1 ଅ଼ଡ଼େ. ମୀରୁ ଦାଂଗ୍ଣା ବେ଼ଲାତା ମିଙ୍ଗେ ଗା଼ଡ଼ି କିୟାତି ମାହାପୂରୁଇଁ ଅଣ୍ପାଦୁ; ଏ଼ନିଇଚିହିଁ ଲାଗେଏତି ବେ଼ଲା ୱା଼ହିମାନେ, ଏମିନି ବାରେ ବାର୍ସାତା ନୀନୁ ଏଲେଇଞ୍ଜି, ଈ ବାରେ ତା଼ଣା ନା଼ ଏ଼ନି ସୁକୁ ହିଲେଏ, ଏ଼ ବାରେ ବାର୍ସା ଡାଗେ ୱା଼ହିମାନେ। 2 ଏ଼ ବେ଼ଲାତା ୱେ଼ଡ଼ା, ଉଜେଡ଼ି, ଲେ଼ଞ୍ଜୁ, ଅ଼ଡ଼େ ହୁକାୟାଁ ଆନ୍ଦେରି ଆ଼ନୁ, ଇଞ୍ଜାଁ ପିୟୁ ଜେ଼ଚ ୱେଣ୍ତେ ହା଼ଗୁ ଆ଼ନେ; 3 ଏ଼ ଦିନା ଇଲୁ କା଼ଃନାରି ତାରାତାରା ଆ଼ନେରି ଅ଼ଡ଼େ ବା଼ଡ଼୍ୟୁଗାଟି ଲ଼କୁ ତା଼ମ୍ବୁଏ ଊଣା ଆ଼ନେରି ଅ଼ଡ଼େ ନୂୟିନାଇ ଇଚରା ଜା଼ଣା ଆ଼ନାକି କାମା ପିହ୍ନୁ, ଇଞ୍ଜାଁ କା଼ନ୍ତାଟି ସିନିକିନାଇ କା଼ଣା ଆ଼ନୁ; 4 ଅ଼ଡ଼େ ମୀ ଦୁୱେରି ସୁଣ୍ଡ୍କିଆ଼ନେ, ଏ଼ ବେ଼ଲାତା ନୂୟିନି ହା଼ଡା ଊଣା ଆ଼ନେ, ଇଞ୍ଜାଁ ପଟାୟାଁ ହା଼ଡା ତଲେ ଲ଼କୁ ନିଙ୍ଗିନେରି ଅ଼ଡ଼େ ପା଼ଚିନି ଡ଼ାଆସିକା ହା଼ଡା ଊଣା ଆ଼ନେ; 5 ଅ଼ଡ଼େ, ଏ଼ୱାରି ପାଡାଆ଼ତି ଟା଼ୟୁତା ଆଜିନେରି ଅ଼ଡ଼େ ଜିରୁତା ରା଼ୱୁ ୱା଼ନେ; ଅ଼ଡ଼େ, ବୂମି ସା଼ଣାୟାଁ ଡାକି ବ଼ଣ୍ତା ଦା଼ଲିନେ ଅ଼ଡ଼େ ଗ଼ପ୍ଏରି ତାନି ବ଼ଜୁତାକି ୱା଼ହିନେ ଅ଼ଡ଼େ ଅଣ୍ପୁ ଊଣା ଆ଼ନେ; ଇଚିହିଁ ମାଣ୍ସି ତାନି କା଼ଲେଏତି ବାସା ଟା଼ୟୁତା ହାନେସି ଅ଼ଡ଼େ ଦୁକୁଟି ଡ଼ୀନାଇ ପା଼ହେରିତା ରେ଼ନୁ; 6 ଏଚିବେ଼ଲା ୱେଣ୍ଡି ଡ:ରି ଡାମ୍ବାହାନେ, ବାଂଗାରା ଗିନା ଅ଼ୟିନେ, ଇର୍ଆ ଡ:କା କାଡାଗା଼ଟାତା ଅ଼ୟିନେ ଅ଼ଡ଼େ କୁହିତି ବିଲା ଡୀହାହାନେ; 7 ଇଞ୍ଜାଁ, ଦୂଡ଼ି ତଲିତି ଲେହେଁ ଇର୍ଆତା ଆଣ୍ତିନେ, ଅ଼ଡ଼େ ଜୀୱୁ ହୀନି ମାହାପୂରୁ ତା଼ଣା ଜୀୱୁ ୱେଣ୍ଡାହାନେ।
8 ବୁଦିତି କାତା ୱେହ୍ନାସି ଏଲେଇନେସି, ଉଜେଏତି ଉଜେଏତାୟି, ବାରେ ଉଜେଏତାୟି।
9 ଅ଼ଡ଼େ, ବୁଦିତି କାତା ୱେହ୍ନାସି ବୁଦି ଗାଟାସି ଆ଼ତାକି ଲ଼କୁଣି କା଼ଲେଏ ବୁଦି ଜା଼ପ୍ହେସି; ଇଞ୍ଜାଁ, ଏ଼ୱାସି ଅଣ୍ପାହାଁ ଅ଼ଡ଼େ ପାରାହାଁ ହା଼ରେକା ହିତ୍ଡ଼ିତି ହା଼ଡା ଜାତ୍ନୁ ତଲେ ଇଟିତେସି। 10 ବୁଦିତି କାତା ୱେହ୍ନାସି ସୁଦୁ ସୁୱାଲା ବ଼ଲୁ ଅ଼ଡ଼େ ଏମିନାୟି ସଲ୍କେ ରା଼ସ୍କି ଆ଼ତେ, ଏ଼ ସାତା ବ଼ଲୁ ବେଟାଆ଼ହାଲି ପାରିତେସି। 11 ବୁଦିଗାଟାଣି ବାରେ ବ଼ଲୁ ହୁତୁରି କୁଟି ସମାନା ଅ଼ଡ଼େ ସା଼ଲୱି କିନାରି ବ଼ଲୁ ଆ଼ଟ୍ୱା ୱେ଼ଚାମାନି ଲ଼ହ କୁଟିୟାଁ ସମାନା, ଏ଼ ବାରେ ର଼ ଗ଼ଡ଼ୁ ତା଼ଣାଟି ହୀପ୍କି ଆ଼ହାମାନୁ।
12 ଅ଼ଡ଼େ ହେ଼ ନା଼ ମୀର୍ଏଣା, ନୀନୁ ବୁଦିତି କାତା ଆହ୍ମୁ; ହା଼ରେକା ପତିୟାଁ ରା଼ଚିନାୟି ରା଼ହାହିଲେଏ; ଇଞ୍ଜାଁ, ହା଼ରେକା ଜା଼ପିତିହିଁ ଆଙ୍ଗା ତାକି କସ୍ତ ୱା଼ନେ।
13 ବାରେତି କାତା ଈଦି; ବାରେ ୱେଣ୍ମ୍ବି ଆ଼ହାମାନେ; ମାହାପୂରୁଇଁ ଆଜାଦୁ ଅ଼ଡ଼େ ଏ଼ୱାଣି ବାରେ ହୁକୁମି ମା଼ନୱି ଆ଼ଦୁ; ଏ଼ନିଇଚିହିଁ ଈଦିଏ ମାଣ୍ସିତି ବାରେ କିନି କାମା। 14 ଇଚିହିଁ ମାହାପୂରୁ ବାରେ କାମା, ଇଞ୍ଜାଁ ନେହାଣି କି ଲାଗେଏତାଣି ବାରେ ଡ଼ୁଗାମାନାଣି ବିଚାରାତା ତାନେସି।