2 ଏ଼ ନା଼ ଜୀୱୁତି ତ଼ଣେସିଙ୍ଗା, ନୀଏଁ ମା଼ର ମାହାପୂରୁତି ମୀର୍କା ମା଼ସ୍କାତାୟି, ଅ଼ଡ଼େ ଡା଼ୟୁ ଏ଼ନି ଆ଼ନାୟି, ଏ଼ଦି ନୀଏଁ ପାତେକା ତ଼ଞ୍ଜା ଆ଼ହା ହିଲେଏ, ମା଼ର ପୁଞ୍ଜାମାନାୟି, କ୍ରୀସ୍ତ ଏଚିବେ଼ଲା ତ଼ଞ୍ଜାଆ଼ନେସି, ଏଚିବେ଼ଲା ମା଼ର ଜିକେଏ ଏଲେକିହିଁଏ ଆ଼ନାୟି, ଇଚିହିଁ ଏ଼ୱାସି ଏ଼ନିଲେହେଁକି ମା଼ର ଏଲେକିହିଁଏ ଏ଼ୱାଣାଇଁ ମେହ୍ନାୟି । 3 ଅ଼ଡ଼େ ଆମ୍ବାଆସି ଜିକେଏ କ୍ରୀସ୍ତ ଜୀସୁ ତା଼ଣା ଈ ବା଼ର୍ସୁ ଇଟାମାନାସି, ଏ଼ୱାସି ଏ଼ନିକିଁ ସୁଦୁଗାଟାସି, ଏ଼ୱାସି ଏଲେକିହିଁଏ ତାଙ୍ଗେ ଅଟ୍ହା କଡିନେସି ।
Publicidade
Publicidade