22 ଅଡ଼୍ ନିଜେ ନିଜେତିଙ୍କ୍ ଜ୍ଞାନି ଇଞ୍ଜ ମନେ ମାଡ଼ିତଡ଼୍, ଇତ୍କେ ଅଡ଼୍ ନିଜାମ୍ ମୁର୍କ ଆଦ୍ତଡ଼୍, 23 ଅନନ୍ତ ଇଶ୍ୱର୍ତିଙ୍କ୍ ଗୌରବ୍ ମାଡ଼୍ୱେକଟ ଅଡ଼୍ ନଷ୍ଟ ଆଦାନ୍ ନାରୁଡ଼୍, ପିଟ୍ଟେ, ପଶୁ, ତାଡ଼ାକ୍ ରକମ୍ ଜିୱାକ୍ ଲେକାମ୍ ମୁର୍ତ୍ତି ତିୟାର୍ ମାଡ଼ି ଆୱିଙ୍କ୍ ପୁଜା ମାଡ଼ୁତଡ଼୍ । 24 ଆଦିଙ୍କ୍ ଇଶ୍ୱର୍ ଅଡ଼୍କିଂଙ୍କ୍ ୱିଡ଼୍ସ୍ତଣ୍ଡ୍ ନୁ ଅଡ଼୍ ନିଜର୍ନିଜର୍ ଲାଲସା ଲେକାମ୍ ଅଶୁଚି ପାଡ଼୍ୟି ମାଡ଼ିତଡ଼୍, ଅଡ଼୍ ନିଜର୍ନିଜର୍ ଲୋପେ ସିଗ୍ୱାଦାନ୍ ସମ୍ପର୍କ ନେଃତିତଡ଼୍ । 25 ବାତେଙ୍କ୍ଇତ୍କେ ଅଡ଼୍ ଇଶ୍ୱର୍ତେ ସତ୍ ବଦଲ୍ତେ ମିଚ୍ ଗ୍ରହନ୍ ମାଡ଼୍ତଡ଼୍ ନୁ ତିୟାର୍ ମାଡ଼୍ତେନଣ୍ଡ୍ ବଦଲ୍ତେ ତିୟାର୍ ମାଡ଼୍ତେ ଜିନିଷ୍ତିଙ୍କ୍ ପୁଜା ମାଡ଼୍ତଡ଼୍ ନୁ ସେବା ମାଡ଼୍ତଡ଼୍; ଅଣ୍ଡ୍ ଯୁଗ୍ଯୁଗ୍ ଦନ୍ୟ । ଆମେନ୍ । 26 ଇଦିନ୍ ସେଙ୍ଗେ ଇଶ୍ୱର୍ ଅଡ଼୍କିଂଙ୍କ୍ ଗୃନାତାଦ୍ ପାପ୍ ଇତ୍ତନ୍, ବାତେଙ୍କ୍ଇତ୍କେ ତାମ୍ ନାଟାଙ୍କ୍ ସାୟେତ୍ ବ୍ୟବହାର୍ ମାଡ଼ାନ୍ ବଦଲ୍ତେ କାରାପ୍ ବ୍ୟବହାର୍ ମାଡ଼୍ତା, 27 ଆଦେରକମ୍ ମାନେୟ୍ ଗାଲା ନିଜେତ୍ ମୁତେଙ୍କ୍ ୱିଡ଼୍ସି ମିକା ତାମ୍ତାମ୍ ଲାଲ୍ସା ମାଡ଼୍ତଡ଼୍, ମାନେୟ୍ ତଡ଼୍ ମାନେୟ୍ତେ କାରାପ୍ ପାଡ଼୍ୟି ମାଡ଼୍ତଡ଼୍, ମେଣ୍ଡେ ନିଜେ ନିଜେତାଦ୍ କାରାପ୍ ପାଡ଼୍ୟି ସେଙ୍ଗେ କଷ୍ଟ ପାଏମ୍ ଆଦ୍ତଡ଼୍ ।