11 ଯଦି ଇଦ୍ଲେକାମ୍ ସାରେ ବିଷୟ ଦସଂ ଆଦ୍ତା, ଆଲେକ୍ ଆଲ୍ସୁଡ଼ାଟ୍, ମିୟାଦ୍ ବେସତ୍ ଜିୱୁଣ୍ଡ୍ ଆଦାନ୍ ଦର୍କାର୍ । ଆଦ୍ ପବିତ୍ର ନୁ ଇଶ୍ୱର୍ତେ ମୁନେ ଉତ୍ସର୍ଗ ଆଦାନାଦ୍ ନିୟାତି ଦର୍କାର୍ । 12 ମିଡ଼୍ ପ୍ରବୁନ୍ ଦିନାମ୍ତିଙ୍କ୍ କେପି ମାନ୍ଦାନ୍ ୱେଲେ, ଆଦ୍ ବେଲାନ୍ ଜାପେ ୱାଦ୍ତେ, ଆଦିନ୍ ସେଙ୍ଗେ ନିଜେତିଙ୍ଗ୍ ତିଆର୍ ମାଡ଼ାଟ୍ । ଆଦ୍ ଦିନେ ମୟଲ୍ କାର୍ୱି ଦ୍ୱଂସ ଆଦ୍ତା । ମୟଲ୍ତେ ଗ୍ରହ ଉକାକ୍ ଗାଟି କାମ୍କେତେ ଉଡ଼୍ୟି ଆଦ୍ତା । 13 3:୧3 ପ୍ରକାଶିତ୍ ବାକ୍ୟ ୨୧:୧.କିନ୍ତୁ ମାମେ ଇଶ୍ୱର୍ତେ ତିଆର୍ ମାଡ଼ିମାନ୍ଦାନ୍ ୱେରଡ଼୍ ପୁନେ ମୟଲ୍ ନୁ ପୁନେ ପୃତିବିତାଗ୍ ମିନ୍ଦେଡ଼୍ । ଆଗେ ଦାର୍ମାମ୍ ନାରୁଡ଼୍ ମାନ୍ଦାନ୍ ପଡ଼୍ୟେ ଆଦ୍ତେ ।