ଯିରୁଶାଲେମ୍ତାଗ୍ ଜିସୁ ଆଦାନାଦ୍
1 ଅଡ଼୍ ଯିରୁଶାଲାମ୍ତେ ଗାରେ ଏୱ୍ସ୍ ବେତ୍ପାଗୀ ନୁ ବେତାନି ନାର୍ଦେ ପରୁତ୍ ପାକେ ମାନ୍ଦାନ୍ ଜିତମେଟେତ୍ ଗାରେ ଏୱ୍ତଡ଼୍ । ଜିସୁ ତାନ୍ ଇର୍ୱୁଡ଼୍ ଶିଷ୍ୟଡ଼୍କିଙ୍କ୍ ନିର୍ଦେଶ୍ ଇସ୍ ମୁନେଙ୍କ୍ ରୟ୍ସ୍ କେସ୍ମାତ୍ତଣ୍ଡ୍, 2 "ମୁନ୍ ମାନ୍ଦାନ୍ ନାର୍ କି ନାଗ୍ ଆନୁଟ୍, ଆଗେ ଏୱ୍କେ ବେନ ବେସୁଙ୍କ୍ ତାରକଟ ମାନ୍ଦାନ୍ ଅଣ୍ଡୟ୍ ଗଦ ପିଲ୍ତିଙ୍କ୍ ତହ୍ସ୍ ମାନ୍ଦାନାଦ୍ ଉଡ଼ିତିଡ଼୍, ତାଙ୍କ୍ ଲେୟ୍ସ୍ ନା ଗାରେ ପୟ୍ସ୍ ତାଡ଼ାଟ୍ । 3 ‘ବାତେଙ୍କ୍ ଇଦ୍ ମାଡ଼ୁତିଡ଼୍’ ଇଞ୍ଜ ବେନ ଯଦି ପାଚାରା ମାଡ଼୍ କ; ଅଂକିଙ୍କ୍ କେତିତିଡ଼୍, ‘ଗୁରୁଙ୍କ୍ ଦର୍କାର୍ ମିନ୍ଦେ ନୁ ସିଟ୍ପାଟ୍ ଆଦିଙ୍କ୍ ମାଲ୍ପିଦ୍ତଡ଼୍ ।’" 4 ଅଡ଼୍ କେତ୍ତେ ନାର୍ ଆଞ୍ଜ୍ ଉଡ଼୍ତଡ଼୍ ଅଣ୍ଡୟ୍ ଗଦ ପିଲ୍ ନାର୍ଦେ ଦୁୱାଡ଼୍ତାଗ୍ ଅଣ୍ଡୟ୍ ଆର୍ଦାଗ୍ ତହ୍ସ୍ ମିନ୍ଦେଡ଼୍ । 5 ଆଦିଙ୍କ୍ ଲେତାନ୍ୱେଲେ ଗାରେ ନିସ୍ ମାନ୍ଦାନ୍ ବେସ୍କ୍ ତଡ଼୍ କେତ୍ତଡ଼୍, "ବାତ୍ ମାଡ଼ୁତିଡ଼୍, ଗଦ ପିଲ୍ତିଙ୍କ୍ ଲେତୁତିଡ଼୍ ବାତେଙ୍କ୍ ?"
6 ଜିସୁ କେସ୍ମାନ୍ଦାନ୍ ଲେକାମ୍ ଶିଷ୍ୟଡ଼୍ ଉତ୍ତର୍ ଇତ୍ତଡ଼୍ ନୁ ନାର୍ଦେନଡ଼୍ ଅଡ଼୍କିଂଙ୍କ୍ ୱିଡ଼୍ସିତ୍ତଡ଼୍ । 7 ଶିଷ୍ୟଡ଼୍ ଗଦ ପିଲ୍ତିଙ୍କ୍ ତାସ୍ ମେନ୍ଦୁଲ୍ତାଗ୍ ନିଜର୍ ସିଲେ ତାରିତ୍ତଡ଼୍ ନୁ ଜିସୁ ତାନ୍ ପର କୁଦ୍ତଣ୍ଡ୍ । 8 ବେସ୍କ୍ତଡ଼୍ ଆର୍ଦେ ପର ଆନ୍ତେ ନିଜର୍ ସିଲେ ତାରିତ୍ତଡ଼୍ । ବାଗାତଡ଼୍ ମାଡ଼େତ୍ କମା ସାରେ ନାଡ଼୍କି ଆର୍ଦେ ପର ୱାଟ୍ତଡ଼୍ । 9 ଜିସୁନ୍ ମୁନେ ନୁ ପେର୍କେ ଆଦାନ୍ ନାରୁଡ଼୍ ବେଡ଼୍ୟ୍ ଲେଙ୍ଗ୍ଦେ କେତାଙ୍କ୍ ପସ୍ପ୍ତଡ଼୍, ପ୍ରସଂଶା 10 "ପ୍ରବୁନ୍ ପେଦେର୍ତେ ବେନ ୱାଦୁତଣ୍ତ୍, ଅନାଦ୍ ପ୍ରସଂଶା ଆୟି । ମେଣ୍ଡେ ତିଆର୍ ଆଦାଙ୍କ୍ ଆଞ୍ଜମାନ୍ଦାନ୍ ମା ବାବାଲ୍ ଦାଉଦ୍ ରାଜାନ୍ ରାଜ୍ୟତିଙ୍କ୍ ଇଶ୍ୱର୍ ଆଶିର୍ବାଦ ମାଡ଼ିଣ୍ଡ୍ । ଇଶ୍ୱର୍ତେ ଗୌରବ୍ ଆୟି ।"
11 ଜିସୁ ଯିରୁଶାଲାତାଗ୍ ନେଙ୍ଗ୍ତଣ୍ଡ୍ ନୁ ମନ୍ଦିର୍ତାଗ୍ ଆଞ୍ଜ୍ ସାରେପାକା ଉଡ଼୍ତଣ୍ଡ୍ । କିନ୍ତୁ ଆସୁଟ୍ ମୂଲ୍ପୁଟ୍ ଆସ ମାନ୍ଦାନ୍ ମାଇଦିଙ୍କ୍ ବାରଜାନ୍ ଶିଷ୍ୟଡ଼୍ ତ ଜିସୁ ବେତାନି ନାର୍ଦା ଆତ୍ତଡ଼୍ ।