, ଅଡ଼୍ ଅଙ୍ଗୁର୍ୱାୟେ, ଅଡ଼୍ ଜୀତ ମାଡ଼େତ୍ ୱାୟେ ନୁ ଅଡ଼୍ ଲନ୍, ବା ଅଡ଼୍ଆଗ୍କନ୍ ଡାବୁକ୍ ନୁ ଶସ୍ୟ, ଦ୍ରାକ୍ଷାରସ ନୁ ନିୟ୍ଦେ ଶତକଡ଼ା ବେନ୍ କଲ୍ନ୍ତତର୍ ମିଡ଼୍ ଅସ୍ ମିନ୍ଦେଡ଼ି, ଆଦ୍ ନେଣ୍ଡ୍ ଅଡ଼୍କିଂଙ୍କ୍ ମାଲ୍ପିମୁଟ୍। 12 ଆସୁଟ୍ ଅଡ଼୍ କେତ୍ତଡ଼୍, "ମାମ୍ ବାତେ ଅସ୍ ମାତ୍ତମ୍ ଆଦ୍ ମାଲ୍ପିଦ୍ତମ୍ ନୁ ଅଡ଼୍କିଂଙ୍କ୍ ବାତେ ତାଲ୍କମ୍; ନିମେ ବେଲା କେତୁତିନ୍, ମାମ୍ ଆଲେନେ ମାଡ଼ିତମ୍।" ଆସୁଙ୍କ୍ ନାନ୍ ଯାଜକିଡ଼୍କ୍ କାର୍ଙ୍ଗି ଇ ସାରେ ଆଜ୍ଞାନୁସାର୍ତେ ଅଡ଼୍ ବେଲାନେ ପାଡ଼୍ୟି ମାଡ଼ିତଡ଼୍,ଇଦିନ୍ ମାଇଦିଙ୍କ୍ ଅଡ଼୍କିଂଙ୍କ୍ ଶପତ୍ ମାଡ଼୍ନା ମାଡ଼୍ତାନ୍। 13 ବା ନାନ୍ ନିଜର ଟିକିଡ଼୍ କାୟିସ୍ କେତ୍ତାନ୍, "ବେନ୍ ଇ ନିୟମ୍ ପାଲନ୍ ମାଡ଼ଣ୍ଡ୍, ପରମେଶ୍ୱର ଅନ୍ ଲନ୍ ନୁ ପାଡ଼୍ୟି ମାଡ଼୍ତାଗ୍କନ୍ ଆଦିଙ୍କ୍ ଇଲାନେ କାଇସିୱିଣ୍ଡ୍; ଅଣ୍ଡ ଇଲାନେ କାସ୍ ଆୟିଣ୍ଡ୍ ନୁ କାଲି ଆୟିଣ୍ଡ୍।" ଆଗାକନ୍ ସାରେ ସମାଜ କେତ୍ତେ "ଆମେନ୍" ନୁ ସଦାପ୍ରବୁଙ୍କ୍ ପ୍ରଶଂସା ମାଡ଼୍ତଡ଼୍। ଆସୁଙ୍ଗ୍ ନାରୁଡ଼୍ ଇ ଆଦେଶ୍ ଲେକାମ୍ ପାଡ଼୍ୟି ମାଡ଼୍ତଡ଼୍।
14 ମେଣ୍ଡେ, ନାନ୍ ଯିହୁଦା ଦେଶତେ ଅଡ଼୍ ବାଡ଼୍ୟି ପଦକନ୍ ମାନ୍ଦାନ୍ ସମୟକନ୍, ବା, ଅର୍ତ୍ତକ୍ଷସ୍ତ ରାଜାନ୍ ରାଜତ୍ୱତ୍ କୋଡ଼ିଏ ବର୍ଷକନ୍ ବତିଶ ବର୍ଷ ଏୱୁନା ବାର ବର୍ଷ, ନାନ୍ ନୁ ନା ଦାଦାଲଡ଼୍ ଦେଶ୍କେପାନଡ଼୍ କାଦି ତିନମ୍ ଆତ୍ତମ୍। 15 ମାତର୍ ନା ମୁନେତ୍ ଦେଶ୍କେପାନଡ଼୍ ବ୍ୟୟବାର ନାରୁଡ଼୍କିଙ୍କ୍ କାଞ୍ଜାନଙ୍କ୍ ୱେୟିତେ, ମେଣ୍ଡେ ଅଡ଼୍ ଚାଳିଶ ବଡ଼୍ ରୂପା ୱିଡ଼୍ସି ନାରୁଡ଼୍ଆଗ୍ଙ୍କ୍ କାଦି ନୁ ଦ୍ରାକ୍ଷାରସ ଅତ୍ତଡ଼୍; କେବଳ ଆଦେଆୟ୍, ଅଡ଼୍ ଦାସନଡ଼୍ ନାରୁଡ଼୍ ପର ଅତ୍ୟାଚାର ମାଡ଼୍ତଡ଼୍; ମାତର୍ ପରମେଶ୍ୱରଦେ ପର ୱେର୍ ମାଇଦିଙ୍କ୍ ନାନ୍ ଆଲାନେ ମାଡ଼ନ୍ ଆତ୍ତାନ୍। 16 ମେଣ୍ଡେ, ନାନ୍ ଇ ନେଟେତେ ପାଡ଼୍ୟିଦେ ମାତ୍ତାନ୍ ନୁ ମାମ୍ ବେନ୍ ବା ବୁମ୍ ଆସମ୍ ଆତ୍ତମ୍; ମେଣ୍ଡେ, ନା ଦାସଡ଼୍ ସାରେତଡ଼୍ ଆଗେତ୍ ପାଡ଼୍ୟିଦାଗ୍ ଅଣ୍ଡୟତାଗ୍ ଆତ୍ତଡ଼୍। 17 ଆଗେକ୍ବା ମା ତିଡ଼୍ପାକା ୱେର୍ ଦେଶତେନଡ଼୍କନ୍ ମା ଗାରେ ୱାତ୍ତେ ନାରୁଡ଼୍କ୍ ୱିଡ଼୍ସି ଯିହୁଦୀୟ ନୁ ବାଡ଼ିୟଡ଼୍ ଏକ ଶହ ପଚାଶ ନାରୁଡ଼୍ ନା' ତିନ୍ଦାନାଗ୍ କୁଦ୍ତଡ଼୍। 18 ଆ ସମୟତେ ସାରେ ଦିନା ଅଣ୍ଡୟ୍ କନ୍ଦା ନୁ ଆରୁ ଏଞ୍ଚ୍ତେ ମେଣ୍ଢା ତିଆର୍ ମାଡ଼୍ତଡ଼୍; ନାନ୍' ମାଇଦିଙ୍କ୍ ବା ବେସ୍କେ ପିଟେ ଆଟ୍ତଡ଼୍; ନୁ ଦଶ ଦିନ୍ତେ ଅଣ୍ଡୟ୍ଦାମ୍ ସାରେ ପ୍ରକାର୍ ଦ୍ରାକ୍ଷାରସ ତିଆର୍ ମାଡ଼୍ତଡ଼୍; ଆଗେକ୍ବା ନାନ୍ ଇସାରେତ୍ ମାଇଦିଙ୍କ୍ ଦେଶ୍କେପାନଡ଼୍ କାଦିତିଙ୍କ୍ ଉଡ଼ନ୍, ବାତେଙ୍କ୍ଇତ୍କେ ଇ ନାରୁନ୍ ପର ଦାସତ୍ୱତ୍ତେ ବଜ ବୟଙ୍କାର ଆସ୍ମାତ୍ତେ। 19 ହଁ ନା ପରମେଶ୍ୱର, ନାନ୍ ଇ ନାରୁଡ଼୍ ମାଇଦିଙ୍କ୍ ବେନ୍ ବେନ୍ ପାଡ଼୍ୟି ମାଡ଼ି ମିନ୍ଦେନ୍, ନା'ପାକେ ସାୟେତ୍ ମାଇଦିଙ୍କ୍ ଆୱୁସାରେ ଏର୍କେ ମାଡ଼ାଟ୍।