ପୁନରୁତ୍ତାନ୍ ବିଷୟ୍ତେ ପ୍ରଶ୍ନ
23 ୨୨:୨3 ପ୍ରେରିତ ୨3:୮. ଆଦିନ୍ ସାଦୁକିଡ଼୍ ମାନ୍ଦେତେ ବେସ୍କ୍ତୁଡ଼୍ ଜିସୁନ୍ ଗାର୍ରେ ୱାତ୍ତଡ଼୍ । ସାଦୁକିଡ଼୍ ବିଶ୍ୱାସ୍ ମାଡ଼ମାତ୍ତଡ଼୍ ଯେ, ମେଣ୍ଡେ ପୁନରୁତ୍ତାନ୍ ଇଲା । 24 ଅଡ଼୍ ଜିସୁଙ୍କ୍ ପାଚ୍ରାମାଡ଼୍ତଡ଼୍, "ଗୁରୁ, ମଶାଲ୍ ବ୍ୟବସ୍ଥା ମାଡ଼ିସ୍ ମିନ୍ଦେଣ୍ଡ୍ ଯେ, ଯଦି ୱେରଣ୍ଡ୍ ନାରୁଡ଼୍ ପିଲାଜିଲା ଆୟ୍ୟକଟ ଡଲିଆଦ୍ତଣ୍ଡ୍, ଆଲାଇତ୍କେ ଅନ୍ ତାମୁଣ୍ଡ୍ ଅନ୍ ରାଣ୍ଡି ମୁତେଙ୍କ୍ ପେଣ୍ଡୁଲ୍ ଆଦ୍ତନ୍ ନୁ ଅଡ଼୍ ପିଲାକି ଆଦ୍ ଡଲିମାନ୍ଦାନ୍ ନାରୁନ୍ ପିଲାନ୍ ଲେକାମ୍ ଆଲେ ଆଦ୍ତେ । 25 ୱେରଡ଼୍ ଗଟ୍ କେଞ୍ଜାଟ୍ । ଇଗେ ମା ସାତ୍ଟାନ୍ ଦାଦାଲଡ଼୍ ମାତ୍ତଡ଼୍ । ବେଡ଼୍ୟ୍ ଦାଦାଲ୍ ପିଲାଜିଲା ଇଲକଟ୍ ଡଲ୍ତାଙ୍କ୍ ଅନ୍ ଦ୍ୱିତିୟ ତାମୁଣ୍ଡ୍ ତାନ୍ ଦାଦାନ୍ ମୁତେଙ୍କ୍ ପେଣ୍ଡୁଲ୍ ମାଡ଼୍ତଣ୍ଡ୍ । 26 ବାତେଙ୍କ୍ ଇତ୍କେ ଇ ଦ୍ୱିତିୟ, ତୃତୀୟ ନୁ ସାରେ ଶେଷତେ ସାତ୍ଜାନ୍ ଦାଦାନାଦ୍ ମିକା ଆଦେରକମ୍ ଗଟେମ୍ ଆତ୍ତେ । 27 ଶେଷତେ ଆଦ୍ ମୁତ୍ତେ ଆନ୍ତେ ଡଲିଆତ୍ତେ । 28 ବେନ୍ ଦିନ୍ ଡଲିମନ୍ଦାନ୍ ନାରୁଡ଼ାଦ୍ ମେଣ୍ଡନ୍ନ୍ଦାମ୍ ଆଦ୍ତେ, ହି ମୁତ୍ତେ ବେନନ୍ ମୁତ୍ତେ ଇଞ୍ଜ ପୁନ୍ଦାଙ୍କ୍ ଆଦ୍ତେ ? ସାରେତଡ଼୍ ତ ତାଙ୍କ୍ ପେଣ୍ଡୁଲ୍ ଆସ୍ ମାତ୍ତଡ଼୍ ।"
29 ଜିସୁ ଉତ୍ତର୍ ହିତ୍ତଣ୍ଡ୍, "ମିଡ଼୍ ବେସର୍ ନଷ୍ଟ ! ଶାସ୍ତ୍ର ବା ଇଶ୍ୱର୍ତେ ଶକ୍ତି ବିଷୟ୍ତେ ମିକିଂଙ୍କ୍ ଟିକ୍ ଏର୍କା ହିଲ୍ୱାଙ୍କ୍ ହି ଗଟ୍ ପାଚ୍ରାମାଡ଼ୁତିଡ଼୍ । 30 ପୁନରୁତ୍ତାନ୍ ପେର୍କେ ଡଲ୍ତେ ନାରୁଡ଼୍ ଦୂତତେ ଲେକାମ୍ ଆଦ୍ତଡ଼୍ । ଅଡ଼୍ ପେଣ୍ଡୁଲ୍ ମାଡ଼ଡ଼୍ । 31 ଡଲ୍ତେ ନାରୁଡ଼୍ ମେଣ୍ଡନ୍ନ୍ଦାମ୍ ଆଦ୍ଦାନ୍ ବିଷୟ୍ତେ ଇଶ୍ୱର୍ ବାତେଏ କେସ୍ମିନ୍ଦେଣ୍ଡ୍, ମିଡ଼୍ ବାତେଏ ଶାସ୍ତ୍ରତାଗ୍ ବେସୁଙ୍କ୍ କାର୍ୱିଡ଼୍ ? 32 ଇଶ୍ୱର୍ କେତ୍ତଣ୍ଡ୍, ମାମ୍ମେ ଅବ୍ରାହାମ୍, ଇସ୍ହାକ୍ ନୁ ଯାକୁବ୍ତେ ଇଶ୍ୱର୍ । ଇଶ୍ୱର୍ ତ ଜିୱୁନ୍ ମାନ୍ଦାନଡ଼୍ ଇଶ୍ୱର୍ ଡଲି ମାନ୍ଦାନ୍ନଡ଼୍ତେ ଇଶ୍ୱର୍ ଆୟ୍ୟକଟ ମାନ୍ତଣ୍ଡ୍ ।"
33 ନାରୁଡ଼୍ ଜିସୁନ୍ ଶିକ୍ଷା କେଞ୍ଜି ବକୁୱା ଆତ୍ତଡ଼୍ ।