1 ଆ ଦିନେ ଅଡ଼୍ ନାରୁଡ଼୍ କେୱୁଦାଗ୍ ମୋଶାନ୍ ବଇକନ୍ କାରିୟିତଡ଼୍; ମେଣ୍ଡେ, ଆଗକ୍ ଲେକ୍ତେ ଇ ଗଟ୍ ଦରକ୍ତେ ଯେ, ଅମ୍ମୋନିୟ ନୁ ମୋୟାବିୟ ନାରୁଡ଼୍ ସାରେକାଲ୍ ପରମେଶ୍ୱରଦେ ନାରୁଡ଼ାଗ୍ ନେଙ୍ଗଡ଼୍, 2 ଅଡ଼୍ ଅନ୍ନ ନୁ ଏର୍ ଅସ୍ ଇସ୍ରାଏଲତେ ମାର୍କିଡ଼୍କ୍ କାଇଲଡ଼୍ ଆତ୍ତଡ଼୍, ମାତର୍ ଅଡ଼୍ ଅବିଚାପ ଇଦାନ୍ ମାଇଦିଙ୍କ୍ ଅଡ଼୍ ବିରୁଦ୍ଦତେ ବିଲୀୟମ୍ତିଙ୍କ୍ ଡାବ୍କ୍ ଇତ୍ତଡ଼୍; ଆଗେକ୍ବା ମା ପରମେଶ୍ୱର ଆ ଅବିଶାପ୍ତିଙ୍କ୍ ଆଶିର୍ବାଦ୍ ମାଡ଼୍ତଣ୍ଡ୍। 3 ଆସୱେଲେ ଅଡ଼୍ ଇ ନିୟମ କେଞ୍ଜି ଇସ୍ରାଏଲକନ୍ ସାରେ କାଇଲ୍ତେ ନାରୁଡ଼୍କ୍ ୱେର୍ ମାଡ଼୍ତଡ଼୍।
4 ଇଦିନ୍ ମୁନେ ଇଲିୟାଶିବ ଯାଜକ ମା ପରମେଶ୍ୱରତେ ଗୁଡ଼୍ତେ ବାକ୍ଡ଼ା ସାରେ ବାଡ଼ିୟଣ୍ଡ୍ ଇନା ଏଞ୍ଚି ଆତ୍ତଡ଼୍ ନୁ ଅଣ୍ଡ୍ ଟୋବୀୟତେ କୁଟ୍ମାମ୍ ମାତ୍ତଣ୍ଡ୍, 5 ଇଲୀୟାଶୀବ ଟୋବୀୟ ମାଇଦିଙ୍କ୍ ଅଣ୍ଡୟ୍ ବାଡ଼ିୟେ ବାକ୍ଡ଼େ ତିଆର୍ ମାଡ଼ି ମାତ୍ତଣ୍ଡ୍, ମାତର୍ ମୁନେ ନାରୁଡ଼୍ ଆ ପଡ଼୍ୟେତ୍ ନିନ୍ଦାନ୍ ଜିନିଷ୍, କୁନ୍ଦୁରୁ ନୁ ଗିନେତାଗ୍, ଆଦେଶ୍ ଶପଥତେ ଲେବିୟ ନୁ ପାଟାପାରାନଣ୍ଡ ନୁ ଗେଟ୍କେପାନଡ଼୍ ମାଇଦିଙ୍କ୍ ଇତ୍ତେ ଶସ୍ୟ, ଦ୍ରାକ୍ଷାରସ ନୁ ନିୟ୍ ଦଶବାଗ୍କନ୍ ଅଣ୍ଡୟ୍ ବାଗ୍; ମେଣ୍ଡେ, ଯାଜକିଡ଼୍ ମାଇଦିଙ୍କ୍ କାଇଦେ କାଇଦାଗ୍ ଇଦାନ୍ ପୁରସ୍କାର୍ ନେଃସ୍ମାତ୍ତଡ଼୍। 6 ମାତର୍ ନାନ୍ ଇସାରେ ସମୟତେ ଯିରୁଶାଲମତାଗ୍ ଇଲ୍ୱ ମାନ୍ତାନ୍, ବାତେଙ୍କ୍ଇତ୍କେ ବାବିଲ୍ତେ ଅର୍ତ୍ତକ୍ଷସ୍ତ ରାଜାନ୍ ରାଜତ୍ୱତେ ବତିଶ ୱାଡ଼୍ସେତେ ନାନ୍ ରାଜାନ୍ ଗାରେ ଆତ୍ତାନ୍ ନୁ ବେସ୍କ୍ଦିନା ପେର୍କର୍କେ ରାଜାଙ୍କ୍ ଆଦାନ୍ ମାଇଦିଙ୍କ୍ ଅନୁମତି ତାଲ୍କ୍ତାନ୍; 7 ଇଦିନ୍ପେର୍କେ ନାନ୍ ଯିରୁଶାଲମ ୱାସ୍ ଇଲିୟାଶିବ, ଟୋବୀୟ ମାଇଦିଙ୍କ୍ ପରମେଶ୍ୱରଦେ ଲତ୍ତେ ଏର୍ୱାଲ୍ତାଗ୍ ଅଣ୍ଡୟ୍ ବାକ୍ଡ଼େ ତିଆର୍ ମାଡ଼ି ବେନ୍ବୁଲ୍ ମାଡ଼ିମାତ୍ତଣ୍ଡ୍, ଆଦ୍ ବୁଜେମ୍ ଆତ୍ତାନ୍। 8 ଇଗେ ନାନ୍ ଅଦିକ୍ କପାମ୍ଆସ୍ ଆ ବାକ୍ଡ଼୍କନ୍ ଟୋବୀୟତେ ସାରେ ଲତ୍ତେ ସାମାନ୍ ପେସ୍ପି ଏସିତ୍ତାନ୍। 9 ଆସୁଙ୍କ୍ ନାନ୍ ଆଦେଶ୍ ମାଡ଼ୱାନାକେ, ଅଡ଼୍ ବାକ୍ଡ଼େ ସାରେ ପବିତ୍ର ମାଡ଼୍ତଣ୍ଡ୍; ଆସୁଙ୍କ୍ ନାନ୍ ଆଗେ ମେଣ୍ଡନ୍ଦାମ୍ ପରମେଶ୍ୱରତେ ଲତ୍ତେ ଗିନା ନୁ କାଦି ଜିନିଷ୍ ନୁ ଦୁପାମ୍ ତାତ୍ତାନ୍।
10 ମେଣ୍ଡେ, ନାନ୍ ଉଡ଼୍ତାନ୍ ଯେ, ଲେବିୟଡ଼୍ ଜାଗେ ଅଡ଼୍କିଂଙ୍କ୍ ଇୱମାତ୍ତଡ଼୍; ଆଦିଙ୍କ୍ ସାରେ ପାଡ଼୍ୟିମାଡ଼ାନଡ଼୍ ଲେବିୟଡ଼୍ ନୁ ପାଟାପାରାନଡ଼୍ ମନ୍ଦିର୍ ୱିଡ଼୍ସି ନିଜର ନିଜର ବୁମ୍ଦାଗ୍ ଆତ୍ତଡ଼୍। 11 ଆସୁଙ୍କ୍ ବାତେଙ୍କ୍ ପରମେଶ୍ୱର ଲତ୍ତିଙ୍କ୍ ୱିଡ଼୍ସି ମିନ୍ଦେନି ? ଇଲା କେସ୍ ନାନ୍ ବେଡ଼୍ୟଡ଼୍ ତଡ଼୍ ତିର୍ୟାତିର୍ୟି ମାଡ଼୍ତାନ୍, ମେଣ୍ଡେ, ନାନ୍ ଅଡ଼୍କିଂଙ୍କ୍ ଅଣ୍ଡୟ ମାଡ଼ି ନିଜର ନିଜର ପଦତାଗ୍ ଅଡ଼୍କିଂଙ୍କ୍ ହେଞ୍ଚ୍ତାନ୍। 12 ଆସୁଙ୍କ୍ ସାରେ ଯିହୁଦା ଶସ୍ୟ ନୁ ଦ୍ରାକ୍ଷାରସ ନୁ ନିୟ୍ଦେ ଦଶବାଗ୍ତାଗାଙ୍କ୍ ଅଣ୍ଡୟ୍ ବାଗ୍ ଗୁଦାମ୍ତାଗ୍ ତାତ୍ତାଡ଼୍। 13 ଆସୁଙ୍କ୍ ନାନ୍ ଶେଲିମିୟ ଯାଜକତିଙ୍କ୍ ନୁ ସାଦୋକ କଲେଜ୍ ମେସ୍ତେରୀ ନୁ ଲେବିୟଡ଼୍କନ୍ ପଦାୟତିଙ୍କ୍ ଗୁଦାମ୍ ମୁନେ ବେଡ଼ିୟଡ଼୍ ମାଡ଼୍ତାନ୍; ଅଡ଼୍ ମଦଲ୍ ମତ୍ତନୀୟତେ ନାତି ସକ୍କୁରତେ ମାର୍ ହାନନ୍ ମାତ୍ତଣ୍ଡ୍; ଅଡ଼୍ ବିଶ୍ୱସ୍ତଡ଼୍ ମାତ୍ତଡ଼୍, ଇଦିଙ୍କ୍ ନିଜର ଦାଦାଲଡ଼୍ ଲୋପେତ୍ ପାଡ଼୍ୟି ମାଡ଼ାନାଦ୍ ଅଡ଼୍ଆଦ୍ ଆତ୍ତେ।
14 ହଁ ନା ପରମେଶ୍ୱର, ଇ ବିଷୟତେ ନାକିଙ୍କ୍ ଏର୍କେମାଡ଼୍, ମେଣ୍ଡେ ନାନ୍ ନା ପରମେଶ୍ୱରଦେ ଲତ୍ତେ ନୁ ଆଗେତ୍ ପାଲନ୍ ବିଷୟତେ ମାଇଦିଙ୍କ୍ ବାତେମାଡ଼ି ମିନ୍ଦେନ୍, ନାନ୍ ମାଡ଼୍ତେ ସାରେ ସାୟେତ୍ ପାଡ଼୍ୟି ମାପ୍ମାଟ୍।
15 ଆ ସମୟତେ ନାନ୍ ଯିହୁଦାକନ୍ ବେସ୍କ୍ତଡ଼୍ ନାରୁଡ଼୍କିଙ୍କ୍ ରମାନ୍ଦିନାତେ ଦ୍ରାକ୍ଷା ପିସ୍କାନ୍ ନୁ ମପ୍ ଲପେ ତାତାନାଦ୍ ନୁ ଗଦ ପର କାଞ୍ଜ୍ସ୍ପାନ୍ ମାଡ଼ାନ୍, କନ୍ ରମାନ୍ଦିନତେ ଦ୍ରାକ୍ଷାରସ, ଦ୍ରାକ୍ଷାକାୟା ନୁ ତୟା କାୟା ନୁ ସାରେ ଲେକେତ୍ ବୋଜ୍ ଯିରୁଶାଲମତିଙ୍କ୍ ତାତାନାଦ୍ ଉଡ଼୍ତାନ୍; ମେଣ୍ଡେ, ବେନ୍ ଦିନ୍ ଅଡ଼୍ ତିନ୍ଦାନ୍ ସାମାନ୍ ୱାମ୍ତଡ଼୍, ଆ ଦିନେ ନାନ୍ ଅଡ଼୍କିଂଙ୍କ୍ କବର୍ ଇତ୍ତାନ୍। 16 ବା ନଗରତେ ସୋରୀୟ ନାରୁଡ଼୍ ବାସ୍ ମାଡ଼ମାତ୍ତଡ଼୍, ଅଡ଼୍ କିକେ ନୁ ସାରେ ଲେକେତ୍ ୱାମ୍ତେ ସାମାନ୍ ତାସ୍ ରମାନ୍ ଦିନାମ୍ତେ ଯିହୁଦାତେ ମାର୍କିଡ଼୍ ଗାରେ ନୁ ଯିରୁଶାଲମତାଗ୍ ୱାମତଡ଼୍। 17 ଆଗାକନ୍ ନାନ୍ ଯିହୁଦାତେ ନେତାଲଡ଼୍ତଡ଼୍ କେତାକେତି ମାଡ଼ି ଅଡ଼୍କିଂଙ୍କ୍ କେତ୍ତଡ଼୍, "ମିଡ଼୍ ରମାନ୍ଦିନତେ ଅପବିତ୍ର ମାଡ଼ି ଇଦ୍ବାତେ ପିନ୍ଦ୍ୱେ ପାଡ଼୍ୟି ମାଡ଼ମିନ୍ଦେଡ଼ି ?" 18 ମିଇ ଆନିଦାଦିଡ଼୍ ବାତେ ଇସତ୍ ପାଡ଼୍ୟି ମାଡ଼ଡ଼୍ ? ମେଣ୍ଡେ, ଆଦିନ୍ ମାଇଦିଙ୍କ୍ ପରମେଶ୍ୱର ବା ମାନ୍ ପର ନୁ ଇ ନଗରତେ ପର ଇୱୁ ସାରେ କାରାପ୍ ମାଡ଼ଡ଼୍ ? ଆଗେକ୍ବା ବା ମିଡ଼୍ ରମାନ୍ଦିନ୍ତେ ଅପବିତ୍ର ମାଡ଼ି ଇସ୍ରାଏଲତେ ପର ମେଣ୍ଡେ କପାମ୍ ତାତୁତିଡ଼୍।
19 ଇଦିନାଗ୍କଞ୍ଜ୍ ରମାନ୍ଦିନେତ୍ ମୁନେ ଯିରୁଶାଲମତେ ଦୁୱାଡ଼୍ସାରେ ଇକାଡ଼୍ ଆଦାଙ୍କ୍ ସପ୍ପତ୍ତେ ୱେଲେ ନାନ୍ କାପାଟି ସାରେ ବନ୍ଦ ମାଡ଼ାନଙ୍କ୍ ଆଦେଶ୍ ଇତ୍ତାନ୍,ମେଣ୍ଡେ ରମାନ୍ଦିନେ ହେୱାଜାକ୍ ତେର୍ ମାଟ୍ ଇଞ୍ଜ ଆଦେଶ୍ ଇତ୍ତାନ୍; ମେଣ୍ଡେ ରମାନ୍ଦିନ୍ତେ ବାତେବା ବଜ୍ ଲୋପେ ତାଡ଼୍ୱ ମାଇଦିଙ୍କ୍ ନାନ୍ ନିଜର ଦାସନଡ଼ାଗାଙ୍କ୍ ବେସ୍କତୁଡ଼୍କ୍ ଦୁୱାଡ଼୍ତେ ମୁନେ ହେଞ୍ଚ୍ତାନ୍। 20 ଆସୁଟ୍ ବେପାରିଡ଼୍ ନୁ ସାରେ ଲେକେତ୍ ସାମାନ୍ ୱାମାନଡ଼୍ ଅଣ୍ଡୟ ରେଣ୍ଡେ ଦାମ୍ ଯିରୁଶାଲମ ବାଇଦେ ନାର୍କା କେପ୍ତଡ଼୍। 21 ଆସୁଟ୍ ନାନ୍ ଅଡ଼୍କିଂଙ୍କ୍ କବର୍ ଇସ୍ ଅଡ଼୍କିଂଙ୍କ୍ କେତ୍ତାନ୍, "ମିଡ଼୍ ବାତାଙ୍କ୍ ନେଟେତ୍ତେ ଗାରେ ନାର୍କା କେପମିନ୍ଦେଡ଼ି ? ମିଡ଼୍ ମେଣ୍ଡନ୍ଦାମ୍ ଇଲା ମାଡ଼୍କେ ନାନ୍ ମିଇକିଙ୍କ୍ ପଇତିତାନ୍।" ଆ ସମୟକନ୍ ଅଡ଼୍ ମେଣ୍ଡେ ରମାନ୍ଦିନେତାଗ୍ ୱାଡ଼ଡ଼୍ ଆତ୍ତଡ଼୍। 22 ଇଦିନାଗ୍କଞ୍ଜ୍ ନାନ୍ ଲେବିୟଡ଼୍କିଙ୍କ୍ ରମାନ୍ଦିନ୍ ପବିତ୍ର ମାଡ଼ାନ୍ ମାଇଦିଙ୍କ୍ ନିଜର ନିଜରତିଙ୍କ୍ ଶୁଚି ମାଡ଼ାନ୍ ମାଇଦିଙ୍କ୍ ନୁ ୱାସ୍ ଦୁୱାଡ଼ିସାରେ ରକ୍ଷା ମାଡ଼ାନ୍ ମାଇଦିଙ୍କ୍ ଆଦେଶ୍ ମାଡ଼୍ତାନ୍। ହୋ ନା ପରମେଶ୍ୱର, ନାନ୍' ପାକାଙ୍କ୍ ଇଦି ବା ଏର୍ରକେ ମାଡ଼୍ ନୁ ନିଜର ଦୟାତେ ଅଦିକ୍ ନାର୍ଗେତେ ନାକିଙ୍କ୍ ରକ୍ଷା ମାଡ଼୍ଡ଼େ।
23 ଆ ସମୟତେ ବା ବେନ୍ ଯିହୁଦୀୟଡ଼୍ ଅସ୍ଦୋଦିୟ, ଅମ୍ମୋନିୟ ନୁ ମୋୟାବିୟ ଦେଶୀୟା ନାଟାକିଙ୍କ୍ ପେଣ୍ଡୁଲ୍ ମାଡ଼ି ମାତ୍ତଡ଼୍, ଅଡ଼୍କିଂଙ୍କ୍ ନାନ୍ ଉଡ଼୍ତାନ୍; 24 ମେଣ୍ଡେ, ଅଡ଼୍ ପେକଡ଼୍ ବାଗାମ୍ ଅସ୍ଦୋଦୀୟ ଗଟ୍ତେ ତିରିୟା ତିରିୟି ମାଡ଼୍ତଡ଼୍ ନୁ ଯିହୁଦୀୟ ଗଟ୍ତେ ତିରିୟା ତିରିୟି ମାଡ଼ାଙ୍କ୍ ପାର୍ୱଡ଼୍ ଆତ୍ତଡ଼୍, ମାତର୍ ସାରେ ନଗର୍ତେ ଗଟ୍ ତିରିୟ୍ତଡ଼୍। 25 ଆସୁଙ୍କ୍ ନାନ୍ ଅଡ଼୍ ତଡ଼୍ କେତାକେତି ମାଡ଼୍ତାନ୍ ନୁ ଅଡ଼୍କିଂଙ୍କ୍ ଅବିଚାପ ଇତ୍ତାନ୍ ନୁ ଅଡ଼୍କିଂଙ୍କ୍ ବେନଙ୍କ୍ ରେଃତ୍ତାନ୍ ନୁ ଅଡ଼୍ କେଲ୍କିଙ୍କ୍ ତାଃକ୍ତାନ୍, ମେଣ୍ଡେ ପରମେଶ୍ୱରଦେ ପେଦେର୍ତେ ଶପତ୍ ମାଡ଼୍ନା ମାଡ଼ି କେତ୍ତାନ୍, "ମିଡ଼୍ ଅଡ୍ ମାର୍କିଡ଼୍ଙ୍କ୍ ନିଜର ନିଜରତେ ମାୟାସ୍କ୍ ଇମାଟ୍, ମେଣ୍ଡେ ନିଜର ନିଜର ମାର୍କିଡ଼୍ ମାଇଦିଙ୍କ୍ କି ନିଜରତେ ମାଇଦିଙ୍କ୍ ଅଡ଼୍ ମାୟାସ୍କିଙ୍କ୍ ନେଃମାଟ୍।" 26 ଇସ୍ରାଏଲତେ ରାଜାଲ୍ ଶଲୋମନ ବାତେ ଇସାରେ ପାଡ଼୍ୟିଦେ ପାପ୍ ମାଡ଼୍ୱ ମାତ୍ତଣ୍ଡ୍ ? ନାର୍ଗେ ଗୋଷ୍ଠିକନ୍ ଅନ୍ ଲେକାମ୍ତେ ରାଜାଲ୍ ବେନ୍ ଇଲ୍ୱେମାତ୍ତଡ଼୍ ନୁ ଅଣ୍ଡ୍ ନିଜର ପରମେଶ୍ୱରଦେ ପ୍ରିୟ ପ୍ରେମତେ ମାତ୍ତଣ୍ଡ୍, ମେଣ୍ଡେ ପରମେଶ୍ୱର ଅକିଙ୍କ୍ ସାରେ ଇସ୍ରାଏଲତେ ପର ରାଜାଲ୍ ମାଡ଼୍ତଣ୍ଡ୍; ଆଗେକ୍ବା ବିଦେଶିୟ ନାଟାକିଙ୍କ୍ ଅଙ୍କ୍କେ ପାପ୍ ମାଡ଼୍ନା ମାଡ଼୍ତା। 27 ଆସୁଙ୍କ୍ ବିଦେଶିୟ ନାଟାକିଙ୍କ୍ ପେଣ୍ଡୁଲ୍ ମାଡ଼୍ତାଙ୍କ୍ ମାନ୍ ପରମେଶ୍ୱରଦେ ବିରୁଦ୍ଦତେ ସତ୍ ମାନେମ୍ ଆସ୍ ବାଡ଼ିୟେ ପାପ୍ ମାଡ଼ାନଙ୍କ୍ ବାତେ ମାମେ ମିଇ ଗଟି କେଞ୍ଜିତମ୍ ? 28 ଆସୁଙ୍କ୍ ଇଲିୟାଶିବ ବାଡ଼୍ୟେ ଯାଜକତେ ନାତି ଯୋୟାଦ୍ତେ ଅର୍ତୁଣ୍ଡ୍ ମାର୍ ହୋରୋଣୀୟ ସନ୍ବଲ୍ଲଟ୍ତେ ଆନ୍ନେ ମାତ୍ତଣ୍ଡ୍; ଆଦିଙ୍କ୍ ନାନ୍ ଅକିଙ୍କ୍ ନିଜେତାଗାଙ୍କ୍ ତଲିତ୍ତାନ୍।
29 ହୋ ନା ପରମେଶ୍ୱର, ଅଡ଼୍କିଂଙ୍କ୍ ଏର୍ରକେ ମାଡ଼୍, ବେଲାକି ଅଡ଼୍ ଯାଜକ ପଦତିଙ୍କ୍, ମେଣ୍ଡେ ଯାଜକ ପଦତେ ନୁ ଲେବିୟଡ଼୍ ନିୟମତିଙ୍କ୍ କାର୍କେ ମାଡ଼ି ମିନ୍ଦେଣ୍ଡ୍। 30 ଇଲାନେ ନାନ୍ ଅଡ଼୍କିଂଙ୍କ୍ ବିଦେଶିୟ ସାରେତଡ଼୍କନ୍ ପବିତ୍ର ମାଡ଼୍ତାନ୍ ନୁ ସାରେ ପାଡ଼୍ୟି ଲେକାମ୍ ଯାଜକିଡ଼୍ ନୁ ଲେବିୟଡ଼୍ ପାଡ଼୍ୟି ତିଆର୍ ମାଡ଼୍ତାନ୍; 31 ମେଣ୍ଡେ, ଏଞ୍ଚତେ ସମୟତେ ୱେର୍କ୍ ନୁ ମୁନେଙ୍କ୍ ଆଦ୍ତେ କାୟା ଉପହାରଦେ ମାଇଦିଙ୍କ୍ ନାରୁଙ୍କ୍ ହେଞ୍ଚ୍ତାନ୍। ହୋ ନା ପରମେଶ୍ୱର, ସାୟେତ୍ ମାଇଦିଙ୍କ୍ ନାକିଙ୍କ୍ ଏର୍କେମାଡ଼େ।