13 ନା଼ ତା଼ଣାଟି ଆମିନି ନେହିଁ ବ଼ଲୁ ୱେଞ୍ଜାମାଞ୍ଜି, କ୍ରୀସ୍ତ ଜୀସୁ ତା଼ଣାଟି ନାମୁ ଇଞ୍ଜାଁ ଜୀୱୁ ନ଼ନାଣି ଏ଼ଦାଆଁ ନେହିକିଁ ଆସା ମାନାମୁ । 14 ଆମିନି ନେହିଁ କାତାତି ଦାୟିପତି ନିଙ୍ଗେ ହୀପ୍କି ଆ଼ହାମାଞ୍ଜାନେ, ମା଼ ତା଼ଣା ବାସା କିହିମାନି ସୁଦୁଜୀୱୁତି ବା଼ଡ଼୍ୟୁ ତଲେ ଏ଼ ବାରେତି ଜାତ୍ନୁ କିହା ଇଟାମୁ ।