3 ଅଣ୍ଡ୍ ୱେଷଡ଼୍ ହିନା ଅଡ଼୍କିଂଙ୍କ୍ ନାର୍ଗେ ଗଟି ଶିକ୍ଷା ହିତ୍ତନ୍ । ଅଣ୍ଡ୍ କେତ୍ତାନ୍, "ଅନ୍ଦାମ୍ ୱେରନ୍ ନାରୁନ୍ ୱିଜ୍ ୱିତାନଙ୍କ୍ ପେହିତ୍ତନ୍ । 4 ଅଣ୍ଡ୍ ୱାୟେତାଗ୍ ୱିଜ୍ ୱିତାନ୍ ୱେଲେ ବେସ୍କ୍ ପେଡ଼େକ୍ ଆର୍ଦାଗ୍ ଲାହିନ୍ ରାଲ୍ତାଙ୍କ୍ ପିଟେ ୱାସ୍ ଆୱିଙ୍କ୍ ତିଞ୍ଜ୍ଜିତା । 5 ମେଣ୍ଡେ ବେସ୍କ୍ ପେଡ଼େକ୍ ଗାଟି ସୁଦୁଟ୍ ମାଣ୍ଡୁଲ୍ ମାନ୍ଦାନାଗ୍ ରାଲ୍ତା ସୁଦୁଟ୍ ପନ୍ଦି ମାନ୍ନାଙ୍କ୍ ୱାଞ୍ଜ୍ଜି ଯାପେ ମଡ଼୍ତା । 6 ବାତେଙ୍କ୍ ଇତ୍କେ ଆୱୁ ମାଡ଼ା ଲୋପେ ଆନ୍ୱାଙ୍କ୍ ପଡ଼ଦ୍ ହେଦ୍ତ୍ତେ ଆଉ ୱାସିଆତ୍ତା । 7 ବେସ୍କ୍ ୱିଜ୍ କୟେନାଗ୍ ରାଲ୍ତା । ଆଉ କୟେମାଡ଼ାକ୍ ସାରେ ପେଡ଼େକିଙ୍କ୍ ଆଦ୍ପ୍ତା ମାଡ଼୍ତେ । 8 ବାତେଙ୍କ୍ ଇତ୍କେ ମେଣ୍ଡେ ବେଷ୍କ୍ ୱିଜ୍ ଲେକେତ୍ ବୁମ୍ତାଗା ରାଲି ମାଡ଼େ ଆସ୍ କାୟା ଆଦ୍ତେ । ବେସ୍କ୍ ଶହେଗୁନ୍, ବେସ୍କ୍ ଷାଟିଏ ଗୁନ୍ ନୁ ବେସ୍କ୍ ତିରିଶ୍ ଗୁନ୍ ଆଦ୍ତେ ।"
9 ଜିସୁ ୱେଷଡ଼୍ ତେର୍ସ୍ପି କେତ୍ତାନ୍, "କେଞ୍ଜାନଙ୍କ୍ କେଉ ମାତ୍କେ କେଞ୍ଜାଟ୍ ।"