11 ଇତ୍କେ ଇଞ୍ଜେ ମାମ୍ ବେନ୍ ସାୟେ ବିଷୟ ଦର୍କସ୍ତମ୍, କ୍ରିଷ୍ଟ ଆୱସାର୍ରେତାୱିନ୍ ବାଡ଼ିୟା ପୁଜାରି ଇନା ୱାସ୍ମିନ୍ଦେନ୍ । ଅଣ୍ଡ୍ ବେନ୍ ଉପାସନା ତମ୍ବୁତାଗ୍ ପାଡ଼୍ୟି ମାଡ଼ୁତଣ୍ଡ୍, ଆଦ୍ ଶ୍ରେଷ୍ଟ ନୁ ଗାଟି ପବିତ୍ର । ଆଦ୍ ନାରୁଡ୍ ମାଡ଼୍ତାଦ୍ ଆୟ । ଆଦ୍ ଇଦ୍ ବୁମ୍ତାଗ୍ ଅରଟ୍ ଦୁଡ଼େ ଆୟ । 12 କ୍ରିଷ୍ଟ ଆ ତମ୍ବୁତାଲେ ଆ ବେଡ଼ିୟଡ଼୍ ପବିତ୍ର ବେଦିତାଗ୍ ଅଣ୍ଡୟ୍ଦାମ୍ ନେଙ୍ଗାନ୍ୱେଲେ ଆଗା ବଲି ଇଦାନ୍ ମାଇଦିଙ୍କ୍ ମେକା ନୁ ପେୟେ ନେତୁର ଆସ୍ ଆନୱେ ମାତ୍ତଣ୍ଡ୍ । ଅଣ୍ଡ୍ ମାନାଙ୍ଗ୍ ତାନ୍ ନିଜର୍ ନେତୁର ଇସ୍ ସାରେଦିନେତ୍ ମାଇଦିଙ୍କ୍ ଗେଲ୍ସ୍ପିତଣ୍ଡ୍ ।