ବାହିନୀ ବୁତ୍ପଇତେ ନାରୁଙ୍କ୍ ଜିସୁ ସାୟେ ମାଡ଼୍ତନ୍
1 ଜିସୁ ନୁ ତାନ୍ ଶିଷ୍ୟନଡ଼୍ ଗାଲିଲୀ ବେଡ଼େମ୍ ମେଣ୍ଡନ୍ ପାକେ ଗରାଶୀୟନଡ଼୍ ନାର୍ଦାଗ୍ ହେଉତ୍ତଡ଼୍ । 2 ଜିସୁ ଓଡେତାଗାଙ୍କ୍ ଡ଼ିଗାନ୍ ସାଙ୍ଗେ ସାଙ୍ଗେ ଆଗେ ମାନ୍ଦାନ୍ କବର୍ ବା ପାଡ଼୍କିନ୍ ଲୋପେଙ୍କ୍ ୱେରନ୍ ବୁତ୍ପଇତେ ନାରୁନ୍ ୱାସ୍ ଅଙ୍କ୍ କାଇଲ୍ତନ୍ । 3 ଅଣ୍ଡ୍ ୱିସ୍କିନାଗ୍ ମାନ୍ନୁନ୍ । ବେନ ଅଙ୍କ୍ ଇକ୍ଲେମ୍ତ ମିକା ତଅତ୍ତେ ପାର୍ୱେ ମାନ୍ମାନ । 4 ଅଣ୍ଡ୍ କାଇକିନାଉ ଇକ୍ଲେମ୍ ଦେହେସ୍ ମାତ୍ତନ୍ ନୁ ଡେକାନ୍ ବେଡ଼ି ଉୱୁସ୍ ମାନ୍ନୁନ୍ । ଅନାହୁ କାଇକ୍ ଡ଼େକା ଇକ୍ଲେକ୍ ତହସ୍ ମାତ୍ତଡ଼୍ । କିନ୍ତୁ ଅଙ୍କ୍ ପଇତାନ୍ ସେଙ୍ଗେ ବେନନାଦ୍ ଶକ୍ତି ଇଲ୍ଲେ । 5 ଅଣ୍ଡ୍ ନାର୍କା ପାୟାଲ୍ ମେଟାନାଗ୍ ନୁ ୱିଷ୍କିନାଗ୍ ଉଡମାନ୍ନୁନ୍, କିଡ଼୍କି ମିକା କାଲ୍କିନାଗ୍ ନିଜେତ୍ ମେନ୍ଦୁଲ୍ତିଙ୍କ୍ ଚିହ୍ନା ମାଡ଼ମାତ୍ତଣ୍ତ୍ ।
6 ସୁଦୁଟ୍ ଯେକା ଜିସୁଙ୍କ୍ ଉଡ଼ି ଅଣ୍ଡ୍ ମିରିୱାସ୍ ଅନ୍ ମୁନେ ମର୍ମିଣ୍ଡା ଇସ୍, 7 ଗାଟିଲେଙ୍ଗ୍ଦେ କେତ୍ତାନ୍, "ହୋ ସର୍ବୋପରିସ୍ଥ ଇଶ୍ୱର୍ତେ ମାର୍ ଜିସୁ ! ନା ପାକେ ନିୟାଦ୍ ବାତେ ପାଡ଼୍ୟି ? ଇଶ୍ୱର୍ତେ ପେଦେର୍ତେ କେତୁତାନ୍, ନାକିଙ୍କ୍ ଯନ୍ତ୍ରଣା ଇମା ।" 8 ଅଣ୍ଡ୍ ଇଦ୍ଗଟ୍ କେତ୍ତନ୍, ବାତେଙ୍କ୍ ଇତ୍କେ ଆସୁଙ୍କ୍ ଅନାଗେ ମାନ୍ଦାନ୍ ବୁତ୍କିଂଙ୍କ୍ ପେଇସ୍ ଆଦାନ୍ ସେଙ୍ଗେ କେସମାତ୍ତନ୍ ।
9 ଜିସୁଅଙ୍କ୍ କେତ୍ତନ୍, "ନି ପେଦେର୍ ବାତ୍ତେ ?" ଅଣ୍ଡ୍ ଉତ୍ତର୍ ହିତ୍ତନ୍, "ନା ପେଦେର୍ ବାହିନୀ ।"
10 "ମାମେ ନାର୍ଗେ ।" ଆୱିକିଂଙ୍କ୍ ଆଦ୍ ନାର୍ଦାଗାଙ୍କ୍ ଯେକା ତଲ୍ମାଟ୍ ଇଞ୍ଜ ଅଣ୍ଡ୍ ଜିସୁଙ୍କ୍ କେତାନଙ୍କ୍ ପସ୍ପ୍ତନ୍ ।
11 ଗାର୍ରେ ମାନ୍ଦାନ୍ ମେଟେତାଗ୍ ମାନ୍ଦେ ପାଦି ମେୟ ମାତ୍ତା । 12 ବୁତ୍କ୍ ଜିସୁଙ୍କ୍ ଅନୁରଦ୍ ମାଡ଼ି କେତ୍ତା, "ଆୱୁ ପାଦି ମାନ୍ଦେ ଲୋପେ ନେଙ୍ଗାନ୍ ସେଙ୍ଗେ ମାକିଙ୍କ୍ ଇମ୍ ।" 13 ଜିସୁ କେସ୍ ଇତ୍ତନ୍ ନୁ ବୁତ୍କ୍ ଆ ନାରୁନାଗାଙ୍କ୍ ପେଇସ୍ ୱାସ୍ ପାଦି ମାନ୍ଦେ ଲୋପେ ନେଙ୍ଗ୍ତା ନୁ ସାରେ ରେଣ୍ଡ୍ହଜାର୍ ପାଦି ଗାଟି ଉର୍ଗିଙ୍କ୍ ମିରି ମେଟେତ୍ ଜୁଟିନାଗାଙ୍କ୍ ରାଲ୍ଲି ମୁଡ଼୍ନ୍ଦି ଡଲ୍ତା ।
14 ପାଦିଙ୍କ୍ କେପାନଡ଼୍ ମିରିଆଞ୍ଜ୍ ଇଦ୍ କବର୍ ସହର୍ ନୁ ଗାରେମାନ୍ଦାନ୍ ନାକିନାଗ୍ କେସ୍ସିତ୍ତଡ଼୍ । ବାତେ ଗଟେମ୍ ଆତ୍ତେ, ଉଡ଼ାନଙ୍କ୍ ନାର୍ଗେ ନାରୁଡ଼୍ ଆତ୍ତଡ଼୍ ।