1 ତାନ୍ପେର୍କେ ନାନେ ମାଲ୍ସ୍ ପଡ଼ଦ୍ତେ ମଦଲ୍ ମାଡ଼୍ତେ ଅନ୍ୟାୟ୍ ସାରେ ଉଡ଼୍ତାନ୍; ମେଣ୍ଡେ ଉଡ଼ା, କାରାପ୍ ପାଏମ୍ଆତ୍ତେ ନାରୁଡ଼୍ କେୟିତଡ଼୍ ନୁ ଅଡ଼ାଦ୍ ସାନ୍ତନାରୁଣ୍ଡ୍ ବେନ ଇଲାଣ୍ଡ୍; ମେଣ୍ଡେ, ଅଡ଼୍ ଅତ୍ୟାଚାରିଡ଼ି ପାକେ ଶକ୍ତିମିନ୍ଦେ; ମାତର୍ କାରାପ୍ ପାହେମ୍ ଆତ୍ତେ ନାରୁଡ଼୍ ସାନ୍ତନାରୁଣ୍ଡ୍ ବେନ ଇଲାଣ୍ଡ୍ । 2 ଇଦିନ୍ ମାଇଦିଙ୍କ୍ ନାନେ ଇଞ୍ଜେ ଜିଉନ୍ ମାନ୍ଦାନ୍ ନାରୁଡ଼୍କ୍ ୱିଡ଼୍ସି ଇଦିନ୍ ମୁନେଙ୍କ୍ ଡଲ୍ତେନଡ଼୍କ୍ ଅଦିକ୍ ସାରେଦା ମାଡ଼୍ତାନ୍; 3 ମାତର୍ ବେନ୍ ନାରୁଣ୍ଡ୍ ନେଣ୍ଡ୍ ଆଇନା ଜନମ୍ ଆୟଣ୍ଡେ ନୁ ପଡ଼ଦ୍ତେ ମଦଲ୍ ମାଡ଼୍ତେ କାରାପ୍ କାମ୍ ଉଡ଼ଣ୍ଡ୍, ଅଂକିଙ୍କ୍ ନାନେ ଆ ଇର୍ୱୁଡ଼୍ ଲପେଙ୍କ୍ ନାନେ ଅଦିକ୍ ସାୟେ ଇଞ୍ଜ ଆଲ୍ସ୍ତାନ୍ । 4 ଆସୁଟ୍ ନାନେ ସାରେ ତିପାଲ୍ତେ ନୁ ସାରେ ଦକ୍ଷତେ ପାଡ଼ିୟ୍ ଉଡ଼୍ତାନ୍ ଜେ, ଆଦିନ୍ ସେଙ୍ଗେ ନାରୁଣ୍ଡ୍ ନିଜର୍ ଗାରେତ୍ ନାରୁଙ୍କ୍ କପାମ୍ ଆଦ୍ତଣ୍ଡ୍ । ଇଦେକେ ବେକାର୍ ନୁ ଗାଲ୍ଦେ ପେର୍କେମିରାନ୍ ଲେକାମ୍ । 5 ମୁର୍କ ନିଜର୍ କାଇ ଅଣ୍ଡୟ୍ଆଗେ ମୁଟ୍ ମାଡ଼ି ନିଜର୍ ଆୱ୍ଙ୍ଗ୍ ତିନ୍ଦ୍ତଣ୍ଡ୍। 6 ତିପାଲ୍ ନୁ ଗାଲ୍ଦେ ପେର୍କେମିରାନ୍ ୱିଡ଼୍ସି ରେଣ୍ଡ୍ ମୁଟା ୱିଡ଼୍ସି ଶାନ୍ତିତଡ଼୍ ଅଣ୍ଡୟ୍ ମୁଟ୍ ସାୟେ। 7 ଆସୁଟ୍ ନାନେ ମାଲ୍ସ୍ ପଡ଼ଦ୍ତେ ମଦଲ୍ ବେକାର୍ ଉଡ଼୍ତାନ୍ । 8 ବେନ୍ବା ନାରୁଣ୍ଡ୍ ୱେରଣ୍ଡ୍ ମାନ୍ତ୍ତଣ୍ଡ୍ ନୁ ଅଙ୍କ୍ ୱିଡ଼୍ସି ଦ୍ୱିତିୟ ବେନ ଇଲେଣ୍ଡ୍; ଆଗେକ୍ବା ତାନ୍ ମାର୍କ୍ କି ତାମୁଣ୍ଡ୍ ଇଲେଣ୍ଡ୍; ଆଗେକ୍ବା ତାନ୍ ସାରେ ତିପାଲ୍ତେ ସାନ୍ଦ୍ ଇଲା, ବା ଦନ୍ତାଗେ ତାନ୍ କଣ୍ଡା ପାଞ୍ଜ । ଅଣ୍ଡ୍ କେତୁତଣ୍ଡ୍, ଆସୁଟ୍ ନାନେ ବେନନ୍ ମାଇଦିଙ୍କ୍ ତିପାଲ୍ ଆଦୁତାନ୍ ନୁ ନିଜର୍ ଜିଉନ୍ତିଙ୍କ୍ ସୁକାମ୍କଞ୍ଚ୍ ଗେଲ୍ସି ମିନ୍ଦେଣ୍ଡ୍ ? ଇଦେକେ ବେକାର୍ ନୁ ଗାଟି କଷ୍ଟ ଲେକାମ୍ । 9 ୱେରଙ୍କ୍ ୱିଡ଼୍ସି ଇର୍ୱୁଡ଼୍ ସାୟେ, ବାତେଙ୍କ୍ଇତ୍କେ ଅଡ଼୍ ନିଜର୍ ନିଜର୍ ତିପାଲ୍ତେ ସାୟେତ୍ କାୟା ପାହେମ୍ ଆଦ୍ତଡ଼୍ । 10 ଅଡ଼୍ ରାଲ୍କେ, ୱେରଣ୍ଡ୍ ନିଜର୍ ତଡ଼୍ଦାଦିଙ୍କ୍ ତେତିତଣ୍ଡ୍; ମାତର୍ ବେନ ରାଲାନ୍ ୱେଲେ ୱେରଣ୍ଡ୍ ମାନ୍ତ୍ତଣ୍ଡ୍ ନୁ ବେନଙ୍କ୍ ତେତାନ୍ ମାଇଦିଙ୍କ୍ ୱେର୍ଅର୍ତୁଣ୍ଡ୍ ଇଲକଟ ମାନ୍ତଣ୍ଡ୍, ଅଣ୍ଡ୍ ଅବିସାପ୍ ପାହେମ୍ ଆତ୍ତେ ନାରୁଣ୍ଡ୍ । 11 ମେଣ୍ଡେ, ଇର୍ୱୁଡ଼୍ ଅଣ୍ଡୟାଗେ ଉଞ୍ଜ୍କେ କାମ୍କେଆଦ୍ତଡ଼୍; ମାତର୍ ୱେରଣ୍ଡ୍ ବେଦ୍ପୁଟୁଙ୍କ୍ କାମ୍କେ ଆଦ୍ ପାର୍ଦ୍ତଣ୍ଡ୍ ? 12 ବେସୁଙ୍କ୍ ବେନ ୱେରଣ୍ଡ୍ ମାନ୍ଦାନ୍ ନାରୁଙ୍କ୍ ଆରା ମାଡ଼ିତଣ୍ଡ୍, ଆଲାଇତ୍କେ ଇର୍ୱୁଡ଼୍ ଅଂକିଙ୍କ୍ ଦମ୍କା ମାଡ଼ିତଡ଼୍; ମେଣ୍ଡେ, ମୁଣ୍ଡ୍ ମାଡ଼୍ତେ ମାନ୍ଦାନ୍ ନଡ଼େ ସିଟ୍ପାଟ୍ ତେଗ । 13 ବେନ ମୁୟ୍ତଣ୍ଡ୍ ନୁ ମଣ୍ଡି ରାଜାଲ୍ ମେଣ୍ଡେ ବେନ୍ ପରାମର୍ଶ ଗ୍ରହଣ ମାଡ଼ାନଙ୍କ୍ ପୁନଣ୍ଡ୍, ଆଦିଙ୍କ୍ ଆନ୍ ଗରିବ୍ ନୁ ଜ୍ଞାନି ପେକାଲଡ଼୍ ସାୟେ । 14 ବାତେଙ୍କ୍ଇତ୍କେ ଅଣ୍ଡ୍ ରାଜାଲ୍ ଆଦାନ୍ ମାଇଦିଙ୍କ୍ ତାନାତାଗାଙ୍କ୍ ବାୟ୍ଦେ ପେଇସ୍ ୱାତ୍ତଣ୍ଡ୍; ମେଣ୍ଡେ, ଅଣ୍ଡ୍ ଅନ୍ ରାଜ୍ୟତାଗେ ଗରିବ୍ଆସ୍ ଜନମ୍ ଆସ୍ ମାତ୍ତଣ୍ଡ୍ । 15 ନାନେ ପଡ଼ଦ୍ତେ ମଦଲ୍ ଉଡାନ୍ ସାରେ ପ୍ରାଣିକିଙ୍କ୍ ଉଡ଼୍ତାନ୍ ଜେ, ଅଡ଼୍ ଆ ଲେୟନ୍ ବେନ୍ ଦ୍ୱିତୀୟ ନାରୁଣ୍ଡ୍ ଇଦିନ୍ ପଡ଼୍ୟେତାଗେ ତେଦ୍ତେ, ଅଣ୍ଡ୍ ତାନ୍ ତଡ଼୍ଦଣ୍ଡ୍ । 16 ଅଣ୍ଡ୍ ବେନଡ଼୍ ସେଙ୍ଗେ ବେଡ଼ିୟଣ୍ଡ୍ ଆତ୍ତେ, ଆ ନାରୁଡ଼୍ ଲେକ୍ପାର୍ୱେ ଲେକାମ୍; ଆଗେକ୍ବା ବବିଷ୍ୟତେ ୱାସମାନ୍ଦାନ୍ ପିଲୁଡ଼୍ ଅନାଗେ ସାର୍ଦେ ମାଡ଼ଡ଼୍ । ନିଜାମ୍ ଇଦେକେ ବେକାର୍ ନୁ ଗାଲ୍ଦେ ପେର୍କେ ମିରାନ୍ ଲେକାମ୍ ।
Publicidade
Publicidade