ଜିସୁନାଦ୍ ବାପ୍ତିସ୍ମ ଆଦାନାଦ୍ ନୁ ପରିକ୍ଷା ମାଡ଼୍ତଣ୍ଡ୍
9 ଆଦ୍ ସମୟ୍ତେ ଜିସୁ ଗାଲିଲୀ ପ୍ରଦେଶ୍ତେ ନାଜରିତିୟ ତାଗାଙ୍କ୍ ୱାସ୍ ଯୋହନ୍ ତଡ଼୍ ଯର୍ଦ୍ଦନ୍ ବେଡ଼େମ୍ତାଗ୍ ବାପ୍ତିସ୍ମ ଅତ୍ତନ୍ । 10 ଜିସୁ ଏର୍ଦାଗାଙ୍କ୍ ତେଦି ୱାଦାନ୍ ୱେଲେ ଉଡ଼୍ତନ୍, ସ୍ୱର୍ଗ କୁଲାଆସ୍ ନୁ ପରମାଆତ୍ମା ପାର୍ୱା ରକମ୍ ଅନ୍ ପରୁ ଡ଼ିଗ୍ତେ ।