21 ମାହାପୂରୁ ତା଼ଣା ବାରେତାକି ହା଼ଟ୍କିଆ଼ହା ମାଞ୍ଜେରି, ଇଚିହିଁ ମୀରୁ ଏ଼ନିକିଁ କ୍ରୀସ୍ତତି ପା଼ୱୁଲି ତଲେ ତା଼କିଦେରି ଏ଼ଦାଆଁତାକି ଏ଼ୱାସି ଜିକେଏ ମିଙ୍ଗେତାକି ଦୁକୁ କସ୍ତ ଅ଼ର୍ହାନା, ମିଙ୍ଗେତାକି ଏଲେଆ଼ହାଲି ତ଼ସାମାଞ୍ଜାନେସି; 22 ଏ଼ୱାସି ଏ଼ନି ପା଼ପୁ ଦ଼ହ କିହାହିଲାଆତେସି କି ଏ଼ୱାଣି ଗୂତିଟି ମିଚି କାତା ଏଚେଲାୱା ହ଼ଚାହିଲାଆତେ । 23 ଏ଼ୱାସି ନିନ୍ଦା ବେଟାଆ଼ହି ମାଚାଟି ୱେଣ୍ଡେ ନିନ୍ଦା କିଆତେସି; ଦୁକୁ କସ୍ତ ବେଟାଆ଼ହି ମାଚାଟି ୱେଣ୍ଡେ କସ୍ତ ହିୟାଇଁ ଇଞ୍ଜିଁ ଆଜି ତ଼ସାହାଁ ୱେହ୍ଆତେସି, ସାମା ସାତା ନୀହାଁୟି କିନି ମାହାପୂରୁ ତା଼ଣା ତାନି ବାରେତି ହେର୍ପିତେସି ।