1 ମେଣ୍ଡେ, ନିମେ ଲେୟନ୍ ସମୟତେ ନିଜର ସୃଷ୍ଟିକର୍ତ୍ତାଙ୍କ୍ ଏର୍କେ ମାଡ଼ା; ବେଲାକି କାରାପ୍ ସମୟ ୱାସମିନ୍ଦେ, ବେନ୍ସାରେ ୱାଡ଼୍ସେତେ ନିମେ କେତିତିନ୍, "ଇୱୁ ସାରେତାଗ୍ ନାୟାଦ୍ ବାତେ ସୁକାମ୍ ଇଲେ, ଆୱୁସାରେ ବର୍ଷ ଗାରେ ଏୱୁସମିନ୍ଦେ ।" 2 ଆ ସମୟତେ ପଡ଼୍ଦ୍ ନୁ ୱେସ୍, ନେଲ୍ଞ୍ଜ୍ ନୁ ଉକାକ୍ ଇକାଡ଼୍ ଆଦ୍ତା, ମେଣ୍ଡେ ୱାର୍ସାମ୍ ୱାତ୍ତେ ପେର୍କେ ମେଣ୍ଡନ୍ଦାମ୍ ମାବ୍ ପୟିତିତ୍; 3 ଆ ଦିନେ ଲନ୍ କେପାନଡ଼୍ ୱାଡ଼୍କିତଡ଼୍ ନୁ ଶକ୍ତିମାନ୍ଦାନ୍ ନାରୁଡ଼୍ ନିଜେ ମଦଲ୍ ଆଦ୍ତଡ଼୍ ନୁ ନରାନାୱୁ ସୁକୁକ୍ ଆୟିନାଙ୍କ୍ ୱିଡ଼୍ସି ଆତ୍ତା, ମେଣ୍ଡେ ଜରକାତାଗ୍ ଉଡାନାୱୁ ଇକାଡ଼୍ତାଗ୍ ରାଲିତା; 4 ନୁ ଆର୍ଦେ ପାକେ ଦୁୱାଡ଼୍ ବନ୍ଦ ଆଦ୍ତେ, ଆଦ୍ ସମୟତେ ନରାନାଦ୍ ଲେଙ୍ଗ୍ କମ୍ ଆଦ୍ତେ, ମେଣ୍ଡେ ପିଟେନ୍ ମରେତେ ନାରୁଡ଼୍ ତେଦିତଡ଼୍ ନୁ ଡଲା ପେଞ୍ଚାନାୱୁ ପିକି କମ୍ ଆଦ୍ତା; 5 ମେଣ୍ଡେ, ଅଡ଼୍ ଡେଙ୍ଗ୍ ମାନ୍ଦାନ୍ ପଡ଼ିୟେ ବିଷୟତେ ୱେର୍ଦ୍ତଡ଼୍; ନୁ ଆର୍ଦାଗ୍ ବିପଦ୍ ଆଦ୍ତଡ଼୍; ମେଣ୍ଡେ, ବାଦାମ୍ ପଦ୍ଲେ ପୁଙ୍ଗାର୍ ଆଦ୍ତେ ନୁ ଇଟେମ୍ ନିଜର ବଜ୍ତେ ଗାଟି ବଜ୍ଆସ୍ ନୁ କାମ୍ ୱିଡ଼୍ସି ଆତ୍ତେ; ବାତେଙ୍କ୍ଇତ୍କେ ନାରୁଡ଼୍ ନିଜର ସାରେ ଦିନାତେ ପଡ଼୍ୟେତାଗ୍ ଆଦ୍ତଡ଼୍ ନୁ ଦୁଃକଆଦାନଡ଼୍ ଆର୍ଦାଗ୍ ଉଡିତଡ଼୍; 6 ଆ ସମୟତେ ରୂପାତେ ତାର୍ ଦୁଙ୍କା ଦୁଙ୍କା ଆସ୍ ତେଗି ଆଦ୍ତେ, ସୁନାତେ ଗିନେ ଉର୍ଙ୍ଗି ଆଦ୍ତେ, ମାଣ୍ଡଲ୍ତେ କୁଣ୍ଡେ ଏର୍ଦେ ଗୁଣ୍ଡାଲ୍ ଆଦ୍ତେ ନୁ କୁୟିଦାଗ୍ ଲାଗାନାଦ୍ଚକ୍ର ଉର୍ଙ୍ଗିତ୍; 7 ମେଣ୍ଡେ, ଦୁମ୍ ମୁନେତ୍ ଲେକାମ୍ ନେଲ୍ କାୟ୍ଲିତ୍, ମେଣ୍ଡେ ଆତ୍ମାଦାତାଲ୍ ପରମେଶ୍ୱର୍ଦେ ଗାରେ ଆତ୍ମା ମାଲ୍ସ୍ ଆଦ୍ତେ । 8 ଶିକ୍ଷା ଇଦାନଡ଼୍ କେତିତଡ଼୍, "ବେକାର୍ତେ ବେକାର୍, ସାରେ କେ ବେକାର୍ ।"
9 ମେଣ୍ଡେ, ଶିକ୍ଷା ଇଦାନନ୍ ଜ୍ଞାନବାନ୍ ଆତ୍ତାଙ୍କ୍ ନାରୁଡ଼ାଦ୍ ସାରେ ଜ୍ଞାନ ଶିକ୍ଷା ଇତ୍ତେ; ମେଣ୍ଡେ, ଆଦ୍ ଏର୍କେ ନୁ ମେଃକି ନାର୍ଗେ ହିତୋପଦେଶ ଲେକାମ୍ ନାର୍ଗେ ପାଡ଼୍ୟି ଅନୁସାର୍ତେ ନେଃତ୍ତତେ । 10 ଶିକ୍ଷା ଇଦାନଣ୍ଡ୍ ମାନ୍ତେ ବାକ୍ୟ ନୁ ବାତେ ଲେକେତ୍ ଲେକା ଆତ୍ତେ, ଆ ନିଜାମ୍ତେ ବାକ୍ୟ ପାହେମ୍ ଆଦାଙ୍କ୍ ମେଃକ୍ତଡ଼୍ । 11 ଜ୍ଞାନବାନ୍ତେ ବାକ୍ୟସାରେ କୟେଡୁଡ୍ ଇନା ନୁ ଶାସନ୍ମାଡ଼ାନଡ଼୍ ବାକ୍ୟ ଢ଼ାଟାମ୍ ଲୁହା କୟେ ଇନା, ଆୱୁସାରେ ଅଣ୍ଡୟ୍ ପାଲକ୍ନଡ଼୍ ଢ଼ାଟାମ୍ ଆସମିନ୍ଦେ । 12 ମେଣ୍ଡେ, ହୋ ନା ମାର୍, ମିଡ଼୍ ନା ଶିକ୍ଷା ନେଃମୁଟ୍; ନାର୍ଗେ ବଇ ଲେକାନାୱୁ ଶେଷ ଆୟ; ମେଣ୍ଡେ, ନାର୍ଗେ ନାଡ଼୍ସାନାଦ୍ ମେନ୍ଦୁଲ୍ତେ ସେଙ୍ଗେ ଆୟ୍ତେ ଲେକାମ୍ । 13 ମାରେଙ୍କ୍ତେ ଗଟି ଇୱୁ; ସାରେ କେଞ୍ଜି ଆସମିନ୍ଦେ; ପରମେଶ୍ୱର୍ତିଙ୍କ୍ ୱେର୍ମୁଟ୍ ନୁ ଅନ୍ ଆଜ୍ଞାସାରେ ପାଲନ ମାଡ଼ାଟ୍; ବାତେଙ୍କ୍ଇତ୍କେ ଇଦ୍ କେ ନାରୁଡ଼ାଦ୍ ସାରେ ବେଡ଼ିୟାୱୁ ପାଡ଼ିୟ୍ । 14 ବେଲାକି ପରମେଶ୍ୱର ସାରେ ପାଡ଼୍ୟି, ମେଣ୍ଡେ ସାୟେ କି କାରାପ୍ ସାରେ ମିଞ୍ଜ୍ତେ ବିଷୟ ବିଚାରତାଗ୍ ତାତିତଡ଼୍ ।