8 ସାମା ନା଼ନୁ ବୀହା ଆ଼ଆତି ଲ଼କୁଇଁ ଇଞ୍ଜାଁ ରା଼ଣ୍ତେଣିସିକାଣି ୱେସିମାଇଁ, ଏ଼ୱି ନା଼ଲେହେଁକିଁ ଡ଼ୟିତିହିଁ ଏ଼ୱାସିକାକି ନେହେଁ । 9 ସାମା ଏ଼ୱି ଆଙ୍ଗାତି ଲକ୍ହାଲି ଆ଼ଡିହିଲାଉ ଇଚିହିଁ ଏ଼ୱି ବୀହା ଆ଼ପୁ; ଇଚିହିଁ ଆଙ୍ଗା ଲାଗେଏତି କାମାତା ୱେନିକିହାଁ, ବୀହା ଆ଼ନାୟି ନେହେଁ ।
10 ୭:୧୦ ମାତି ୫:୩୨; ୧୯:୯; ମାର୍କ ୧୦:୧୧,୧୨; ଲୂକ ୧୬:୧୮ ସାମା ବୀହା ଆ଼ତି ଲ଼କୁଇଁ ନା଼ନୁ ହୁକୁମି ହୀହିମାଇଁ, ନା଼ନୁ ଆ଼ଏ ସାମା ପ୍ରବୁ ହୁକୁମି ହୀହିମାନେସି, ଡକ୍ରି ତାନି ଡକ୍ରା ତା଼ଣାଟି ଏଟ୍କା ଆ଼ଆପେ । 11 ସାମା ଏ଼ଦି ରଣ୍ତିଏ ଏଟ୍କା ଆ଼ନେ, ଆତିହିଁ ଏ଼ଦି ବୀହା ଆ଼ଆପେ, ଇଞ୍ଜାଁ ତାନି ଡକ୍ରାତଲେ ଅ଼ଡ଼େ ଆଣ୍ତାପେ; ଅ଼ଡ଼େ ଡକ୍ରା ତାନି ଡକ୍ରିନି ହେଲ ହୀଆପେସି ।