1 ମା଼ମ୍ବୁ ଇଟାଲି ଦେ଼ସାତା ଏ଼ୟୁ ଜା଼ଜା ତଲେ ହାଜାଲି ତୀରି କିୱିଆ଼ତି ଡା଼ୟୁ ପା଼ୱୁଲ ଅ଼ଡ଼େ ଏଚରଜା଼ଣା କାୟିଦିତା ମାଚାରାଇଁ, ରାଜାତି କ଼ସ୍କା ଜୁଲିୟସ୍ ଦ଼ରୁଗାଟି ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାଣି କେୟୁତା ହେର୍ପିତେରି । 2 ଏମ୍ବାଟିଏ ମା଼ମ୍ବୁ ଆସିୟା ଦେ଼ସାତି ଏଟ୍କା ଏଟ୍କା ଟା଼ୟୁତା ହାନି ଏ଼ୟୁ ଜା଼ଜା ନିନି ଟା଼ୟୁଟି ଆଦ୍ରାମୁତିୟ ଜା଼ଜାତା ହ଼ତମି; ଇଞ୍ଜାଁ ମାକିଦନିୟା ଦେ଼ସାତି ତେସଲନିକି ଗା଼ଡ଼ାତି ଆରିସ୍ତାର୍କ ମା଼ ତଲେ ମାଚେସି । 3 ତାନି ଅ଼ର ନେ଼ଚୁ ମା଼ମ୍ବୁ ସିଦନତା ଏଗାତମି, ଅ଼ଡ଼େ ଜୁଲିୟସ୍ ପା଼ୱୁଲଇଁ କାର୍ମା ଆ଼ହାଁ ତାନି ତ଼ଣେସିଙ୍ଗା ତା଼ଣା ହାଜାହାଁ ଲ଼ଡ଼ାମାନାଣି ସେ଼ବା ବେଟାଆ଼ହାଲି ହେଲ ହୀତେସି । 4 ଏମ୍ବାଟି ଜା଼ଜାତା ହ଼ଚାମାଚାଟି ମା଼ ୱାକି ଗା଼ଲି ୱେ଼ଚାଲିଏ ମା଼ମ୍ବୁ କୁପ୍ର ଦାରି ଦାରିଟି ହାଚମି, 5 କିଲିକିୟା ଅ଼ଡ଼େ ପଂପୁଲିୟା ନ଼କିତା ମାନି ସାମ୍ଦୁରି ଗା଼ଣ୍ଚାହାଁ ଲୁକିୟାତି ମୂରାତା ୱା଼ତମି । 6 ଏମ୍ବାଆଁ ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାସି, ଇଟାଲିତା ହାଜିମାନି ର଼ ଆଲେକ୍ଜାଣ୍ତ୍ରିୟା ଏ଼ୟୁ ଜା଼ଜା ବେଟାଆ଼ହାଁ ମାଙ୍ଗେ କୁଗି କିୟାତେସି ।
7 ଡା଼ୟୁ ହା଼ରେକା ଦିନାତାକି ଦୀରେ ଦୀରେ ହାଜାହାଁ କସ୍ତତଲେ କ୍ନିଦ ଗା଼ଡ଼ା ଡାଗେ ହାଚମି । ନ଼କିତି ଗା଼ଲି ମାଙ୍ଗେ ନ଼କିତା ହାଜାଲି ହିୟାଆଲିଏ ସାଲ୍ମନିତି ଅ଼ରୱାକି କ୍ରିତି ଦାରି ଦାରିଟି ହାଚମି । 8 ଅ଼ଡ଼େ କସ୍ତତଲେ ଗାଟୁ ଗାଟୁଟି ହାଜାହାଁ "ଅ଼ଜିତି ବାନ୍ଦା" ଇନି ଟା଼ୟୁତା ହାଚମି, ଏ଼ଦି ଲାସାୟା ଗା଼ଡ଼ାତି ଡାଗେ ମାଚେ ।
9 ଇଲାଆ଼ହିଁ ହା଼ରେକା ଦିନା ଆ଼ହାହାଚେ, ଇଞ୍ଜାଁ ସାମ୍ଦୁରିଟି ହାନାୟି କସ୍ତ ଆ଼ହାହାଚେ, ଇଚିହିଁ ଏଚିବେ଼ଲା ଉପାସା ପାର୍ବୁ ରା଼ହାମାଚେ, ଏ଼ଦାଆଁତାକି ପା଼ୱୁଲ ଜାଗ୍ରାତା କିହାଁ ଏଲେଇଚେସି । 10 "ବା଼ବୁୟାଁତେରି ଈ ସାମ୍ଦୁରିଟି ହାନାଟି ଜା଼ଜାତି ଆ଼ସ୍ତି ଅ଼ଡ଼େ ଏ଼ୟୁ ଜା଼ଜା ନସ୍ତ ଆ଼ନେ ଏ଼ଦି ଆ଼ଏ, ସାମା ଜା଼ଜାତା ହାଜିମାନାରି ଜୀୱୁ ଜିକେଏ ନସ୍ତ ଆ଼ନେ ନା଼ନୁ ପୁଞ୍ଜିମାଇଁ ।" 11 ସାମା ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାସି, ପା଼ୱୁଲତି କାତା କିହାଁ ଜା଼ଜାତି ସା଼ଲୱି କିନାଣାଇଁ ଇଞ୍ଜାଁ ସା଼ୱୁକାରି କାତାତି ହା଼ରେକା ନାମିତେସି । 12 ଈ ବାନ୍ଦାତା ପେନିୱେ଼ଡ଼ା ଡ଼ୟାଲି ନେହେଁ ହିଲାଆତେ, ଈଦାଆଁତାକି ଜା଼ଜାତା ହାଜିମାଚାରି ହା଼ରେକା ସାମ୍ଦୁରିଟି ହାଜାହାଁ ପିନିକ୍ସ୍ତା ପେନିବେ଼ଲା ରା଼ପ୍ହାଲି ଅଣ୍ପିମାଚେରି, ଏ଼ ପିନିକ୍ସ୍ କ୍ରିତିତି ର଼ ଜା଼ଜାୟାଁ ନିନି କାଜା ଟା଼ୟୁ ମାଚେ, ଏ଼ଦି ୱେ଼ଡ଼ା କୂଡ଼୍ନି ଟିଃନିୱାକି ଅ଼ଡ଼େ, ୱେ଼ଡ଼ା କୂଡ଼୍ନି ଟେ଼ବ୍ରିୱାକି ମୂମ୍ବୁ କିହାମାଚେ ।
13 ଏଚିବେ଼ଲା ଟିଃନି ୱାକିତି ଗା଼ଲି ଦୀରେ ଦୀରେ ୱା଼ତେ, ହାଜିମାଚାରି ନୀଏଟି ମା଼ ଅଣ୍ପିମାଚି ଲେହେଁ ଆ଼ତେ ଇଞ୍ଜିଁ ଅଣ୍ପିତେରି, ଜା଼ଜା ନିପ୍ହାମାଚି କାଜା ଲ଼ହତି ରେଜାହାଁ କ୍ରିତିତି ଗାଟୁ ଗାଟୁଟି ହାଜାଲି ମା଼ଟ୍ହେରି, 14 ସାମା ଗା଼ଡ଼େକା ହାଜାଲିଏ ଇୟୁରକ୍ୱିଲ୍ ଇନି ଆଜିହ଼ପେତି କାଜା ଗା଼ଲି ୱେ଼ଡ଼ା ହ଼ନି ଟେ଼ବ୍ରି ୱାକିଟି ହ଼ଚାହାଁ ଜା଼ଜା ମାଚିୱାକି ୱା଼ତେ । 15 ଗା଼ଲି ଜା଼ଜାତି ୱେ଼ଚାଲିଏ, ଜା଼ଜାତି ଗା଼ଲିୱାକି ଅୟାଲି ଆ଼ଡାଆନା ଜା଼ଜାତି ଗା଼ଲି ତଲେ ଅ଼ୱିଆୟାଲି ପିସ୍ତମି । 16 ମା଼ମ୍ବୁ କ୍ଲାୱୁଦାତି ସାମ୍ଦୁରି ମାଦି ମାନି ଊଣା ବୂମିତି ଜ଼ମିନି ଟା଼ୟୁ ବେଟାଆ଼ତମି । ଏମ୍ବାଟି ହା଼ରେକା କସ୍ତଟି ଏ଼ୟୁ ଜା଼ଜାତି ଊଣା ଡଂଗ ତଲେ ଗେଲ୍ପି ଆ଼ତମି । 17 ଜା଼ଜା ସା଼ଲୱି କିନାରି ଏ଼ଦାଆଁ ଜା଼ଜା ଲାକ ଅ଼ତି ଡା଼ୟୁ ଡ:ର୍କା ତଲେ ଜା଼ଜା ସା଼ରିସୁଟୁ ଦସ୍ତେରି, ଇଞ୍ଜାଁ ଜା଼ଜା ଲିବିୟାତି ସୁର୍ତି ଇନି ବାଃଲି ଡିବାତା ଗୁପିନେ ଇଞ୍ଜିଁ ଆଜିତାକି ଜା଼ଜା ସା଼ଲୱି କିନାରି ଜା଼ଜାତା ଗ଼ଞ୍ଜାମାଚି ହିମ୍ବରିକା ହୁକ୍ହାଁ ଜା଼ଜାତି ଗା଼ଲି ତଲେ ସାମ୍ଦୁରି ବିତ୍ରା ଡ଼ୟାଲି ପିସ୍ତେରି । 18 କାଜା ଗା଼ଲି ପିୟୁ ତାକି ହା଼ରେକା କସ୍ତ ଆ଼ହାଲିଏ ତାନି ଅ଼ର ନେ଼ଚୁ ଜା଼ଜାତି ସା଼ଲୱି କିନାରି ଜା଼ଜାତା ମାଚି ଆ଼ସ୍ତିତି ସାମ୍ଦୁରିତା ମେତ୍ହାଲି ମା଼ଟ୍ହେରି, 19 ଅ଼ଡ଼େ ତୀନିଦିନା ନେ଼ଚୁ ଏ଼ୱାରି ତାମି ଜା଼ଜାତି କଚେକା କା଼ଣ୍ତା ମୁଣ୍ତା ଏ଼ୟୁଣା ମେତ୍ହେରି । 20 ହା଼ରେକା ଦିନା ପାତେକା ୱେ଼ଡ଼ା କି ହୁକାୟାଁ ମେସାଲି ଆ଼ଡାଆତମି, ଅ଼ଡ଼େ ହା଼ରେକା ଗା଼ଲି ପିୟୁ ପିହ୍ଆଲିଏ ମା଼ମ୍ବୁ ଇମ୍ବାଟି ଗେଲ୍ପିଆ଼ନି ଆ଼ସା ପିସାତୁସ୍ତମି । ଗା଼ଲି ପିୟୁତା କ୍ଡୁପ୍ହି ବେ଼ଲାତି ଡୀତି ଏ଼ୟୁ ଜା଼ଜା
21 ବାରେଜା଼ଣା ହା଼ରେକା ଦିନା ପାତେକା ରା଼ନ୍ଦା ତିନାଆନା ଡ଼ୟିତି ଡା଼ୟୁ, ପା଼ୱୁଲ ଏ଼ୱାରି ବିତ୍ରା ନିଚାହାଁ ଏଲେଇଚେସି, "ବା଼ବୁୟାଁ ନା଼ କାତା ଆସାହାଁ କ୍ରିତିଟି ସାମ୍ଦୁରି ଜା଼ଜା ହୁକ୍ହା ହିଲାଆତିହିଁ ମା଼ଦି ଏ଼ନାୟିୱା ନସ୍ତ ଆ଼ଆତେମା । 22 ସାମା ନୀଏଁ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ସା଼ସା ଆହ୍ଦୁ, ଇଚିହିଁ ମୀ ବିତ୍ରା ଆମ୍ବାଆରି ଜୀୱୁ ଜିକେଏ ନା଼ସା ଆ଼ଏ; ୱାର୍ଇ ଜା଼ଜାଦେ ନସ୍ତ ଆ଼ନେ । 23 ଇଚିହିଁ ନା଼ନୁ ଏମିନି ମାହାପୂରୁତି ସେ଼ବା କିହିମାଇଁ, ନୀଞ୍ଜୁ ଲା଼ଆଁୟାଁ ଏ଼ୱାଣି ର଼ ଲାକପୂରୁତି ଦୂତୁ ନା଼ ଡାଗେ ୱା଼ହାଁ ଏଲେଇଞ୍ଜାତେସି, 24 ଏ଼ ପା଼ୱୁଲ ‘ଆଜାଆନି; ନୀନୁ ସା଼ଲୱି କିନି କାୟିସର ନ଼କିତା ନିନାୟି ମାନେ, ମାହାପୂରୁ ନିଙ୍ଗେ କାର୍ମା ଆ଼ହାମାଞ୍ଜାନାକି ନୀ ତଲେ ୱା଼ହିମାନି ବାରେତି ଜୀୱୁ ଏ଼ୱାସି ଗେଲ୍ପିନେସି ।’ 25 ଏ଼ଦାଆଁତାକି ଏ଼ ବା଼ବୁୟାଁତେରି ସା଼ସା ଆହ୍ଦୁ ଇଚିହିଁ ନା଼ନୁ ମାହାପୂରୁ ତା଼ଣା ନା଼ ନାମୁ ମାନେ, ନାଙ୍ଗେ ଏ଼ନିକିଁ ୱେସ୍ପି ଆ଼ହାମାନେ, ଏଲେଆ଼ହିଁଏ ଆ଼ନେ । 26 ସାମା ମାଙ୍ଗେ ର଼ ସାମ୍ଦୁରି ମାଦିଏ ମାନି ଦେ଼ସାତା ଏଗାହାନାୟି ମାନେ ।"
27 ଇଲେକିହିଁ ମା଼ମ୍ବୁ ଆଦ୍ରିଆ ସାମ୍ଦୁରି ଇତାଲା ଆତାଲା ଆ଼ହିଁ ରୀ ୱା଼ରା ଆୟାଲିଏ, ମାଦି ଲା଼ଆଁୟାଁ ଜା଼ଜା ସା଼ଲୱି କିନାରି ର଼ ବୂମି ଦାରିତା ଏଜିମାନାୟି ଇଞ୍ଜିଁ ଅଣ୍ପିମାଚେରି । 28 ଏମ୍ବାଟିଏ ଏ଼ୱାରି ଏ଼ୟୁଣି ଲା଼ଚାଲିଏ ପନ୍ଦର ହା଼ତା ଏ଼ୟୁ କୂଡ଼୍ହା ମାଚୁ, ଇଞ୍ଜାଁ ଅ଼ଡ଼େ ନ଼କିତା ହାଜାହାଁ ୱେଣ୍ତେ ଲା଼ଚାଲିଏ ଏଗାର ହା଼ତା ଏ଼ୟୁ କୂଡ଼୍ହା ମାଚୁ । 29 ମା଼ର ହାଜାହାଁ ଜା଼ଜା ୱାଲ୍କା ବୂମିତା ଗୁପିକିନାୟି ଇଞ୍ଜିଁ ଅଣ୍ପାହାଁ ଆଜିତାକି ଏ଼ୱାରି ଜା଼ଜାତି ଡା଼ୟୁୱାକି ସା଼ରିଗଟା ବ଼ଜୁ ଗାଟି ଲ଼ହ ମୁଣ୍ତାୟାଁ ରେ଼ପ୍ହାଁ ଏଚେଲା ୱେ଼ୟିନେ ଇଞ୍ଜିଁ ପ୍ରା଼ତାନା କିହିମାଚେରି । 30 ଇଞ୍ଜାଁ ଜା଼ଜାତି ସା଼ଲୱି କିନାରି ଜା଼ଜାଟି ରେ଼ଚାହାଁ ହଟାତୁସାଲି ଅଣ୍ପାହାଁ ନା଼ଡ଼ିକିହାଁ ଜା଼ଜାତି ନ଼କିୱାକି ଲ଼ହ ମୁଣ୍ତାୟାଁ ରେ଼ପ୍ନି ଲେହେଁ ଊଣା ଡଂଗତି ସାମ୍ଦୁରିତା ରେ଼ପ୍ହେରି । 31 ସାମା ପା଼ୱୁଲ ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାଣାଇଁ ଇଞ୍ଜାଁ କ଼ସ୍କାଣି ଏଲେଇଚେସି, "ଜା଼ଜା ସା଼ଲୱି କିନାରି ଜା଼ଜାତା ମାନାଆତିହିଁ ମୀରୁ ଗେଲ୍ପିଆ଼ନି ଆ଼ସା ହିଲେଏ ।" 32 ଏମ୍ବାଟିଏ ଜାମାନାଙ୍ଗା ଊଣା ଡଂଗତି ଡ:ର୍କା ଦା଼ଚାନା ସାମ୍ଦୁରିତା ପିସ୍ତେରି ।
33 ଲା଼ଇ ଜୁଲୁପୁଲୁ ୱେ଼ୟି ମାଚାଟି ପା଼ୱୁଲ ଏ଼ୱାରାଇଁ ଏ଼ନି ରା଼ନ୍ଦା ମାଚିହିଁ ତିଞ୍ଜାଲି ବା଼ର୍ସୁ ହୀହାଁ ଏଲେଇଚେସି, "ନୀଞ୍ଜୁଟିଏ ରୀ ୱା଼ରା ଆ଼ତେ ମୀରୁ ଏ଼ନାଆଁ ତିନାଆନାହାଁ ହାକିଟିଏ ମାଞ୍ଜାମାଞ୍ଜେରି । 34 ବାତିମା଼ଲି ମାଞ୍ଜାଇଁ, ନୀଏଁ ଇଚାଣି ତିଞ୍ଜୁ, ମୀ ଜୀୱୁ ଗେଲ୍ପାଲିତାକି ତିନାୟିମାନେ, ଆଜାଆଦୁ, ମୀ ତା଼ର୍କାତି ର଼ ବା଼ଣା ଜିକେଏ ନା଼ସା ଆ଼ଏ ।" 35 ପା଼ୱୁଲ ଈ ବାରେ କାତା ଜ଼ଲାନା ରୂଟି ଆସାହାଁ ବାରେଜା଼ଣା ନ଼କିତା ମାହାପୂରୁଇଁ ଜହରା କିହାଁ ରୂଟି ଡ଼ିକ୍ହାନା ତିଞ୍ଜାଲି ମା଼ଟ୍ହେସି । 36 ଏମ୍ବାଟିଏ ଏ଼ୱାରି ବାରେଜା଼ଣା ବା଼ର୍ସୁ ବେଟାଆ଼ହାଁ ବାରେଜା଼ଣା କା଼ଦି ତିଚେରି । 37 ମା଼ମ୍ବୁ ଜା଼ଜାତା ରୀ ୱାଞ୍ଜା ତୀନିକ଼ଡ଼ି ସ଼ଡ଼ ଜା଼ଣାତମି ମାଚମି । 38 ଏ଼ୱାରି ପାଞ୍ଜେ ତିଚି ଡା଼ୟୁ ଜା଼ଜାତି ବ଼ଜୁ ଊଣା ଆ଼ପେୱା ଇଞ୍ଜିଁ ଜା଼ଜାତି ବାରେ ଗ଼ହଁୟାଁ ସାମ୍ଦୁରିତା ମେତ୍ହେରି ।
39 ଅ଼ର ନେ଼ଚୁ ଲା଼ଇ ୱେ଼ୟାଲିଏ ଏ଼ୱାରି ଏମିନି ଦେ଼ସାତି ଟା଼ୟୁତା ୱା଼ତେରି ପୁଞ୍ଜାଲି ଆ଼ଡାଆତେରି, ସାମା ଏ଼ୱାରି ଗାଟୁ ଦାରି ର଼ ବାଃଲି ଟା଼ୟୁ ମେସାହାଁ ଏ଼ନିକିଁ ଜିକେଏ ଏମ୍ବାଆଁ ଜା଼ଜାତି ନିପ୍ହାଲି ଅଣ୍ପିତେରି । 40 ଏ଼ଦାଆଁତାକି ଏ଼ୱାରି ଲ଼ହ ମୁଣ୍ତାୟାଁତି ଡ:ର୍କା ଦା଼ଚାନା ସାମ୍ଦୁରିତା ମୁଞ୍ଜାଲି ପିସ୍ତେରି, ଇଞ୍ଜାଁ ଦେବୁଣିଏ ଏ଼ୟୁ ଜା଼ଜାତି ହାଟୱା ବାଡ଼୍ଗାୟାଁତି ଡ:ର୍କା ବାରେ ହୁକ୍ହାଁ ଜା଼ଜା ନ଼କିତା ଗା଼ଲିୱାକି ହିମ୍ବରିକା ଗ଼ଞ୍ଜାହାଁ ଗାଟୁୱାକି ହାଜାଲି ଅଣ୍ପିତେରି । 41 ସାମା ଏ଼ୱାରି ରୀ ସାମ୍ଦୁରିକା କା଼ଲ୍ୱି ଆ଼ହିମାନି ଟା଼ୟୁତା ଏଜାଲିଏ ଜା଼ଜା ସାମ୍ଦୁରି ଗାଟୁତି ର଼ ବାଃଲି ଡିବାତା ଗୁପିତେ, ଜା଼ଜାତି ନ଼କି ୱାକିତାୟି ଜାଣ୍ତାନା ଡ଼ୟାହାଚେ, ସାମା ଡା଼ୟୁତାୟି ସାମ୍ଦୁରିତି ଏ଼ୟୁ ଉଣ୍ତାୟାଁ ଗୁପାଲିଏ ଡୀହାଲି ମା଼ଟ୍ହେ ।
42 କାୟିଦି ଗାଟାରି ସାମ୍ଦୁରି ଗାଟୁଟି ପ଼ର୍ହିଁ ପ଼ର୍ହିଁ ହଣ୍ନେରି ଇଞ୍ଜିଁ ଅଣ୍ପାହାଁ କ଼ସ୍କା ଏ଼ୱାରାଇଁ ପା଼ୟାଲି ଅଣ୍ପିତେରି । 43 ସାମା ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାସି ପା଼ୱୁଲଇଁ ଗେଲ୍ପାଲି ମ଼ନ କିହାଁ, ଏ଼ୱାରି ଅଣ୍ପୁତି କା଼ହି କିହାଁ ଏଲେଇଞ୍ଜି ହୁକୁମି ହୀତେସି, ଆମ୍ବାଆସି ପ଼ର୍ହାଲି ପୁନାସି ଏ଼ୱାସି ସାମ୍ଦୁରିତା ଡେ଼ୱାଁନା ତଲିଏ ଗାଟୁତା ହାଲାପେସି; 44 ଡ଼ୟାମାନାରି ଜା଼ଜାତି ମା଼ର୍କା ପା଼ଟାୟାଁ ଇଞ୍ଜାଁ ଏ଼ନି ଏ଼ନି ଡୀତି ମୁକାୟାଁ ଆସାହାଁ ହାଲାପେରି ଇଞ୍ଜାଲିଏ, ଇଲେକିହିଁ ବାରେଜା଼ଣା ନେହିଁ ଆ଼ହିଁ ଗାଟୁତା ଏତେରି ।