ରା଼ନି ଦିନାତି କାତା
1 ସାମା ଈଦାଆଁ ପୁଞ୍ଜାମାଞ୍ଜୁ, ରା଼ନି ଦିନାତା ନା଼ସା ଆ଼ନି ଦିନା ୱା଼ନେ; 2 ଇଚିହିଁ ଲ଼କୁ ତା଼ମ୍ବୁ ଜାହାରାଇଁ ଅଣ୍ପା କଡିନେରି, ଦ଼ନ ଜୂପ୍କା, ଜୀୱୁତା ବଡପଣ, ଆଙ୍କାରା, ନିନ୍ଦା କିନେରି, ତାଲି ତାଞ୍ଜି କାତା ଆହ୍ଅରି, 3 ରା଼ହାଁ ଆ଼ଆଗାଟାରି, ଦାର୍ମୁ ହିଲାଆ ଗାଟାରି, ଜୀୱୁ ନ଼ଆଗାଟାରି, ଆଣ୍ତ୍ୱି ଆ଼ନାୟି ହିଲାଆ ଗାଟାରି, ଲାଗେଏ କାତା ୱେସାନା ଲ଼କୁଣି ନା଼ଡ଼ିକିନାରି, ଦେବୁଣିଏ କ଼ପା ଆ଼ନାରି, ବା଼ଡ଼୍ୟୁ ତ଼ସାହାଁ ଆଜି କିନାରି, ନେହିଁ କାତାତି ଅ଼ପାଆଗାଟାରି ଆ଼ନେରି; 4 ଅ଼ଡ଼େ ଏ଼ୱାରି ହୀରୁ ଦା଼ଃଆନାରି, ଡା଼ୟୁ ଏ଼ସ୍କି ଅଣ୍ପାଆ ଗାଟାରି, ବଡପଣ ଗାଟାରି ଆ଼ନେରି, ଅ଼ଡ଼େ ମାହାପୂରୁ ଜୀୱୁ ନ଼ନାରି ଆ଼ଆନା ଦାର୍ତିତି ରା଼ହାଁତି ଜୀୱୁ ନ଼ନାରି ଆ଼ନେରି; 5 ଏ଼ୱାରି ମାହାପୂରୁତି ଆଜିନି ମେ଼ରା ଆହ୍ନେରି ସାମା ଏମ୍ବାତି ବା଼ଡ଼୍ୟୁତି ଆସାଲି କୂନେରି; ଇଲେତି ଲ଼କୁ ତା଼ଣାଟି ହେକ ମାନାମୁ ।