6 ନା଼ନୁ ନୀ ଲାକ କେୟୁ ଇଟାତି ବେ଼ଲାତା ନୀନୁ ମାହାପୂରୁ ତା଼ଣାଟି ଆମିନି ବ଼ର ବେଟାଆ଼ତି ଏ଼ଦାଆଁ ଜାତ୍ନୁ କିହାଁ ଇଟାଲି ନା଼ନୁ ନିଙ୍ଗେ ଅଣ୍ପି କିହିମାଞ୍ଜାଇଁ । 7 ଇଚିହିଁ ମାହାପୂରୁ ମାଙ୍ଗେ ଆଜିନି ଜୀୱୁ ହୀହାମାଞ୍ଜଅସି, ସାମା ବା଼ଡ଼୍ୟୁ, ଜୀୱୁ ନ଼ନାଣି, ଅ଼ଡ଼େ ନେହିଁ ଅଣ୍ପି କିନି ଜୀୱୁ ହୀହାମାଞ୍ଜାନେସି ।