1 ହେ଼ ନା଼ ମୀର୍ଏଣା ନା଼ ବୁଦିତା ମ଼ନ ହୀମୁ; ନା଼ ତେଲ୍ହିନି କାତାତା ନୀ କିର୍ୟୁଁ ଅଡାମୁ; 2 ଏ଼ନିକିଁ ନୀନୁ ନେହିଁ ମା଼ନି ମାଣ୍କି ତଲେ ଡ଼ୟାଲି ପୁଞ୍ଜି, ଅ଼ଡ଼େ ଏ଼ନିକିଁ ନୀ ଗୂତି ବୁଦିତି କାତା ମା଼ନୱି ଆ଼ହାଲି ଆ଼ଡିନେ। 3 ଇଚିହିଁ ଦା଼ରେଣି ଆୟାଟିନି ଲୂଡ଼ାଟି କିର୍ୟାଁ ତିପ ତିପ ରିନେ, ଅ଼ଡ଼େ ତାନି କାତା ନିୟୁଁ କିହାଁ ହା଼ରେକା ଡ଼ୁସ୍ପା ଆ଼ନେ; 4 ସାମା ଏ଼ଦାଣି ଡା଼ୟୁ କାମ୍ବେଲି ଜା଼ଡ଼ାତି ରାସା ସମାନା, ଅ଼ଡ଼େ ରିକୱାକି ଦା଼ରାଗାଟି ୱାସ୍ତି କାଣ୍ତା ସମାନା। 5 ତାନି ପା଼ୱୁଲି ହା଼କି ୱାକି ହାନେ; ତାନି ପା଼ୱୁଲି ସିଦା ମାହ୍ଣି ମାଣ୍ତାତା ରିନେ; 6 ଏ଼ଦାଆଁତାକି ଏ଼ଦି ଜୀୱୁତି ସମାନା ଜିରୁ ବେଟାଆ଼ଏ; ତାନି ଜିରୁ ବାରେ ପାର୍ସାଡ଼ା, ଅ଼ଡ଼େ ଏ଼ଦି ଏ଼ଦାଆଁ ପୁନେଏ।
7 ଏ଼ଦାଆଁତାକି ହେ଼ ନା଼ ମୀର୍କା, ନା଼ କାତା ୱେଞ୍ଜୁ ଅ଼ଡ଼େ ନା଼ ଗୂତିତି ବ଼ଲୁଟି ଏଟ୍କା ଆ଼ଆଦୁ। 8 ଏ଼ ଆୟାଟି ତା଼ଣାଟି ନୀ ଜିରୁ ହେକ ଇଟାମୁ ଅ଼ଡ଼େ ତାନି ଇଲୁତି ଦୁୱେରି ଦାରି ହାଲାଆନି। 9 ନ଼ଲେ ନୀନୁ ନୀ ମା଼ନି ମାଣ୍କି ଏଟ୍କାତାରାକି ଅ଼ଡ଼େ କାର୍ମା ମେହ୍ଆ ଲ଼କୁକି ନୀ ନୀଡିନି ବାର୍ସା ହୀଦି; 10 ନ଼ଲେ ନୀ ପୁନାଆତି ଲ଼କୁ ନୀ ବା଼ଡ଼୍ୟୁତା ପାଡାଆ଼ନେରି ଅ଼ଡ଼େ ନୀ କାମାତି ପା଼ଡ଼େୟି ଏଟ୍କା ଦେ଼ସାତାରି ଇଲୁତା ଇଟ୍କି ଆ଼ନେ; 11 ଅ଼ଡ଼େ ନୀନୁ ହା଼ନି ବେ଼ଲାତା ଏଚିବେ଼ଲା ନୀ ଆଙ୍ଗା ଉଡ଼େଲି ଊଣା ଆ଼ନେ, ନୀନୁ ନ଼ଲେ ଦୁକୁ ତଲେ ଡ଼ୀଦି, 12 ଅ଼ଡ଼େ ଏଲେଇଞ୍ଜି, "ନା଼ନୁ ଜା଼ପ୍ନାଣି ଏ଼ନିକିଁ ଅ଼ପାଆତେଏଁ! ଇଞ୍ଜାଁ, ନା଼ ମ଼ନ ଏ଼ନିକିଁ ଲା଼ଗିନାଣି ହୀଣି କିତେ! 13 ନା଼ନୁ ନାଙ୍ଗେ ଜା଼ପ୍ହାନାରା କାତା ମା଼ନୱି ଆ଼ଆତେଏଁ ଅ଼ଡ଼େ ଆମ୍ବାଆରି ନାଙ୍ଗେ ଜା଼ପ୍ହାତେରି, ଏ଼ୱାରି ବ଼ଲୁତା ନା଼ କିର୍ୟୁଁ ଅଡାଆତେଏଁ, 14 ନା଼ନୁ କୁଟମି ଅ଼ଡ଼େ କୁଲମି ବିତ୍ରା ବାରେ ଲାଗେଏତି ତା଼ଣା ରିତେଏଁ।"
15 ନୀନୁ ନୀ ଏ଼ୟୁ କୁଣ୍ତିତି ଏ଼ୟୁ ଗହ୍ମୁ ଅ଼ଡ଼େ ନୀ କୁହିଟି ଏ଼ୟୁ ଗହ୍ମୁ। 16 ନୀ ଜାର୍ଣା ଏ଼ନାଆଁ ପାଙ୍ଗାତା ଇତାଲା ଆତାଲା ହାନେ ? ଅ଼ଡ଼େ ଏ଼ନାଆଁ କାଜା ପା଼ହେରିତା ଏ଼ୟୁ ଜାର୍ଣା ରେ଼ଚା ହାନୁ ? 17 ଏ଼ଦି ୱାର୍ଇ ନୀଦି ଆ଼ପେ, ନୀ ତଲେ ପୁନାଆତି ଲ଼କୁତାୟି ଆ଼ଆପେ। 18 ନୀ ଜାର୍ଣା ନେହେଁ ଆ଼ପେ; ଅ଼ଡ଼େ, ନୀନୁ ନୀ ଡ଼ାଆ ବେ଼ଲାତି ଡକ୍ରିନି ତା଼ଣା ରା଼ହାଁ କିମୁ। 19 ଏ଼ଦି ନୀ ତାକି ଜୀୱୁନ଼ନି ହିଏଣି ଅ଼ଡ଼େ ଅ଼ଜିତି ୱା଼ଣାଗାଟି କ଼ଟି କୂର୍ହୁ ସମାନା, ତାନି ବକ କା଼ଲେଏ ନିଙ୍ଗେ ରା଼ହାଁ କିୟାପେ; ଅ଼ଡ଼େ ତାନି ଜୀୱୁନ଼ୱୁତା ମ଼ହ ଆ଼ମୁ। 20 ହେ଼ ନା଼ ମୀର୍ଏଣା, ଏଟ୍କା ଆୟାନି ତା଼ଣା ଏ଼ନାଆଁ ତାକି ଜୂପ୍କା ଆ଼ହିମାଞ୍ଜି ? ଅ଼ଡ଼େ ଏଟ୍କାତି ଆୟାନି ତଲେ ଏ଼ନାଆଁ ତାକି ଡୂରିଦି ? 21 ଏ଼ନିଇଚିହିଁ ମାଣ୍ସିତି ବାରେ ଜିରୁ ମାହାପୂରୁ ନ଼କିତା ଡ଼ୁଗା ହିଲେଏ, ଅ଼ଡ଼େ ଏ଼ୱାସି ତାନି ବାରେ ଜିରୁ ସମାନା କିନେସି। 22 ଲାଗେଏ ଲ଼କୁତି ତାନି ଦ଼ହ ଏ଼ୱାଣାଇଁ ଆହ୍ନେ, ଏ଼ୱାସି ତାନି ପା଼ପୁତି ଡ:ରିତା ଦସ୍ପି ଆ଼ନେସି। 23 ଏ଼ୱାସି ଜା଼ପ୍ନାୟି ଊଣା ଆ଼ତାକି ହା଼ନେସି ଅ଼ଡ଼େ ଜାହାରା ବୁଦି ହିଲାଆକି ଏଟ୍କା ଜିରୁତା ହାନେସି।