21 ବାବାଲ୍ ବେଦ୍ପୁଟୁଙ୍କ୍ ଡଲି ମାନ୍ଦାନଡ଼୍କିଙ୍କ୍ ତେୟ୍ସ୍ମେଣ୍ଡେ ଜିୱୁ ମାଡ଼ିତନ୍, ଆଦେ ରକମ୍ ମାର୍ଆନ୍ତେ ବେନ୍ ବେନଙ୍କ୍ ଇଚ୍ଛା ମାଡ଼ିତନ୍, ଅଡ଼୍କିଂଙ୍କ୍ ଜିୱୁ ମାଡ଼ିତନ୍ । 22 ମେଣ୍ଡେ, ବାବାଲ୍ ଆନ୍ତେ ବେନନାଦ୍ ବିଚାର୍ ମାଡ଼ଣ୍ଡ୍, ବିଚାର୍ ମାଡ଼ାନ୍ ମାଇଦିଙ୍କ୍ ଅଣ୍ଡ୍ ମାର୍ଦିଙ୍କ୍ ସାରେ ଅଦିକାର୍ ହିଦ୍ତଣ୍ଡ୍, ବେଲା ମାର୍ଦିଙ୍କ୍ ସନ୍ମାନ୍ ମାଡ଼ିତଡ଼୍ । 23 ବେନ ମାର୍ଦିଙ୍କ୍ ସମ୍ମାନ୍ ମାଡ଼ଣ୍ଡ୍, ଅଣ୍ଡ୍ ଅନ୍ୱାଦ୍ ମାଲ୍ସ୍ୱାଦାନ୍ ବାବାଙ୍କ୍ ଆନ୍ତେ ସମ୍ମାନ୍ ମାଡ଼ଣ୍ଡ୍ ।"
24 "ସତ୍ ନାନ୍ ମିକିଂଙ୍କ୍ କେତୁତାନ୍, ବେନ ନା ବାକ୍ୟ କେଞ୍ଜି ନା ପ୍ରେରଣାକର୍ତ୍ତାଙ୍କ୍ ବିଶ୍ୱାସ୍ ମାଡ଼ିତନ୍, ଅଣ୍ଡ୍ ସାରେଦିନାତ୍ ଜିୱୁନ୍ ଦର୍ସିକି ମିନ୍ଦେଣ୍ଡ୍, ମେଣ୍ଡେ ଅଣ୍ଡ୍ ବିଚାରିତ ଆୟ୍ୟକଟ ବେଲାନ୍ ଡଲାନାଦିଙ୍କ୍ ମେଣ୍ଡନ୍ରକମ୍ ଆସ୍ ଜିୱୁନ୍ତାଗ୍ ନେଙ୍ଗି ମିନ୍ଦେଣ୍ଡ୍ । 25 ସତ୍ ନାନ୍ ମିକିଂଙ୍କ୍ କେସମିନ୍ଦେନ୍, ହିସତ୍ ଦିନାମ୍ ୱାସମିନ୍ଦେ, ମେଣ୍ଡେ ଇଞ୍ଜେକ୍ ମିକା ହେୱ୍ସ୍ ମିନ୍ଦେ, ବେନ୍ ଦିନାମ୍ ତେ ଡଲ୍ତେନଡ଼୍ ଇଶ୍ୱର୍ତେ ମାର୍ଦେ ଲେଙ୍ଗ୍ କେଞ୍ଜିତଡ଼୍ ନୁ ବେନଡ଼୍ କେଞ୍ଜିତଡ଼୍, ଅଡ଼୍ ଜିୱୁନ୍ ଆଦ୍ତଡ଼୍ । 26 ବାତେଙ୍କ୍ ଇତ୍କେ ବାବାଲ୍ ବେଦ୍ପୁଟୁଙ୍କ୍ ଜିୱୁଣ୍ଡ୍ତାଦ୍ ୱେଡ଼୍କେ, ଆଦେପୁଟୁଙ୍କ୍ ମାର୍ଦିଙ୍କ୍ ଆନ୍ତେ ଜିୱୁଣ୍ଡ୍ତାଦ୍ ୱେଡ଼୍କେ ଆତ୍ତାଙ୍କ୍ ହିଦ୍ତଣ୍ଡ୍ । 27 ମେଣ୍ଡେ, ଅଣ୍ଡ୍ ନାରୁନ୍ପିଲେ ଆତ୍ତାଙ୍କ୍ ଅଣ୍ଡ୍ ଅଂକିଙ୍କ୍ ବିଚାର୍ ମାଡ଼ାନ୍ ଅଦିକାର୍ ହିତ୍ତଣ୍ଡ୍ । 28 ହିସର୍ତେ ଦାଦ୍ରେଲ୍ମାଟ୍, ବାତେଙ୍କ୍ ଇତ୍କେ ଦିନାମ୍ ୱାଦୁତେ ବେସୁଟ୍ ଡଲ୍ତେନଡ଼୍ ସାରେତଡ଼୍ ଅନ୍ୱାଦ୍ ଲେଙ୍ଗ୍ କେଞ୍ଜିତଡ଼୍, 29 ମେଣ୍ଡେ ଅଡ଼୍ ସମାଦିକନ୍ସ୍ ତେଦିତଡ଼୍, ବେନଡ଼୍ ଲେକେତ୍ ପାଡ଼୍ୟି ମାଡ଼ିମିନ୍ଦେଡ଼୍ ଅଡ଼୍ ମେଣ୍ଡଅନ୍ଦାମ୍ ତେଦି ଜିୱୁଣ୍ଡ୍ ଆଦ୍ତଡ଼୍ । କାରାପ୍ ପାଡ଼୍ୟି ମାଡ଼୍ତେନଡ଼୍ ମେଣ୍ଡନ୍ନ୍ଦାମ୍ ତେଦିତଡ଼୍ ନୁ ଦଣ୍ଡ୍ ଦର୍କିତ୍ ।"
30 "ନାନ୍ ନିଜେ କ୍ଷମତାତାଗାଙ୍କ୍ ବାତେଏ ମାଡ଼େପାର୍ୱଣ୍ଡ୍; ମାତର୍ ଇଶ୍ୱର୍ତେ ଗଟ୍ ଲେକାମ୍ତେ ନାନ୍ ବିଚାର୍ ମାଡ଼ିତାନ୍, ମେଣ୍ଡେ ନାୟାଦ୍ ବିଚାର୍ ଟିକ୍, ବାତେଙ୍କ୍ ଇତ୍କେ ନାନ୍ ନିଜ୍ତେ ଇଚ୍ଛା ସାଦନ୍ ମାଡ଼ାଙ୍କ୍ ଚେଷ୍ଟା ମାଡ଼କଟ୍ ନା ପ୍ରେରଣାକର୍ତ୍ତାନ୍ ଇଚ୍ଛା ସାଦନ୍ ମାଡ଼ାଙ୍କ୍ ଆଲ୍ସି ମାଡ଼ିତାନ୍ ।"
31 "ଯଦି ନାନ୍ ନିଜର୍ ବିଷୟ୍ତେ ନିଜେ ସାକ୍ଷ୍ୟ ହିଦ୍ତାନ୍, ଆଲାଇତ୍କେ ନା ସାକ୍ଷ୍ୟ ସତ୍ ପ୍ରମାନିତ୍ ଆୟ୍ୟ ।