1 ଏ଼ନାଆଁ ବୁଦି ହା଼ଟେଏ ?
ତେଲ୍ହିନାୟି ଏ଼ନାଆଁ କାଜା ଗିୟାଁ କିଏ ?
2 ଏ଼ଦି ଜିରୁ ଦାରିତି ପାଡାଆ଼ତି ଟା଼ୟୁତା,
ବାରେ ଜିରୁତି ଡେ଼ଡ଼ା ଟା଼ୟୁତା ନିନେ।
3 ଏ଼ଦି ଗା଼ଡ଼ା ଦୁୱେରି ଦାରିତା, ଗା଼ଡ଼ାତି ହ଼ଡ଼୍ନି ଦୁୱେରିତା,
ଦୁୱେରିତି ହ଼ଡ଼୍ନି ଟା଼ୟୁତା ଡ଼ୟାହାଁ କାଜା ଗିୟାଁ ତଲେ ହା଼ଟିହିଁ ଏଲେଇନେ,
4 "ହେ଼ ମାଣ୍ସିୟାଁ, ନା଼ନୁ ମିଙ୍ଗେ ହା଼ଟିମାଞ୍ଜାଇଁ;
ଇଞ୍ଜାଁ ମାଣ୍ସିୟାଁ ତାକି ନା଼ କାତା ମାନେ।
5 ହେ଼ ବୁଦି ହିଲାଆ ଲ଼କୁ, ଜାଗ୍ରାତାତି କାତା ତେଲ୍ହାଦୁ;
ହେ଼ ମୁର୍କୁଗାଟି ଲ଼କୁ, ମୀରୁ ନେହିଁ ଅଣ୍ପୁଗାଟାତେରି ଆ଼ଦୁ।
6 ୱେଞ୍ଜୁ, ଇଚିହିଁ ନା଼ନୁ ନେହିଁ କାତା ଜ଼ଲିଇଁ;
ନା଼ନୁ ଗୂତି ଏ଼କ୍ହାଁ ସଲ୍କେତି କାତା ଜ଼ଲିଇଁ।
7 ଇଚିହିଁ ନା଼ ଗୂତି ସାତା ଜ଼ଲିନେ,
ଲାଗେଏତି କାତା ନା଼ ଗୂତି ଅ଼ପାଆଗାଟାୟି।
8 ନା଼ ଗୂତିତି ବାରେ କାତା ଦାର୍ମୁଗାଟାୟି;
ଏ଼ ବିତ୍ରା ଆଡେୟି କି କୁଟୁ କାତା ଇଚାୟି ଜିକେଏ ହିଲେଏ।
9 ଆମ୍ବାଆସି ଏ଼ଦାଆଁ ତେଲ୍ହିନେସି, ଏ଼ୱାଣାକି ଏ଼ ବାରେ ସ଼ଜେତାଇ;
ଇଞ୍ଜାଁ ବୁଦି ବେଟାଆ଼ନି ଲ଼କୁ ତାକି ଏ଼ ବାରେ ସଲ୍କେତାଇ।
10 ୱେଣ୍ତି କିହାଁ ନା଼ ଜା଼ପ୍ନାୟି
ଅ଼ଡ଼େ ଆ଼ଚାମାନି ବାଂଗାରା କିହାଁ ବୁଦିତି ଆବାକଡାଦୁ।
11 ଇଚିହିଁ ବୁଦି ଦାରାଗାଟି ୱାଲି କିହାଁ ନେହାୟି
ଅ଼ଡ଼େ ବାରେ ମ଼ନ କିତି ଦିଣ୍ସୁ ଏ଼ଦାଣି ତଲେ ସମାନା ଆ଼ହାଲି ଆ଼ଡେଏ।
12 ନା଼ନୁ ବୁଦିତେଏଁ, ଜାଗ୍ରାତାତି ନା଼ ବାସା ଟା଼ୟୁ କିହାମାଇଁ,
ଇଞ୍ଜାଁ ବୁଦି ଅ଼ଡ଼େ କାମାତା ପିୟାସା ଆ଼ହାମାଇଁଁ।
13 ପ୍ରବୁତି ଆଜି, ଲାଗେଏତାଣି ଅ଼ପଅଁ;
ଡା଼ହାରା, ବଡପଣ ଅ଼ଡ଼େ ଏଟ୍କା ଜିରୁ
ଇଞ୍ଜାଁ କୁଟୁଗାଟି ଗୂତି ନା଼ନୁ ଅ଼ପଅଁ।
14 ନେହିଁ ଅଣ୍ପୁ ଅ଼ଡ଼େ ତେଲ୍ହିନି ବୁଦି ନା଼ ତା଼ଣା ମାନେ;
ନା଼ନୁଏ ନେହିଁ ଅଣ୍ପୁ; ନା଼ ତା଼ଣା ବା଼ଡ଼୍ୟୁ ମାନେ।
15 ନା଼ ତା଼ଣାଟି ରାଜାୟାଁ ସା଼ଲୱି କିନେରି
ଅ଼ଡ଼େ ସା଼ଲୱି କିନାରି ସାତାତଲେ ବିଚାରା କିନେରି।
16 ନା଼ ତା଼ଣାଟି ସା଼ଲୱି କିନାରି, କାଜା ଲ଼କୁ
ଅ଼ଡ଼େ ଦାର୍ତିତି ବାରେ ବିଚାରା କିନାରି ସା଼ଲୱି କିନେରି।
17 ଆମିନିଗାଟାରି ନାଙ୍ଗେ ଜୀୱୁ ନୟାନେରି, ନା଼ନୁ ଏ଼ୱାରାଇଁ ଜୀୱୁ ନ଼ଇଁ,
ଇଞ୍ଜାଁ ଆମିନିଗାଟାରି ଜାତ୍ନୁ ତଲେ ନାଙ୍ଗେ ପାରାନେରି, ଏ଼ୱାରି ନାଙ୍ଗେ ବେଟାଆୟାନେରି।
18 ନା଼ ତା଼ଣା ଦ଼ନ ଅ଼ଡ଼େ ସାମ୍ବ୍ରମି,
ଇଞ୍ଜାଁ ନା଼ସା ଆ଼ଆଗାଟି ବାତ୍କୁ ଅ଼ଡ଼େ ଦାର୍ମୁ ମାନେ।
19 ନା଼ ପା଼ଡ଼େୟି ବାଂଗାରା, ହାଅ, ନେହିଁ ବାଂଗାରା କିହାଁ ନେହାୟି;
ନା଼ ବେଟାଆ଼ନାୟି ନେହିଁ ୱେଣ୍ତି କିହାଁ ନେହାୟି।
20 ନା଼ନୁ ଦାର୍ମୁତି ଜିରୁତା,
ଅ଼ଡ଼େ ବିଚାରାତି ଜିରୁତା ତା଼କିଇଁ,
21 ଅ଼ଡ଼େ ଆମିନିଗାଟାରି ନାଙ୍ଗେ ଜୀୱୁ ନୟାଁନେରି,
ଏ଼ୱାରାକି ବାରେ ବାତ୍କୁତି ଅଦିକାରା କିଇଁ
ଅ଼ଡ଼େ ଏ଼ୱାରି ଗା଼ଦେୟି ନେଞ୍ଜିକିଇଁ;
22 ପ୍ରବୁ ତାନି ଅଣ୍ପୁତି ନ଼କେଏ,
ତାନି ବାରେ କାମାତି ନ଼କେଏ ନାଙ୍ଗେ ତିୟାରା କିହାମାଞ୍ଜାତେସି।
23 ତଲି କା଼ଲାଟି ଆ଼ଆତିଁ ପୁର୍ବେ କା଼ଲାଟିଏ
ଆ଼ଆତିଁ ଦାର୍ତିତି ମୂଲୁ ଗା଼ଡ଼ିଆ଼ତି ନ଼କେଏ ନା଼ନୁ ତିଆରା ଆ଼ହାମାଇଁ।
24 କୂଡ଼୍ହି ସାମ୍ଦୁରି ହିଲାଆ ବେ଼ଲାତା
ଜାର୍ଣାୟାଁ ବାରେ ଏ଼ୟୁ ହିଲାଆତି ବେ଼ଲାତା
ନା଼ନୁ ଜାର୍ନା ଆ଼ହାମାଇଁ;
25 ଇଞ୍ଜାଁ ହ଼ର୍କା ଅ଼ଡ଼େ ହ଼ର୍କା ମେଟାୟାଁ ଆ଼ଆ ନ଼କେଏ
ନା଼ନୁ ଜାର୍ନା ଆ଼ହାମାଇଁ;
26 ଏଚିବେ଼ଲାତା ବୂମି କି ପା଼ଡ଼ୁ ଜା଼ଡ଼ା,
କି ଦାର୍ତିତି ଦୂଡ଼ି ପ୍ରବୁ ଗା଼ଡ଼ି କିହା ହିଲାଆତେସି।
27 ଏଚିବେ଼ଲା ଏ଼ୱାସି ହା଼ଗୁପା଼କା ତିୟାରା କିତେସି, ଏଚିବେ଼ଲାତା ନା଼ନୁ ଏମ୍ବାଆଁ ମାଚେଏଁ,
ଏମିନି ବେ଼ଲାତା ଏ଼ୱାସି କୂଡ଼୍ହି ସାମ୍ଦୁରି ଲାକ ଗୁର୍ଞ୍ଜିତି ହାନ୍ଦି ତୀରି କିତେସି,
28 ଇଞ୍ଜାଁ ଲାକତି ହା଼ଗୁପା଼କା ଆ଼ଟ୍ୱା କିତେସି
ଅ଼ଡ଼େ ସାମ୍ଦୁରିତା ହାଜିମାନି ଏ଼ୟୁ ଗାଡି ଆ଼ତୁ;
29 ଏ଼ୟୁ ଏ଼ନିକିଁ ଏ଼ୱାଣି ହୁକୁମି ଊରାଉ,
ଏ଼ଦାଆଁତାକି ଏମିନି ବେ଼ଲାତା ଏ଼ୱାସି ସାମ୍ଦୁରିତି ହାନ୍ଦି ତୀରି କିତେସି
ଅ଼ଡ଼େ ଏମିନି ବେ଼ଲାତା ଦାର୍ତିତି ପୁନାଦି ସିନା କିତେସି;
30 ଏଚିବେ଼ଲାତା ନା଼ନୁ ଏ଼ୱାଣି ନ଼କିତା ବାରେ କାମା କିନାତେଏଁ ମାଚେଏଁ;
ଇଞ୍ଜାଁ ନା଼ନୁ ବାରେ ଦିନା ଏ଼ୱାଣି ରା଼ହାଁଗାଟାତେଏଁ ଆ଼ହାଁ
ଏ଼ୱାଣି ନ଼କିତା କା଼ଲେଏ ରା଼ହାଁ କିତେଏଁ।
31 ଇଞ୍ଜାଁ ଏ଼ୱାଣି ଦାର୍ତିତା ରା଼ହାଁ କିତେଏଁ
ଅ଼ଡ଼େ ମାଣ୍ସି ମୀର୍କା ତଲେ ନା଼ ରା଼ହାଁ ମାଚେ।
32 ଏ଼ଦାଆଁତାକି ହେ଼ ନା଼ ମୀର୍କାତେରି, ନା଼ କାତା ୱେଞ୍ଜୁ,
ଇଚିହିଁ ଆମ୍ବାଆରି ନା଼ ଜିରୁତା ତା଼କିନେରି, ଏ଼ୱାରି ନେହେଁ।
33 ନା଼ ଜା଼ପ୍ନାଣି ୱେଞ୍ଜାହାଁ ବୁଦିଗାଟାତେରି ଆ଼ଦୁ;
ଇଞ୍ଜାଁ, ଏ଼ଦାଆଁ ଏଚେଲା କୂଆଦୁ।
34 ଆମ୍ବାଆସି ନା଼ କାତା ୱେନେସି ଅ଼ଡ଼େ ନା଼ ଦୁୱେରି ଦାରି କା଼ଲେଏ ନିଚାହାଁ ଡ଼ୟିନେସି,
ଅ଼ଡ଼େ ନା଼ ଦୁୱେରି ବନ୍ଦୁ ଦାରି ସିନିକିହିଁ ଡ଼ୟିନେସି, ଏ଼ୱାସି ନେହେଁ।
35 ଏ଼ନିଇଚିହିଁ ଆମ୍ବାଆସି ନାଙ୍ଗେ ବେଟାଆୟାନେସି, ଏ଼ୱାସି ଜୀୱୁ ବେଟାଆ଼ନେସି
ଅ଼ଡ଼େ ମାହାପୂରୁତି କାର୍ମା ବେଟାଆ଼ନେସି।
36 ସାମା ଆମ୍ବାଆସି ନା଼ କ଼ପାଟି ପା଼ପୁ କିନେସି, ଏ଼ୱାସି ତାନି ଜୀୱୁତି ନସ୍ତ କିନେସି;
ଏମିନି ବାରେ ଲ଼କୁ ନାଙ୍ଗେ ଅ଼ପଅରି, ଏ଼ୱାରି ହା଼କିତି ଜୀୱୁନ଼ନେରି।"