12 ବାବାଲ୍ ଇଶ୍ୱର ୱେସିନ୍ ରାଜ୍ୟତାଗ୍ ତାନ୍ ନାରୁଡ଼୍ ସେଙ୍ଗେ ବାତ୍ ଲେକେତ୍ ନେଃଏତଣ୍ଡ୍, ଆଦିନ୍ ବାଗିଦାର୍ ଆଦାନ୍ ସେଙ୍ଗେ ଅଣ୍ଡ୍ ଯେ ମିକିଙ୍କ୍ ଯୋଗ୍ୟ ମାଡ଼୍ତନ୍, ଅଦିନ୍ ସେଙ୍ଗେ ୱେଡ଼୍କେତେ ଅଙ୍କ୍ ଦନ୍ୟବାଦ୍ ଇମୁଟ୍ । 13 ଅଣ୍ଡ୍ ଇକାଡ଼୍ ଶକ୍ତିତାଗାଙ୍କ୍ ମାନାଙ୍କ୍ ରକ୍ଷା ମାଡ଼୍ତନ୍ ନୁ ବିପଦ୍ ଇଲ୍ୱେ ଜାଗେତାଗ୍ ମାନାଙ୍କ୍ ତାନ୍ ପ୍ରିୟ ପ୍ରେମ ମାରିନ୍ ରାଜ୍ୟତାଗେ ତାତ୍ତନ୍ । 14 ୧:୧୪ ଏଫିସିୟ ୧:୭.ଆ ମାରିନ୍ ତଡ଼୍ ମାନାଡ଼୍ ମୁକ୍ତି ଆତ୍ତାଡ଼୍, ଇତ୍କେ ମାନାଦ୍ ପାପ୍ କ୍ଷମା ଆତ୍ତେ ।
କ୍ରିଷ୍ଟ ନୁ ଅନ୍ୱାଦ୍ କାମ୍
15 କ୍ରିଷ୍ଟ, ତନ୍ଦ୍ଇଲ୍ୱେ ଇଶ୍ୱର୍ତେ ତନ୍ଦାନ୍ ରୁପ ଲେକାମ୍ । ଅଣ୍ଡ୍ ମୁନେଙ୍କ୍ ପୁଟ୍ତେ ମାର୍ ନୁ ସାରେ ସୃଷ୍ଟିତାଗାଙ୍କ୍ ଅଣ୍ଡ୍ ବାଡ଼୍ୟଣ୍ଡ୍ । 16 ବାତେଙ୍କ୍ଇତ୍କେ ଅନ୍ତଡ଼୍ ଇଶ୍ୱର୍ ସ୍ୱର୍ଗତାଗ୍ ନୁ ପୃତିବିତାଗ୍ ସାରେ ଦୃଶ୍ୟ ନୁ ଆଦୃଶ୍ୟ ଜିନିଷ୍, ତେର୍ୱେ ଲେକାତ୍ ନାର୍ଗେଶକ୍ତି, କର୍ତ୍ତାଲଡ଼୍, ଶାସନ୍ ମାଡ଼ାନଡ଼୍ ନୁ ସାରେତଡ଼୍ ଅଦିକାରିଡ଼୍କ୍ ତିଆର୍ ମାଡ଼୍ତନ୍ । ଅନ୍ ତଡ଼୍ ନୁ ଅନ୍ ସେଙ୍ଗେ ଇଶ୍ୱର୍ ସାରେ ବିଶ୍ୱତିଙ୍କ୍ ତିଆର୍ ମାଡ଼୍ତନ୍ । 17 ସାରେ ବିଷୟ ତିଆର୍ତେ ମୁନେଙ୍କେ ଅନାଦ୍ ଅସ୍ତିତ୍ୱ ମାତ୍ତେ ନୁ ଅନ୍ ତଡ଼୍ କାଇଲାନ୍ ପେର୍କେ ସାରେ ବିଷୟ ନିଜର୍ ତିଆର୍ତେ ଜାଗାନାଗ୍ ବେଗେତାୱୁ ଆଗେ ମାତ୍ତା ।