10 ଏ଼ୱାସି ସେୟାଁଣା ହାପାନାତା ମେସାଲିଏ ମା଼ମ୍ବୁ ଦେବୁଣିଏ ମାକିଦନିୟାତା ହାଜାଲି ତିୟାରା ଆ଼ତମି, ଇଚିହିଁ ଏ଼ୱାରିତା଼ଣା ନେହିଁ କାବ୍ରୁ ୱେସାଲି ତାକି ମାହାପୂରୁ ମାଙ୍ଗେ ହା଼ଟାମାଞ୍ଜାନେସି ଇଞ୍ଜିଁ ମା଼ମ୍ବୁ ପୁଚମି ।
ଲୁଦିୟା ମ଼ନ ୱେଟ୍ନାୟି
11 ଏଚେଟିଏ ମା଼ମ୍ବୁ ତ୍ରୟାଟି ଜା଼ଜାତା ହ଼ଚାହାଁ ତିୟିତି ଜିରୁଟି ହାଜାହାଁ ସାମତ୍ରାକିତା ଅ଼ଡ଼େ ଅ଼ର ନେ଼ଚୁ ନୟାପଲିତା ଏଗାହାଚମି । 12 ଏମ୍ବାଟିଏ ପିଲିପିତା ହାଚମି, ଈଦି ମାକିଦନିୟା ଜିଲାତି ର଼ କାଜା ଗା଼ଡ଼ା, ଇଞ୍ଜାଁ ର଼ମ୍ ଦେ଼ସାତାରି ଡ଼ୟିନି ଟା଼ୟୁ ମାଚେ; ଏ଼ ଗା଼ଡ଼ାତା ମା଼ମ୍ବୁ ଏଚରଦିନା ମାଚମି । 13 ଜ଼ମିନି ଦିନାତା ମା଼ମ୍ବୁ ଗା଼ଡ଼ାଟି ହ଼ଚାହାଁ କାଡା ଡାଗେ ହାଚମି, ଏମ୍ବାଆଁ ପ୍ରା଼ତାନା କିନି ଟା଼ୟୁ ମାନେ ଇଞ୍ଜିଁ ଅଣ୍ପାମାଚମି, ଅ଼ଡ଼େ ମା଼ମ୍ବୁ କୁଗାହାଁ ରୁଣ୍ତା ଆ଼ହାମାଚି ଇୟାସିକା ତଲେ କାତା ଆ଼ତମି । 14 ଅ଼ଡ଼େ, ତୁୟାତିରା ଗା଼ଡ଼ାତି ହେୟାଁ ୱା଼ଣା ହିମ୍ବରିକା ପା଼ର୍ନି ଲୁଦିୟା ଦ଼ରୁଗାଟି ର଼ ଇୟା ମା଼ କାତା ୱେଞ୍ଜିମାଚେ, ଏ଼ଦି ମାହାପୂରୁ ସେ଼ବା କିନାୟି, ଏ଼ଦି ଏ଼ନିକିଁ ପା଼ୱୁଲତି କାତାତି ମ଼ନ ହୀନେ ଏ଼ଦାଆଁତାକି ପ୍ରବୁ ଏ଼ଦାନି ହିୟାଁ ଦେଚାମାଚେସି । 15 ଅ଼ଡ଼େ ଏ଼ଦି ଇଞ୍ଜାଁ ତାମି କୁଟମି ବାପ୍ତିସ୍ମ୧୬:୧୫ମୁଞ୍ଜିନାୟି ଅ଼ତି ଡା଼ୟୁ ମାଙ୍ଗେ ବାତିମା଼ଲିହିଁ ଏଲେଇଞ୍ଜାତେ, "ମୀରୁ ନାଙ୍ଗେ ପ୍ରବୁ ତା଼ଣା ନାମୁଗାଟାୟି ଇଞ୍ଜିଁ ଅଣ୍ପିମାଚିହିଁ, ନା଼ ଇଜ ୱା଼ହାଁ ବାସା ଆ଼ଦୁ," ଇଞ୍ଜିଁ ବାଲାମାତମି କିହାଁ ହା଼ଟା ଅୟାତେ ।
ପିଲିପିତି କାୟିଦି ଇଲୁତା ପା଼ୱୁଲ ଅ଼ଡ଼େ ସିଲା
16 ର଼ ଦିନା ମା଼ମ୍ବୁ ପ୍ରା଼ତାନା ଟା଼ୟୁତା ହାନିବେ଼ଲାତା ର଼ ହ଼ଲେଣି ପ଼ଦାଇଁ ବେଟାଆ଼ତମି ଏ଼ଦି ପ଼ଲ୍ଆ ପେ଼ନୁ ଆଲ୍ଗାନା ଡା଼ୟୁ ଆ଼ନି କାତାୟାଁ ୱେସାଲି ଆ଼ଡିମାଚେ । ଡା଼ୟୁ ଆ଼ନି କାତାୟାଁ ୱେସାନା ତାନି ସା଼ୱୁକାରିକି ହା଼ରେକା ଡାବୁୟାଁ କୂଡ଼ି କିହିମାଚେ । 17 ଏ଼ଦି ପା଼ୱୁଲ ଅ଼ଡ଼େ ମା଼ ଜେ଼ଚ ଜେ଼ଚ ୱା଼ହାଁ କିର୍ଡ଼ିହିଁ ଏଲେଇଞ୍ଜାଲି ମା଼ଟ୍ହେ, "ଈ ଲ଼କୁ ବାରେକିହାଁ କାଜା ମାହାପୂରୁତି ହ଼ଲିୟାଙ୍ଗା, ଏ଼ୱାରି ମିଙ୍ଗେ ଗେଲ୍ପିଆ଼ନି ଜିରୁତି ୱେ଼କ୍ହି ମାଞ୍ଜାନେରି ।"